ରଥଯାତ୍ରା ପ୍ରସଙ୍ଗ ରେ ଇସ୍କନକୁ ଚିଠି ଲେଖି ବାରଣ କରିଲେ ପୁରୀ ଗଜପତି ମହାରାଜା।
ଭୁବନେଶ୍ୱର:-ଆମେରିକା ହ୍ୟୁଷ୍ଟନରେ ଇସ୍କନ ପକ୍ଷରୁ ଅଦିନ ସ୍ନାନ ଓ ରଥଯାତ୍ରା ପ୍ରସଙ୍ଗ ରେ ଇସ୍କନକୁ ଚିଠି ଲେଖି ବାରଣ କରିଛନ୍ତି ପୁରୀ ଗଜପତି ମହାରାଜା। ଏନେଇ ହ୍ୟୁଷ୍ଟନ ମନ୍ଦିର କର୍ତ୍ତୃପକ୍ଷ ଓ ମାୟାପୁରୀ ମୁଖ୍ୟାଳୟ ଅଧ୍ୟକ୍ଷଙ୍କୁ ଗଜପତି ମହାରାଜା ଚିଠି ଲେଖିଛନ୍ତି।ଅଦିନ ରଥଯାତ୍ରା ପ୍ରଚଳିତ ପରମ୍ପରାର ବିରୁଦ୍ଧାଚରଣ କରୁଛି ବୋଲି କହିଲେ।‘ଶ୍ରୀମନ୍ଦିର ପରମ୍ପରା ମୁତାବକ ରଥଯାତ୍ରା କରିବାକୁ ପୂର୍ବରୁ କୁହାଯାଇଛି’।ଏନେଇ ଇସ୍କନ ସହ ଅନେକ ଥର ଆଲୋଚନା ହୋଇଛି।‘ବିଧି, ପରମ୍ପରା ମୁତାବକ ରଥଯାତ୍ରା ପାଇଁ ରିଜୋଲ୍ୟୁସନ ବି ହୋଇଛି’।‘ତେଣୁ ନଭେମ୍ବର ୯ରେ ଯୋଜନା ଥିବା ରଥଯାତ୍ରା ଆୟୋଜନ ବନ୍ଦ କରନ୍ତୁ’।‘କେବଳ ବିଧି ମୁତାବକ ସ୍ନାନ ଯାତ୍ରା ଓ ରଥଯାତ୍ରା କରନ୍ତୁ କହିଲେ ଗଜପତି।