ସ୍ୱାଧୀନତା ଦିବସ ଅବସରରେ “ଅଗଷ୍ଟ କବିତା ଆସର”
ବ୍ରହ୍ମପୁର:-ସ୍ୱାଧୀନତା ଦିବସ ଅବସରରେ ବ୍ରହ୍ମପୁର ସାହିତ୍ୟ ପରିଷଦ ଦ୍ୱାରା ସ୍ଥାନୀୟ ଉତକଳ ଆଶ୍ରମ ସ୍ଥିତ ୟୁଜଡ଼ମ କଲେଜ ସମ୍ମିଳନୀ କକ୍ଷରେ ‘ଅଗଷ୍ଟ କବିତା ଆସର” ଅନୁଷ୍ଠାନର କୋଷାଧ୍ୟକ୍ଷ। ଶ୍ରୀମତୀ ଦୀପ୍ତିମିତା ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସୁନାମଧନ୍ୟ ଅନୁବାଦିକା ସୂଚନା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଶର ସ୍ୱାଧୀନତା ସକାଶେ ଆମ କବି ଲେଖକ ମାନେ ନିଜର କଲମ ଚାଳନା କରି ସ୍ୱାଧୀନତା ସଂଗ୍ରାମରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ବୋଲି ବକ୍ତବ୍ୟ ରଖିଥିଲେ । କବି ହରାପ୍ରିୟା ସାହୁ ଓ କବି ସୁଜାତା ଶତପଥୀଙ୍କ ସଂଯୋଜନାରେ ଏକ ମନୋଜ୍ଞ କବିତା ପାଠ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସୁଲେଖିକା ଅଞ୍ଜଳି ଦାଶ ଓ ଭାଗ୍ୟଲଷ୍ମୀ ମହାରଣା କ୍ଷୁଦ୍ର ଗଳ୍ପ ପାଠ କରିଥିବା ବେଳେ କବି ଗିରିଜା ଶଙ୍କର ଦାଶ ,ଲିଙ୍ଗରାଜ ଜେନା, ସ୍ଥିତ ପ୍ରଜ୍ଞା ହୋତା , ଲିଙ୍ଗରାଜ ଜେନା ,ମଧୁସ୍ମିତା ସାହୁ ,ପ୍ରମୋଦ ପଣ୍ଡା ,କୁସୁମ ପଣ୍ଡା , ବିଜୟ ମିଶ୍ର ,ସମ୍ବିତ କୁମାର ନନ୍ଦ, ଇଜୁ ଅମିନ ଖାନ ,ସନ୍ତୁନୁ କୁମାର ରାଉଳ , ସ୍ୱପ୍ନା ରାଉଳ ,ସୋନି ରାଉଳ ସହ ବହୁ କବି କବିତା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମ କୁ କବି ସୁଶାନ୍ତ ଦାଶ ,ପ୍ରଫୁଲ କୁମାର ତ୍ରିପାଠୀ ,ବି ସତ୍ୟମ ଆଚାରୀ ଓ ସୁନୀଲ କୁମାର ପ୍ରଧାନ ପରିଚାଳନା କରିଥିବା ବେଳେ ଲୋକପ୍ରିୟ ମଞ୍ଚ ଉପସ୍ଥାପିକା ରଶ୍ମିତା ଦଳେଇ ଧନ୍ୟବାଦ ଅର୍ପଣ କରିଥିଲେ ।