ଜାତୀୟ ସ୍ତରରେ ବ୍ରହ୍ମପୁରର କାଭିନ କିଶୋରଙ୍କ କୃତିତ୍ୱ।

0
Spread the love

ବ୍ରହ୍ମପୁର : ବ୍ରହ୍ମପୁର ଡ଼ି ପଲ ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ର କାଭିନ କିଶୋର ବୈଦିକ ଗୀତା ଶ୍ଳୋକକୁ ଆବୃତ୍ତି କରି ଜାତୀୟ ସ୍ତରରେ ରେକର୍ଡ କରିଛନ୍ତି l ବ୍ରହ୍ମପୁର ଗୋବିନ୍ଦ ବିହାର ଅଧିବାସୀ କିଶୋର ଚନ୍ଦ୍ର ବାରିକ ଓ ଜୟପ୍ରଦା ବାରିକଙ୍କ ଏକମାତ୍ର ପୁଅ କାଭିନ ବିଗତ ଏକବର୍ଷ ହେଲା ଚିନ୍ମୟ ମିଶନର ପୂଜ୍ୟ ଗୁରୁଜୀ ସ୍ୱାମୀ ସଦା ଶିବାନନ୍ଦ ଜୀ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ଏବଂ ଯୁବା ବୀର ଆଦିତ୍ୟପ୍ରସାଦ ପଣ୍ଡାଙ୍କ ପରାମର୍ଶ କ୍ରମେ ଅଭ୍ୟାସ ଜାରି ରଖିଥିଲେ . ଇଣ୍ଡିଆ ଵୁକ୍ ଅଫ ରେକର୍ଡ, ନୁଆଁ ଦିଲ୍ଲୀ ଦ୍ୱାରା ଆୟୋଜିତ ସର୍ବଭାରତୀୟ ସ୍ତର କାର୍ଯ୍ୟକ୍ରମ ରେ କାଭିନ ଅନୋଭଦ୍ରା ସୂକ୍ତମ ର କଠିନ ଦଶ ଟି ଶ୍ଳୋକ କୁ ୧ ମିନିଟ ୧୫ ଦଶମିକ ୮୧ ମାଇକ୍ରୋ ସେକେଣ୍ଡରେ ଆବୃତ୍ତି କରି ଉତ୍କର୍ଷତା ହାସଲ କରିଛନ୍ତି l ଆଜି ବୁଧବାର ବ୍ରହ୍ମପୁର ଖଲିକୋଟ ଖେଳ ପଡିଆ ଠାରେ ଚିନ୍ମୟ ମିଶନ ଦ୍ୱାରା ପଚିଶି ହଜାର ଛାତ୍ର ଛାତ୍ରୀଙ୍କ ନେଇ ଆୟୋଜିତ ସାମୁହିକ ଗୀତା ଶ୍ଳୋକ ଆବୃତ୍ତି କାର୍ଯ୍ୟକ୍ରମରେ ରାଜ୍ୟ ଇସ୍ପାତ, ଖଣି, ବାଣିଜ୍ୟ ଓ ଗମନାଗମନ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ, ଚିନ୍ମୟ ମିଶନର ବରିଷ୍ଠ ଗୁରୁ ନିର୍ଲିପ୍ତlନନ୍ଦ ଜି ଏବଂ ଇଣ୍ଡିଆ ବୁକ ଅଫ ରେକର୍ଡର ଅଧିକାରୀ କ୍ରିଷ୍ଣା କୁମାର ଗୁପ୍ତା ପ୍ରମୁଖଙ୍କ ଉପସ୍ଥିତିରେ କାଭିନ ଙ୍କୁ ରେକର୍ଡ ଫଳକ ପ୍ରଦାନ ଓ ସମ୍ମାନିତ କରାଯାଇଛି l ପ୍ରକାଶ ଥାଉକି କ୍ୟାଭିନ ଜଣେ ମେଧାବୀ ଛାତ୍ର ସହିତ ଶାସ୍ତ୍ରୀୟ ସଂଗୀତ ପରିବେଷଣ କରି ଅନେକ ସଫଳତା ସାଉଁଟିଛନ୍ତି . କାଭିନ ଙ୍କ ଜାତୀୟ ସ୍ତରରେ ଏହି ସଫଳତା ପାଇଁ ବହୁ ଶୁଭେଚ୍ଛାର ସୁଅ ଛୁଟିଛି, ସଂଗୀତ ଗୁରୁ ଗଣେଶ ପଟ୍ଟନାୟକ,ବାପା, ମା, ଗୁରୁ, ଗୁରୁଜନ ଓ ସର୍ବୋପରି ମାଉସୀ ସୁନୀତାଙ୍କ ପ୍ରେରଣା ସଫଳତାର କାରଣ ବୋଲି କାଭିନ ପ୍ରକାଶ କରିଛନ୍ତି l

Leave a Reply

Your email address will not be published. Required fields are marked *