ଲୋକସେବା ଭବନ ଠାରେ ‘ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା’ ଲୋଗୋ ଏବଂ ୱେବ୍ ପୋର୍ଟାଲ ଉନ୍ମୋଚିତ।
ଭୁବନେଶ୍ୱର:-ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଦେଶ ଆଜି ବିକାଶର ରାସ୍ତାରେ ଆଗେଇ ଚାଲିଛି। ‘ପୂର୍ବୋଦୟ’ ପରିକଳ୍ପନାରେ ଓଡ଼ିଶାକୁ ବିଶେଷ ଗୁରୁତ୍ଵ ଦିଆଯାଉଛି। ୨୦୩୬ ରେ ଓଡ଼ିଶା ସ୍ଵତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତ୍ତି ପାଳନ କରିବ। ବିକଶିତ ଓଡ଼ିଶା ନିର୍ମାଣର ସ୍ଵପ୍ନ ସାକାର ହେବା ସହିତ ୨୦୪୭ ସୁଦ୍ଧା ବିକଶିତ ଭାରତ ନିର୍ମାଣରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ସରକାର ବୁଦ୍ଧିଜୀବୀ, ସଂଗଠନ, ଶିକ୍ଷାବିତ, ପ୍ରବାସୀ ଓଡ଼ିଆ ସାଧାରଣ ଜନତାଙ୍କ ଠାରୁ ରାଜ୍ଯର ବିକାଶ ନିମନ୍ତେ ପ୍ରସ୍ତାବ ଏବଂ ମତାମତ ଦେବା ପାଇଁ ଅନୁରୋଧ କରୁଅଛୁ। ଯାହାକି ଆଗାମୀ ଦିନରେ ‘ଭିଜନ ଡକ୍ୟୁମେଣ୍ଟ’ ରେ ସ୍ଥାନ ପାଇବ ଏବଂ ଏହା ଉପରେ ବିଚାର ବିମର୍ଶ କରାଯିବ। ଲୋକଙ୍କ ସରକାର ଭିଜନ ଡକ୍ୟୁମେଣ୍ଟ କେବଳ ଏକ ସରକାରୀ ତଥ୍ୟ ହେବ ନାହିଁ, ଏହା ଓଡ଼ିଶାର ଲୋକମାନଙ୍କର, ଲୋକ ମାନଙ୍କ ଦ୍ଵାରା ଏବଂ ଲୋକମାନଙ୍କ ପାଇଁ ସମର୍ପିତ ହେବ। ପ୍ରସ୍ତାବ ଉପରେ ଆଲୋଚନା କରାଯିବ ସହିତ ରାଜ୍ଯର ବିକାଶ ପାଇଁ କାର୍ଯ୍ୟକାରୀ ହେବ। ସମସ୍ତଙ୍କ ପ୍ରୟାସରେ ଓଡ଼ିଶା ଏକ ଆର୍ଥିକ ସମୃଦ୍ଧ ରାଜ୍ୟରେ ପରିଣତ ହେବ ଏବଂ ‘ବିକଶିତ ଓଡ଼ିଶା’ ର ସ୍ଵପ୍ନ ସାକାର ରୂପ ନେବ।