ପୁଣି ଥରେ ରକ୍ତଦାନ କରି ଚର୍ଚ୍ଚାରେ APR କନଷ୍ଟେଵଲ।

0
Spread the love

ବ୍ରହ୍ମପୁର : – ଚାରି ମାସ ମଧ୍ୟରେ ପୁଣି ଜଣେ ଅସହାୟ ଙ୍କୁ ରକ୍ତଦାନ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଓଡିଶା ପୋଲିସ ର କନଷ୍ଟେବଲ lସୂଚନା ଅନୁସାରେ , ଆସ୍କା ନିକଟବର୍ତ୍ତୀ ବାଲିଛାଇ ଗ୍ରାମର କୁମାରୀ ପଟନାୟକ ପେଟ ରୋଗରେ ପୀଡିତ ହୋଇ ବ୍ରହ୍ମପୁର M K C G ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତି ହୋଇଥିଲେ l ସମସ୍ତ ପରୀକ୍ଷା ପରେ ଡାକ୍ତର ତାଙ୍କୁ ଅସ୍ତ୍ରୋପଚାର କରିବା ପାଇଁ ପରାମର୍ଶ ଦେବା ସହିତ ରୋଗୀଣାଙ୍କ ଶରୀରରେ ହେମୋଗ୍ଲୋବିନ କମ ଥିବାରୁ 3 ୟୁନିଟ ରକ୍ତ ଯୋଗାଡ଼ କରିବା ପାଇଁ କହିଥିଲେ l କୁମାରୀଙ୍କ ପରିବାରବର୍ଗ ଦୁଇଟି ୟୁନିଟ କୌଣସି ପ୍ରକାରେ ପାଇଥିବା ସ୍ଥଳେ ଅନେକ ଚେଷ୍ଟା ସତ୍ୱେ ତୃତୀୟ ୟୁନିଟ ରକ୍ତ ଯୋଗାଡ଼ କରିବାରେ ସଫଳ ହୋଇପାରିନଥିଲେ I ଅସ୍ତ୍ରୋପଚାର ର ସମୟ ନିକଟବର୍ତ୍ତୀ ହେବା ପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ କୌଣସି ସୂତ୍ରରୁ ଖବର ପାଇ ଓଡିଶା ପୋଲିସ ବିଭାଗରେ କାର୍ଯ୍ୟରତ ଗଞ୍ଜାମ ପୋଲିସ ଜିଲ୍ଲାର 2023 ବ୍ୟାଚ ର ଏପ୍ରିଲ କନଷ୍ଟେବଲ ଅମନ ପାଢ଼ୀ ନିଜ ବିଭାଗୀୟ ଉଚ୍ଚପଦସ୍ଥ କର୍ମଚାରୀଙ୍କ ଅନୁମତି ରେ ବ୍ରହ୍ମପୁର ରକ୍ତଭଣ୍ଡାରକୁ ଆସି ରକ୍ତଦାନ କରିଛନ୍ତି I ସେ ବ୍ରହ୍ମପୁର ବାଲାଜୀପେଣ୍ଠ ନୁଆସାହି ବାସିନ୍ଦା ଶ୍ରୀ ମନୋଜ କୁମାର ପାଢ଼ୀ ଏବଂ ଆରତୀ ଦେବୀଙ୍କ ଏକମାତ୍ର ପୁତ୍ର I

Leave a Reply

Your email address will not be published. Required fields are marked *