ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ।

0
Spread the love

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର AIU- ଏକାଡେମିକ୍ ଏବଂ ଆଡମିନିଷ୍ଟ୍ରେଟିଭ୍ ଡେଭଲପମେଣ୍ଟ ସେଣ୍ଟର (AIU-AADC) ଓ ଆସୋସିଏସନ୍ ଅଫ୍ ଇଣ୍ଡିଆନ୍ ୟୁନିଭରସିଟିସ୍ (AIU), ନୂଆଦିଲ୍ଲୀର ମିଳିତ ସହଯୋଗରେ ଡିଜିଟାଲ୍ ଯୁଗରେ ସରକାରୀ ଅନୁଷ୍ଠାନଗୁଡିକରେ ଆକାଉଣ୍ଟସ୍ ଏବଂ ଆର୍ଥିକ ପରିଚାଳନା ପ୍ରସଙ୍ଗରେ ଶିକ୍ଷକ ଓ ଅଣ-ଶିକ୍ଷକ କର୍ମଚାରୀ ମାନଙ୍କ ନିମନ୍ତେ ଏକ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ନଭେମ୍ବର ୨ ରୁ ଆରମ୍ଭ ହୋଇଛି | ଉଦ୍ଘାଟନୀ ସମାରୋହରେ ଏହି କାର୍ଯ୍ୟକ୍ରମର ପୃଷ୍ଠପୋଷକ ତଥା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପି.ଜି.ସିର ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ ଅଂଶଗ୍ରହଣକାରୀ ଶିକ୍ଷକ ଏବଂ ଅନୁସନ୍ଧାନକାରୀଙ୍କୁ ସମ୍ବୋଧିତ କରିଥିଲେ ।ବିଶ୍ୱବିଦ୍ୟାଳୟର କୁଳସଚିବ ସମ୍ମାନନୀୟ ଶ୍ରୀ ସଚ୍ଚିଦାନନ୍ଦ ନାୟକ ତଥା ବହୁ ବିଶିଷ୍ଟ ଅତିଥି ଏବଂ ବକ୍ତା ଯୋଗ ଦେଇଥିଲେ। AIU-AADC, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୋଡାଲ ଅଫିସର, ତଥା କାର୍ଯ୍ୟକ୍ରମ ର ଆବାହକ ପ୍ରଫେସର ଡକ୍ଟର ମୃତ୍ୟୁଞ୍ଜୟ ସ୍ୱାଇଁ ଉଦଯାପନୀ ସଭାରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସଂଯୋଜକ ଡ଼କ୍ଟର ଶାରଦା ପ୍ରସାଦ ସାହୁ ଏହି କାର୍ଯ୍ୟକ୍ରମର ବିଭିନ୍ନ ଅଧିବେଶନର ସଂକ୍ଷିପ୍ତ ବର୍ଣ୍ଣନା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶତାଧିକ ଶିକ୍ଷକ ଓ ଅଣ-ଶିକ୍ଷକ କର୍ମଚାରୀବୃନ୍ଦ ଅଂଶଗ୍ରହଣ କରିଥିଲେ। | ଏହି କାର୍ଯ୍ୟକ୍ରମର ଉଦ୍ଘାଟନୀ ସମାରୋହର ଅନ୍ତ ଭାଗରେ କାର୍ଯ୍ୟକ୍ରମର ଅନ୍ୟ ଏକ ସଂଯୋଜକ ଡ. ସୁମନ କଲ୍ୟାଣ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ।

ଶ୍ରୀ ଦିପକ ରଂଜନ ଚୌଧୁରୀ, ଯୁଗ୍ମ ନିର୍ଦ୍ଦେଶକ, ଟ୍ରେଜେରୀ ଏବଂ ଯାଞ୍ଚ ନିର୍ଦ୍ଦେଶାଳୟ, ଓଡ଼ିଶା, ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେଯୋଗ ଦେଇ ତାଙ୍କ ଅଭିଭାଷଣ ପ୍ରଦାନ କରିଥିଲେ। IMFS ଏବଂ PFMS ଉପରେ ଜଣେ ସର୍ବୋତ୍ତମ ବିଶେଷଜ୍ଞ ଭାବରେ ସେ ଇଣ୍ଟରାକ୍ଟିଭ୍ ଅଧିବେଶନ ପ୍ରଦାନ କରିଥିଲେ ଏବଂ ବିଶ୍ୱବିଦ୍ୟାଳୟର କର୍ମଚାରୀଙ୍କ ଅନେକ ସନ୍ଦେହ ଅପନୋଦନ କରିଥିଲେ |
AIU-AADC, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅନ୍ୟ କର୍ମୀବୃନ୍ଦ ଯଥା ଡ. ବନମାଳୀ ଖୁଣ୍ଟୁଆ , ଡ. ଶାଶ୍ୱତ ସୌରଭ ମହାପାତ୍ର, ଅର୍ଥନୀତି ବିଭାଗର କେତେକ ଛାତ୍ରଛାତ୍ରୀବୃନ୍ଦ (ସ୍ମୃତିରେଖା ସାହୁ, ଅନନ୍ୟା ଦାଶ, ପୂର୍ଣ୍ଣାନନ୍ଦ ଦାସ ଓ ସତୃଷ୍ଣା ସାହୁ) ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିବାରେ ବହୁ ସାହାଯ୍ୟ କରିଥିଲେ |

Leave a Reply

Your email address will not be published. Required fields are marked *