ଅପରାଧୀକ ଷଡ଼ଯନ୍ତ୍ର ମାମଲା ରେ ଅଭିଯୁକ୍ତ ବିଧାୟକ ରମେଶ ଯେନା ଙ୍କ ସମେତ ୯ ନିର୍ଦୋଷରେ ଖଲାସ।

0
Spread the love

ବ୍ରହ୍ମପୁର(କୈଳାସ ଚନ୍ଦ୍ର ଚୌଧୁରୀ):-ଗତ ୨୦୧୪ ଅକ୍ଟୋବର ମାସରେ ସାନଖେମୁଣ୍ଡି ବ୍ଳକ ଅଧ୍ୟକ୍ଷ ଙ୍କ ବିରୋଧ ରେ ଅନାସ୍ଥା ପ୍ରସ୍ତାବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଓ ଏହି ପରିପ୍ରେକ୍ଷୀରେ ଗଞ୍ଜାମ ପୋଲିସ ଗଣ୍ଡଗୋଳ ର ସୁଚନା ପାଇ ପାଟପୁର ଥାନା ପୋଲିସ୍ ଗମ୍ଭାରିଡା ଗ୍ରାମକୁ ଘେରାଉ କରି ରଖିଥିଲେ। ଏହି ସମୟରେ ଗୋଟିଏ ସ୍କର୍ପିଓ ଗାଡ଼ି ସେହି ରାସ୍ତାଦେଇ ଗଲାବେଳେ ସନ୍ଦେହ ପ୍ରକଟ କରି ପୋଲିସ ଗାଡି କୁ ଅଟକାଇ ଯାଞ୍ଚ କଲା ବେଳେ ସେହି ଗାଡ଼ି ଭିତରୁ ବୋମା, ଖଣ୍ଡା, ଠେଙ୍ଗା ଓ ବିସ୍ପୋରକ ସାମଗ୍ରୀ ଜବତ କରିବା ସହ ୮ ଜଣ ଯୁବକ କୁ କାବୁ କରି ଥାନାରେ ଅଟକ ରଖି ପଚରାଉଚରା କରିଥିଲେ। ସେମାନେ ତତ୍କାଳୀନ ବିଧାୟକ ରମେଶ ଯେନା ଙ୍କ ନିର୍ଦ୍ଦେଶନାରେ ଗଣ୍ଡଗୋଳ ଘଟାଇବା ପାଇଁ ଆସିଥିଲେ ବୋଲି ବୟାନ ଦେଇଥିଲେ। ଅଟକ ଯୁବକ ମାନଙ୍କ ବୟାନକୁ ଭିତ୍ତି କରି ପୋଲିସ ଉକ୍ତ ଯୁବକ ମାନଙ୍କ ସହ ରମେଶ ଯେନା ଙ୍କ ନାମରେ ମାମଲା ରୁଜୁ କରି ଗିରଫ କରି କୋର୍ଟ ଚାଲାଣ କରିଥିଲେ। ପରବର୍ତ୍ତୀ ସମୟରେ ବ୍ରହ୍ମପୁର ଜିଲ୍ଲା ଅଦାଲତ ରେ ବିଚାରଣା ଚାଲିଥିଲା ଓ ୯ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ସାକ୍ଷ୍ୟ ପ୍ରମାଣ ଅଭାବରୁ ମାନ୍ୟବର ଅତିରିକ୍ତ ଜିଲ୍ଳା ଜଜ୍ ୩ ବିଧାୟକ ରମେଶ ଯେନା ଙ୍କ ସମସ୍ତ ଅଭିଯୁକ୍ତ ଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି।

Leave a Reply

Your email address will not be published. Required fields are marked *