ସହକାରୀ ଶିକ୍ଷକ ଡା.ଦେବୀ ପ୍ରସାଦ ମିଶ୍ରଙ୍କ ୩୪ ବର୍ଷ ନିରବଚ୍ଛିନ୍ନ ଶିକ୍ଷକତା ପରେ ଅବସର ଗ୍ରହଣ।
ଢେଙ୍କାନାଳ:ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବ୍ରହ୍ମୋତ୍ରୀ ବିଶ୍ବାଳ,ଓଡ଼ିଶା ଶିକ୍ଷା ସେବା ପ୍ରଥମ(କନିଷ୍ଠ)ଙ୍କର ମାର୍ଗଦର୍ଶନରେ ଶତାୟୁ,ପି ଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳ ଶିକ୍ଷକ ସାଧାରଣ ପ୍ରକୋଷ୍ଠରେ ଅପରାହ୍ଣ ୪ ଘଟିକା ସମୟରେ ଶତାୟୁ,ପି ଏମ୍ ଶ୍ରୀ ବି.ବି.ହାଇସ୍କୁଲ,ଢେଙ୍କାନାଳର ପ୍ରାକ୍ତନ ୧୯୭୭- ୧୯୮୦ ମସିହା ଛାତ୍ର,ରାଷ୍ଟ୍ରପତି ସ୍କାଉଟ୍,ପ୍ରାକ୍ତନ ଛାତ୍ରାବାସ ପରିଚାଳକ,ବରିଷ୍ଠ ସହକାରୀ ଗଣିତ ଓ ବିଜ୍ଞାନ ଶିକ୍ଷକ,ଚିଫ୍ ଅଫିସର,ସମର ଶକ୍ଷାର୍ଥୀ ଆକାଶ ବାହିନୀ (ବାଳକ),ଷ୍ଟୁଡେଣ୍ଟ୍ ପୋଲିସ କ୍ୟାଡେଟ,ମୋ ସ୍କୁଲ୍ ଅଭିଯାନ,୫ ଟି ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ,ବିଦ୍ୟାଳୟକୁ ପୋଷ୍ୟ ରୂପେ ଗ୍ରହଣ ଅଭିଯାନ,ବିଦ୍ୟାଳୟ ଉତ୍କର୍ଷ କେନ୍ଦ୍ର କାର୍ଯ୍ୟକ୍ରମ, ବିଦ୍ୟାଳୟ ଔଷଧୀୟ ଉଦ୍ୟାନ ବିଭାଗ,ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ରାଜ୍ୟ ପୁରସ୍କାର ପ୍ରାପ୍ତ ଢେଙ୍କାନାଳ ଜିଲ୍ଲା ସଂଯୋଜକ ଓ ଓଡ଼ିଶା ମାଧ୍ୟାମିକ ସରକାରୀ ଶିକ୍ଷକ ସଂଘ ଢେଙ୍କାନାଳ ଶାଖାର କୋଷାଧ୍ୟକ୍ଷ ଦାୟିତ୍ୱରେ ଥିବା ଡା.ଦେବୀ ପ୍ରସାଦ ମିଶ୍ର,ବିଏସ୍ ସି ବିଏଡ,ଏମ୍.ଏ,ଏଲ୍.ଏଲ୍ ବି,(ଉତ୍କଳ) ଜୁନିୟର୍ ଏସ୍ଇଏସ୍ ଙ୍କ ଅବସର ଗ୍ରହଣ ଉପଲକ୍ଷେ ଏକ ବିଦାୟକାଳୀନ ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବ୍ରହ୍ମୋତ୍ରୀ ବିଶ୍ବାଳ,ଓଡ଼ିଶା ଶିକ୍ଷା ସେବା ପ୍ରଥମ (କନିଷ୍ଠ) ସ୍ଵୀୟ ଅଭିଭାଷଣରେ ଦେବୀ ସାର୍ ଙ୍କ ବହୁବିଧ ସୁଗୁଣାବଳୀ ସ୍ମୃତିଚାରଣ କରିବା ସଙ୍ଗେ ସଙ୍ଗେ ଏହା ସମସ୍ତଙ୍କ ପାଇଁ ପଥପ୍ରଦର୍ଶକ ହେଉ ଓ ସେ ବିଦ୍ୟାଳୟକୁ ଆସି ପୂର୍ବପରି ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶରେ ଅଗ୍ରଣୀ ଭୂମିକା ନିର୍ବାହ କରନ୍ତୁ ବୋଲି ଦୃଢ ଆଶା ପୋଷଣ କରିଥିଲେ । ହେ ଶିକ୍ଷାଗୁରୁ ! ୧୯୯୦ ମସିହା ସେପ୍ଟେମ୍ବର ମାସରୁ ୨୦୨୪ ମସିହା ଅକ୍ଟୋବର ମାସ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବରେ ଦୀର୍ଘ ୩୪ ବର୍ଷ କାଳ ସହକାରୀ ଶିକ୍ଷକ ଭାବରେ ଏହି ମହାନ ଶତାୟୁ ଅନୁଷ୍ଠାନରେ ଅବସ୍ଥାନ କରି ଏହାର ସେବାରେ ନିଜକୁ ନିୟୋଜିତ କରି ବରିଷ୍ଠ ଶିକ୍ଷକ ଭାବରେ ଆଜି ଅବସର ଗ୍ରହଣ କରୁଛନ୍ତି ବୋଲି ସେ ମତପ୍ରକାଶ କରିଥିଲେ । ବରିଷ୍ଠ ଶିକ୍ଷକ ଧ୍ୟାନଚାନ୍ଦ ମିଶ୍ର ସ୍ୱାଗତ ଭାଷଣ,ସଭାର ଉଦ୍ଦେଶ୍ୟ ଜ୍ଞାପନ,ସଭା ପରିଚାଳନା ଓ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।ସେ ସ୍ଵୀୟ ଅଭିଭାଷଣରେ ବିଦାୟୀ ଶିକ୍ଷକଙ୍କ ସଫଳ ଶିକ୍ଷା ଜୀବନର ଅବିସ୍ମରଣୀୟ ସ୍ମୃତିରାଜିକୁ ରୋମନ୍ଥନ କରିବା ସଙ୍ଗେ ସଂଗେ ତାଙ୍କର ସମୟାନୁବର୍ତ୍ତିତା,ନିଷ୍ଠାପରତା,କର୍ତ୍ତବ୍ୟପରାୟଣତା, ଶିଷ୍ୟବତ୍ସଳତା,ସହନଶୀଳତା ଓ ସର୍ବଜନପ୍ରିୟତା ଭଳି ଜଣେ ସଫଳ ଶିକ୍ଷକର ସମସ୍ତ ସୁଗୁଣାବଳୀର ସର୍ବଶ୍ରେଷ୍ଠ ପ୍ରଦର୍ଶନ ତାଙ୍କୁ ଚିରସ୍ମରଣୀୟ କରି ରଖିବ ବୋଲି ମତପ୍ରକାଶ କରିଥିଲେ। ସରକାରୀ ଚାକିରୀରୁ ଅବସର ଗ୍ରହଣକୁ ଏକ ନିଷ୍ଠୁର ବାସ୍ତବତା ଭାବରେ ଗ୍ରହଣ କରି ଅବଶିଷ୍ଟ ଜୀବନର ଚଲାପଥକୁ କୁସୁମିତ କରି ସଫଳଶିକ୍ଷା ପ୍ରସାରରେ ବ୍ରତୀ ହୋଇ ସମାଜର ବହୁମୂଲ୍ୟ ସେବାରେ ନିଜକୁ ସମର୍ପିତ କରିବାକୁ ସେ ସୁପରାମର୍ଶ ପ୍ରଦାନ ଜରିଥିଲେ । ଶତାୟୁ,ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ବରିଷ୍ଠ ସହକାରୀ ଗଣିତ ଓ ବିଜ୍ଞାନ ଶିକ୍ଷକ ତଥା ‘ମୋ ସ୍କୁଲ ଅଭିଯାନର କ୍ୟାମ୍ପେନ ଟିମ’ର ଜିଲ୍ଲା ଦଳମୁଖ୍ୟ ଡ଼ା.ଦେବୀ ପ୍ରସାଦ ମିଶ୍ର ଅବସର ଗ୍ରହଣ ଓ ତାଙ୍କର ଅବସର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସ୍ୱରଚିତ କବିତା ପାଠ କରିଥିଲେ। ପ୍ରଧାନଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ବାଳ,ଓଡ଼ିଶା ଶିକ୍ଷା ସେବା ପ୍ରଥମ(କନିଷ୍ଠ)ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ,ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ,ଶିକ୍ଷକ ଓ କର୍ମଚାରୀ ବୃନ୍ଦ ଯୋଗଦାନ କରିଥିଲେ । ବରିଷ୍ଠ ସହକାରୀ ଶିକ୍ଷୟିତ୍ରୀ ସୁଜାତା ପଣ୍ଡା,ସ୍ଵାଗତିକା ରଥ,ଅନୁପମା ପଣ୍ଡା,ଭୂପେନ୍ଦ୍ର ସିଂ ମାଝୀ,ସପର୍ଯ୍ୟା ଶୁଭଶ୍ରୀ ମିଶ୍ର,କଲ୍ୟାଣୀ ବଡ଼ଜେନାଙ୍କ ସ୍ୱରଚିତ ହୃଦୟସ୍ପର୍ଶୀ,ମନଛୁଆଁ ସୁମଧୁର ସଙ୍ଗୀତ ଗାନ,ସମସ୍ତେ ଦେବୀ ସାରଙ୍କ ସମ୍ପର୍କରେ ସ୍ଵୀୟ ବକ୍ତବ୍ୟରେ ତାଙ୍କ ସହିତ ସୁମଧୁର ସମ୍ପର୍କର ସ୍ମୃତିଚାରଣ କରି ସେ ସୁଶିକ୍ଷକ ହେବାର ସମସ୍ତ ଗୁଣାବଳୀର ଅନନ୍ୟ ସମାହାର ବୋଲି ବର୍ଣ୍ଣନା କରିଥିଲେ ଓ ତାଙ୍କର ଦୀର୍ଘ ନିରାମୟ ସଫଳ ଜୀବନ କାମନା କରିଥିଲେ।
“ ନହି ଜ୍ଞାନେନ ସଦୃଶଂ ପବିତ୍ରମିହ ବିଦ୍ୟତେ ” ଅର୍ଥାତ୍ ଜଗତରେ ଜ୍ଞାନ ସମାନ ପବିତ୍ର କିଛି ନାହିଁ । ଭଗବାନ ଶ୍ରୀକୃଷ୍ଣଙ୍କର ମୁଖ ନିସୃତ ଏହି ପବିତ୍ର ଗୀତାର ବାଣୀକୁ କାର୍ଯ୍ୟରେ ପରିଣତ କରିବାରେ ଆପଣ ସୁନିପୁଣ । ଅସାଧାରଣ ପାଣ୍ଡିତ୍ୟ,ପରିବ୍ୟାପ୍ତ ବୌଦ୍ଧିକତା,ନୀତି ମାନ୍ୟତା ଅନୁକମ୍ପାଭରା ଉନ୍ମୁଖ ହୃଦୟ ,ପ୍ରଶଂସା ପ୍ରତି ଅନାସକ୍ତଭାବ,ନିରପେକ୍ଷ ବିଚାରଧାରା ଆପଣଙ୍କ କର୍ମମୟ ଜୀବନକୁ ଗୌରବ ମଣ୍ଡିତ କରିପାରିଛି । ଆପଣଙ୍କ ନିରବଚ୍ଛିନ୍ନ ସେବା ଓ ତ୍ୟାଗ ପାଇଁ ଆମେ ଆଜି ଗର୍ବିତ । ଆପଣଙ୍କର ସାଧନା ବର୍ତ୍ତମାନ ଓ ଭବିଷ୍ୟତ ବଂଶଧରଙ୍କ ପାଇଁ ପ୍ରେରଣାର ଉତ୍ସ । ଜଣେ ଆଦର୍ଶ, କର୍ତ୍ତବ୍ୟନିଷ୍ଠ,ସମୟାନୁବର୍ତ୍ତୀ ଓ ଛାତ୍ରବତ୍ସଳ ଶିକ୍ଷକ ଭାବରେ ଆପଣ ସୁପରିଚିତ । ଆପଣଙ୍କ ଶିକ୍ଷାଦାନ ଆଜି ଅଗଣିତ ଶିକ୍ଷାର୍ଥୀଙ୍କ ଭବିଷ୍ୟତ ଗଢି ତୋଳିବାରେ ସହାୟକ ହୋଇଥିବାରୁ ଅଭିଭାବକ ଓ ଶିକ୍ଷକ ସମାଜ ଆପଣଙ୍କ ପାଇଁ ଗର୍ବିତ ଓ ଗୌରବାନ୍ବିତ । ଆଦର୍ଶ ନାଗରିକ ଗଢି ତୋଳିବାର ମନୋଭାବ ନେଇ ଆପଣ ଯେଉଁ ପିଣ୍ଡ ଗଢିତୋଳିବାରେ ସହାୟକ ହୋଇଛନ୍ତି । ଆପଣ ଜଣେ ଶିକ୍ଷକ ନୁହନ୍ତି, ବରଂ ଏକ ଅନୁଷ୍ଠାନ କହିଲେ ଅତ୍ୟୁକ୍ତି ହେବନାହିଁ । ଆପଣଙ୍କ କର୍ମନିଷ୍ଠା, ଅଥବସାୟ ଏବଂ ମହତ୍ ଆକାଂକ୍ଷା ଫଳରେ ଆପଣ ରାଜ୍ୟସ୍ଥରୀୟ, ଜା ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ଏବଂ ସମ୍ମାନିତ ହୋଇଛନ୍ତି।ପୂର୍ବତନ ମହାମହିମ ରାଷ୍ଟ୍ରପତି ନିଲମ ସଂଜୀବ ରେଡି ମହୋଦୟଙ୍କ ଠାରୁ ପ୍ରଶଂସାପତ୍ର ଲାଭ କରିଛନ୍ତି । ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର,ସୋଭିଏତ୍ ରୁଷ୍ କୁଇଜ୍ ଏବଂ ଜର୍ମାନ୍ ନିଉଜ୍ କୁଇଜ୍ ଦ୍ଵାରା ଆପଣ ସମ୍ମାନିତ ଏବଂ ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ବହୁ ସମାଜ କଲ୍ୟାଣ ମୂଳକ ଅନୁଷ୍ଠାନ ଯଥା- ଆଜୀବନ ସଦସ୍ୟ ତଥା ବହୁବର୍ଷ ଧରି ନିର୍ବାଚିତ ଯୁଗ୍ମ ସମ୍ପାଦକ ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦ,କବି ଭୂଷଣ ସ୍ମୃତି ସଂସଦ,ବାଳକୃଷ୍ଣ ସାହିତ୍ୟ ସଂସଦ,ପଣ୍ଡିତ ଡା.ରୁଦ୍ର ନାରାୟଣ ମିଶ୍ର ସ୍ମୃତି ସଂସଦ, ରେଣୁବାଳା ସ୍ମୃତି ସଂସଦ,ମନୋରଞ୍ଜନ ନନ୍ଦ ସ୍ମୃତି ସଂସଦ, ବିଭାବନା,ଧୂଳିଘର,ସପ୍ତାରଣ୍ୟ,ଜଟାୟୁ,ଲାଲ୍ ମାଟି,ରଣ- ଭେରୀ,ମାଟି ଭାଷା ଆଦି ପ୍ରକାଶନରେ ପ୍ରମୁଖ ଭୂମିକା ଗ୍ରହଣ, ବିଶ୍ବ ଓଡିଆ ସମ୍ମିଳନୀ,ରମଣ ବିଜ୍ଞାନ ସଂସଦ,ଦି -ଟ୍ୟାଲେଣ୍ଟ, ସୁ- ପ୍ରଭାତ,ତ୍ରିରଙ୍ଗା,ମାଇକ୍ରୋ ମିଡିଆ,ଗୁଡ଼ନାଇଟ୍ କ୍ଲବ୍, ସର୍ବପ୍ରଥମ ପ୍ରତିଷ୍ଠାତା ସମ୍ପାଦକ ରୋଟାରାକ୍ଟ କ୍ଲବ୍, ଢେଙ୍କାନାଳ ମହାବିଦ୍ୟାଳୟ ସାଇନ୍ସ୍ ସୋସାଇଟି ସେକ୍ରେଟାରୀ ଓ କ୍ରମାଗତ ଦୁଇ ବର୍ଷ ଲିଟେରାରି ଚାମ୍ପିୟନ, ଢେଙ୍କାନାଳର,ସି-ଫୋର,ଅଲଟରନେଟିଭ ରିଦମ୍ ଥିଏଟର,ମୋ ଢେଙ୍କାନାଳ,ଢେଙ୍କାନାଳ ଅପ୍ ଡେଟ୍ ,ନିଶିଗନ୍ଧା,ବଜରଙ୍ଗ କ୍ଲବ୍ ଓ ଓଡ଼ିଶା ବିଜ୍ଞାନ ବେତନା ମଞ୍ଚ ଭଳି ଅନେକ ସଂସ୍ଥାର ସଦସ୍ୟ ଭାବରେ ଜଡିତ ରହି ଅନେକ ଜନହିତକର କାର୍ଯ୍ୟ କରୁଛନ୍ତି।ଜଣେ ସୁନାମଧନ୍ୟ ଶିକ୍ଷକ ଭାବରେ ତଥା ବହୁ ସମାଜ କଲ୍ୟାଣ ମୂଳକ ଅନୁଷ୍ଠାନରେ ଆପଣ କାର୍ଯ୍ୟ କରୁଛନ୍ତି । ଆପଣଙ୍କୁ ଆପଣଙ୍କ କାର୍ଯ୍ୟକଳାପ ନିମନ୍ତେ ସମ୍ମାନ ଜଣାଇ ସମ୍ଵର୍ଦ୍ଧିତ ଅନେକ ଅନୁଷ୍ଠାନ ନିଜକୁ ଗୌରବାନ୍ବିତ ମନେ କରୁଛନ୍ତି। ସେଥିପାଇଁ ଆମେ ସମସ୍ତେ ଆପଣଙ୍କ ନିକଟରେ ଚିରୠଣୀ । ଅବସର ଗ୍ରହଣ କରୁଥିବା ବିଦାୟୀ ବରିଷ୍ଠ ସହକାରୀ ଶିକ୍ଷକ ଡା.ଦେବୀ ପ୍ରସାଦ ମିଶ୍ର ସ୍ଵୀୟ ବିଦାୟକାଳୀନ ବକ୍ତବ୍ୟରେ ନିଜ ଜୀବନର ଶେଷ ପର୍ଯ୍ୟନ୍ତ ଏ ଶତାୟୁ ବିଦ୍ୟାଳୟ ପ୍ରତି ନିଜର କର୍ତ୍ତବ୍ୟ ସମ୍ପାଦନ କରିବାକୁ ଦୃଢ଼ ପ୍ରତିଶ୍ରୁତି ପ୍ରଦାନ କରିବା ସଙ୍ଗେ ସଙ୍ଗେ ଶିକ୍ଷା କ୍ଷେତ୍ରରେ ତାଙ୍କର ସୁମଧୁର ସ୍ମୃତିରାଜି ଚିର ସ୍ମରଣୀୟ ହୋଇ ରହିବ ବୋଲି ମତପ୍ରକାଶ କରିଥିଲେ। ବିଦ୍ୟାଳୟର ତାଙ୍କର ଅତିପ୍ରିୟ ଛାତ୍ରଛାତ୍ରୀ,ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ପକ୍ଷରୁ ପ୍ରଧାନଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ବାଳ,ଓଡ଼ିଶା ଶିକ୍ଷା ସେବା ପ୍ରଥମ(କନିଷ୍ଠ) ଅବସର ଗ୍ରହଣ କରୁଥିବା ବିଦାୟୀ ଶିକ୍ଷକ ଡା.ଦେବୀ ପ୍ରସାଦ ମିଶ୍ରଙ୍କୁ ପୁଷ୍ପଗୁଚ୍ଛ,ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ସ୍ଵୀୟ ସଭାପତିଙ୍କ ବକ୍ତବ୍ୟ ପ୍ରଦାନ ଅବସରରେ ବିଦାୟୀ ଅବସର ପ୍ରାପ୍ତ ବରିଷ୍ଠ ସହକାରୀ ଶିକ୍ଷକ ଡା.ଦେବୀ ପ୍ରସାଦ ମିଶ୍ର ସର୍ବୋତ୍ତମ ଶିକ୍ଷକ ଭାବରେ ଯେଉଁ ପ୍ରଦର୍ଶନ କରି ଯାଇଛନ୍ତି ତାହା ଅଭୂତପୂର୍ବ ଓ ଏହାକୁ ଶେଷ ଜୀବନ ପର୍ଯ୍ୟନ୍ତ ଅବ୍ୟାହତ ରଖିବାକୁ ଦୃଢ଼ ଆଶା ପୋଷଣ କରିଥିଲେ।ମହାଶୟ ! ଆଦର୍ଶବାଦର ନିଖୁଣ ଚିତ୍ରଟିଏ ଆପଣ, ଏ ଶତାୟୁ ବିଦ୍ୟାଳୟର ଗୋଡି ମାଟି ପାଣି ପବନ ଆପଣଙ୍କର ଅତୀବ ପ୍ରିୟ ଏହା ନିଃସନ୍ଦେହ । ଦେବୀଙ୍କ ପ୍ରସାଦରେ ପତ୍ରହୀନ ବୃକ୍ଷ ପଲ୍ଲବିତ ହେବାପରି ଆପଣଙ୍କର ଅଦମ୍ୟ ଚେଷ୍ଟା, ଆନ୍ତରିକ ନିଷ୍ଠା ଓ ଉଦ୍ୟମ ଏ ଶତାୟୁ ଅନୁଷ୍ଠାନର ସୁନାମ ବୃଦ୍ଧିରେ ହୋଇପାରିଛି, ବେଶ୍ ଫଳପ୍ରସୂ ।ଆପଣଙ୍କର ସାମାଳିକ ସଂପର୍କ,ବିଭିନ୍ନ କାର୍ଯ୍ୟାବଳୀ,ଅକୁଣ୍ଠିତ ସେବା,ତ୍ୟାଗ, ଆମ୍ଭମାନଙ୍କ ପାଇଁ ପ୍ରେରଣାର ଉତ୍ସ । ଜଣେ କୁଶଳୀ କର୍ମବୀର,ସରଳ,ନିଷ୍କପଟ,ଅନାବିଳ ଛାତ୍ରବସ୍ଥଳର ଏକ ମୂର୍ତିମନ୍ତ ପ୍ରତୀକ ଆପଣ । ବିଦ୍ୟାଳୟର ଉନ୍ନତି କଳ୍ପେ ଆପଣଙ୍କର ଅବଦାନ ଅଭିନନ୍ଦନୀୟ । ଆପଣଙ୍କର ଦୀର୍ଘ ବର୍ଷର କର୍ମନିଷ୍ଠ,କର୍ତ୍ତବ୍ୟପରାୟଣତା,ଶିକ୍ଷାଦାନ ଶୈଳୀର କାଉଁରୀ ସ୍ପର୍ଶ ଆମ୍ଭମାନଙ୍କ ହୃଦୟରେ ଆଦର୍ଶବୋଧର ଅତ୍ୟୁଚ୍ଚ ସୌଧ ନିର୍ମାଣ କରିବାରେ ହୋଇଛି ବେଶ୍ ସହାୟକ । ଶିକ୍ଷକତାର ମାଧୁର୍ଯ୍ୟ ପ୍ରୟୋଗରେ ଅନେକ ନିଖୁଣ ଚରିତ୍ର ଗଢିବାରେ ଆପଣ ସିଦ୍ଧହସ୍ତ । ପ୍ରଧାନଶିକ୍ଷକଙ୍କ ଦ୍ବାରା ପ୍ରଦତ୍ତ ସମସ୍ତ କାର୍ଯ୍ୟକୁ ଆପଣ ଅକୁଣ୍ଠିତ ଚିତ୍ତରେ ସୁଚାରୁରୂପେ ସଂପାଦନ କରି ବିଦ୍ୟାଳୟର ଗୌରବ ବୃଦ୍ଧିକରି ହୋଇଛନ୍ତି ସମସ୍ତଙ୍କର ପ୍ରିୟପାତ୍ର । ଆପଣଙ୍କ ପରି ଜଣେ ମହାନ ପ୍ରତିଭା ସଂପନ୍ନ ଶିକ୍ଷକଙ୍କୁ ସମ୍ଵର୍ଦ୍ଧିତ କରି ଆତ୍ମ ବିଦ୍ୟାଳୟ ଆଜି ଗୌରବାନ୍ବିତ । ହେ ମାହାମାନ୍ୟ, ଆପଣଙ୍କ ସଂପର୍କରେ ଯେତେ କହିଲେବି କମ୍ ହେବ । ଏ ବିଦ୍ୟାଳୟ ପ୍ରତି ଆପଣଙ୍କର ସ୍ନେହ ଓ ଭଲପାଇବା ଅତୁଟ ରହିବ ବୋଲି ଆମ୍ଭର ବିଶ୍ବାସ । ଆଜିର ଏ ଅବିସ୍ମରଣୀୟ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବରେ ଆପଣଙ୍କୁ ହୃଦୟର ନିଭୃତ କୋଣରୁ ଅନେକ ଅନେକ କୃତଜ୍ଞତା ଜ୍ଞାପନ କାରିବା ସହ ଆପଣଙ୍କର ପରବର୍ତ୍ତୀ ଜୀବନ ସୁଦୀର୍ଘ,ସୁସ୍ଥ,ନିରାମୟ ହେଉ ଏହାହିଁ ଜଗତରନାଥ ଜଗନ୍ନାଥଙ୍କ ପଦାରବିନ୍ଦରେ ପ୍ରାର୍ଥନା ।
ଦିବସର ପ୍ରାରମ୍ଭରେ ବିଦ୍ୟାଳୟ ପ୍ରାର୍ଥନା ସଭାରେ ଛାତ୍ରୀ ଛାତ୍ରମାନେ ବିଦାୟୀ ଶିକ୍ଷକ ଦେବୀ ସାର୍ ଙ୍କ ସୁଗୁଣାବଳୀ ସମ୍ପର୍କରେ ସ୍ମୃତିଚାରଣ କରି ସ୍ଵୀୟ ବକ୍ତବ୍ୟ ଉପସ୍ଥାପନ କରିଥିଲେ ଓ ସାର ବିଦ୍ୟାଳୟକୁ ଯଥା ପୂର୍ବ ଆସି ସମସ୍ତଙ୍କୁ ଏହିଭଳି ମାର୍ଗଦର୍ଶନ କରିବାକୁ ବିନମ୍ର ଅନୁରୋଧ କରିଥିଲେ। ପରିଶେଷରେ ବିଦ୍ୟାଳୟ ଛୁଟି ପରେ ସମସ୍ତ ଉପସ୍ଥିତ ଛାତ୍ରୀ,ଛାତ୍ର ଦେବୀ ସାର୍ ଙ୍କୁ ପ୍ରଣାମ କରି,ତାଙ୍କଠାରୁ ନିଜ ଖାତାରେ ଦସ୍ତଖତ ସଂଗ୍ରହ କରି,ସାରଙ୍କ ଦ୍ଵାରା କେକ୍ କାଟି ଓ ତାହାକୁ ନିଜ ମଧ୍ୟରେ ବାଣ୍ଟିକରି ଖାଇବା ପରେ ମଧ୍ୟ ଅବସରର ଦୁଃଖକୁ ଭୁଲି ନପାରି ଅଶ୍ରୁପୂର୍ଣ୍ଣ ନୟନରେ ଗୁରୁଆଶୀର୍ବାଦ ଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଶିକ୍ଷକ ଧ୍ୟାନଚାନ୍ଦ ମିଶ୍ର,ସୁନିତାବାଳା ଷଡ଼ଙ୍ଗୀ,ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର,ହିନ୍ଦୀ ଶିକ୍ଷକ କିଶୋର ଚନ୍ଦ୍ର ସାମଲ, ସଂସ୍କୃତ ଶିକ୍ଷକ ଦୀପ୍ତିଶ କୁମାର ଶତପଥୀ,ସୁନିତା ନାଥ,ସ୍ୱାଗତିକା ରଥ,ସୁଜାତା ପଣ୍ଡା,ସୁଚିତ୍ରା ସାହୁ,କଲ୍ୟାଣୀ ବଡ଼ଜେନା,ଭୂପେନ୍ଦ୍ର ସିଂ ମାଝୀ,କିରଣ କଣ୍ଟା,ସପର୍ଯ୍ୟା ଶୁଭଶ୍ରୀ ମିଶ୍ର,ଅନୁପମା ପଣ୍ଡା କ୍ଷୀରାବଧିତନୟା ମହାପାତ୍ର,କ୍ରୀଡ଼ା ଶିକ୍ଷୟିତ୍ରୀ ସ୍ମିତିସୁଧା ଜେନା,କାର୍ଯ୍ୟାଳୟ ସହକାରୀ ସୁଦର୍ଶନସାହୁ,ଭୋକେସନାଲ ଟ୍ରେନର ଶୁଭଶ୍ରୀ ଶୁଭସ୍ମିତା ରାଉତ ଓ ଅଟୋମୋଟିଭ ଟ୍ରେନର ସୁଜିତ ବାରା,ବାସୁଦେବ ରଣା,ମମତା ବେହେରା,ରୁଦ୍ରାକ୍ଷ ଗଡନାୟକ,ସନ୍ତୋଷ ଜେନା,ନରହରି ଗୋଛାୟତ ପ୍ରମୁଖ ଶିକ୍ଷକ,ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।ପରିଶେଷରେ ବିଦାୟୀ ବରିଷ୍ଠ ଶିକ୍ଷକ ଡା.ଦେବୀ ପ୍ରସାଦ ମିଶ୍ର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।