ଗଞ୍ଜାମ ଏନଏସିରେ ଫାଇଲେରିଆ ନିରାକରଣ ଓ ଔଷଧ ସେବନ କାର୍ଯ୍ୟକ୍ରମ।

0
Spread the love

ଗଞ୍ଜାମ(ବିନୋଦ ଚନ୍ଦ୍ର ପଲାଇ):-ଗଞ୍ଜାମ ଏନଏସି ଅନ୍ତର୍ଗତ ଭାରତୀ ବିଦ୍ୟା ପୀଠ ପରିସରରେ ଆଜି ପ୍ରଧାନ ଶିକ୍ଷକ ଅଭିମନ୍ୟୁ ଜେନାଙ୍କ ଅଧ୍ୟକ୍ଷତାରେ ଫାଇଲେରିଆ ମୁକ୍ତି ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିକ୍ଷୟତ୍ରୀ ଏସ.ରାଜଲକ୍ଷ୍ମୀରେଡ୍ଡୀ,ସୁନିତା ମାହାଙ୍ଗୁଡ଼,ରଶ୍ମିତାସିଂ,ସ୍ନହଲତା ସେଠି,ସୁବାସିନୀ ଜାନି ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ବୀଣାପାଣି ନରେନ୍ଦ୍ର, ଅଙ୍ଗନବାଡି କର୍ମୀ ବବିତା ପଣ୍ଡା, ବବିତା ସେଠି,ପ୍ରମିତା ନାୟକ ଓ ପ୍ରିୟ ଦର୍ଶନି ନନ୍ଦ, ଯୋଗ ଦେଇଥିଲେ ।ପରିବେଶ ପରିଚ୍ଛନତା ରକ୍ଷା କରିବା,ସୁରକ୍ଷିତ ଔଷଧ ସେବନ ଦ୍ୱାରା ଫାଇଲେରିଆ ନିରାକରଣ ହୋଇ ପାରିବ ବୋଲି ସ୍ୱାସ୍ଥ୍ୟ ଉପସ୍ଥିତଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇଥିଲେ । ପ୍ରଥମେ ଛାତ୍ର ମନୋଜ କୁମାର ବେହେରା, ସୁନୀଲ କୁମାର ବେହେରା, ସୁଜିତ ପ୍ରଧାନଙ୍କୁ ପ୍ରଥମେ ଫାଇଲେରିଆ ଔଷଧ ଖୁଆଇଥିଲେ। ପରେ ସମସ୍ତ ଛାତ୍ରଛାତ୍ରୀ ସେବନ କରିଥିଲେ ।

Leave a Reply

Your email address will not be published. Required fields are marked *