ହୀରାକୁଦ ଡ୍ୟାମ୍‌ ର ପାଣିକୁ ନେଇ ଆସିଲା ଗୁରୁତ୍ବପୂର୍ଣ୍ଣ ତଥ୍ୟ ।

0
Spread the love

ସମ୍ବଲପୁର: ହୀରାକୁଦ ଡ୍ୟାମ୍‌ ର ପାଣିକୁ ନେଇ ଆସିଲା ଗୁରୁତ୍ବପୂର୍ଣ୍ଣ ତଥ୍ୟ । ଜଳଭଣ୍ଡାର ପାଣିରେ ଅନିୟନ୍ତ୍ରିତ କୃଷିଭିତ୍ତିକ ଓ ଶିଳ୍ପଭିତ୍ତିକ ବର୍ଜ୍ୟ ମିଶିବା ଫଳରେ ପାଣିର ମାନ ଅତ୍ୟନ୍ତ ଖରାପ ହେଉଥିବା ଜଣାପଡିଛି । ଫଳରେ ମଣିଷ ସମେତ ସମଗ୍ର ଜୈବ ବିବିଧତା ପାଇଁ ଏହା ବିପଦ ସୃଷ୍ଟି କରିଛି ।
୨୦୨୦ ମସିହା ମାର୍ଚ୍ଚ ମାସରୁ ୨୦୨୩ ଫେବୃଆରୀ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଗବେଷଣା ଓ ଉଦ୍ଭାବନ ଯୋଜନା (ଏମଆରଆଇପି) ଅଧୀନରେ ହୋଇଥିବା ଗବେଷଣା ଅନୁସାରେ, ଅଣମୌସୁମୀ ଋତୁରେ ପାଣିରେ ଗନ୍ଧକର ମାତ୍ରା ସର୍ବାଧିକ ରହୁଥିବା ବେଳେ ମୌସୁମୀ ଋତୁରେ ନାଇଟ୍ରେଟ୍‌ର ପରିମାଣ ଆବଶ୍ୟକତାଠାରୁ ଅଧିକ ରହୁଛି ।
ଖାଲି ସେତିକି ନୁହେଁ ଜଳଭଣ୍ଡାର କୂଳରେ ଗଢ଼ି ଉଠିଥିବା ବଡ଼ ବଡ଼ ଶିଳ୍ପାନୁଷ୍ଠାନରୁ ନିର୍ଗତ ବର୍ଜ୍ୟ ଜଳ ପାଣିରେ ମିଶୁଛି । ଫଳରେ ଜଳଭଣ୍ଡାରର ପଟୁରେ ଭାରି ଧାତୁ ଜମା ହୋଇ ରହୁଛି । ଏହାର ପ୍ରଭାବ ଯୋଗୁଁ ମାଛବଂଶ ଉପରେ ମଧ୍ୟ ବହୁ ପ୍ରଭାବ ପଡୁଛି ଫଳରେ ମାଛ ବଂଶ ଲୋପ ପାଇବାକୁ ବସିଲେଣି ।

ମୌସୁମୀ ପୂର୍ବବର୍ତ୍ତୀ ସ୍ଥିତିରେ ଜଳଭଣ୍ଡାର ପାଣିରେ ଅଧିକ ପରିମାଣର ସାଇନୋ ବାକ୍ଟେରିଆ ରହୁଥିବାରୁ ପାଣିର ମାନ ନିମ୍ନଗାମୀ ହେବା ସହ ଜଳ ଭଣ୍ଡାରର ଜୈବ ବିବିଧତା ବିଗୁଡୁଥିବା ଅନୁସନ୍ଧାନ ରିପୋର୍ଟରେ ଦର୍ଶାଯାଇଛି ।

Leave a Reply

Your email address will not be published. Required fields are marked *