ଓୟୁଡବ୍ଲୁଯେ (OUWJ)ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ।
ଭୁବନେଶ୍ୱର:-ଓଡ଼ିଶା କର୍ମଜୀବି ସାମ୍ବାଦିକ ସଂଘ (OUWJ) ପକ୍ଷରୁ ଆସନ୍ତା ନଭେମ୍ବର ୧୬ ତାରିଖ ପ୍ରେସ ଦିବସ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଟଙ୍କପାଣି ରୋଡ଼ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ଆୟୋଜିତ ବୈଠକରେ ରାଜ୍ୟ ସଭାପତି ସୁଜ୍ଞାନ ଚୌଧୁରୀ, ଉପସଭାପତି ପ୍ରେମାନନ୍ଦ ମିଶ୍ର, କୋଷାଧ୍ୟକ୍ଷ ପ୍ରମୋଦ ପରିଡ଼ା, ପୁରୀ ଜିଲ୍ଲା ଶାଖା ସଭାପତି ଶରତ ପରିଡା, ପ୍ରିୟବ୍ରତ ମୁଦୁଲି ଙ୍କ ସହ ବିଭିନ୍ନ ଜିଲ୍ଲାରୁ ଜିଲ୍ଲା ସଭାପତି ଯୋଗ ଦେଇ ଜାତୀୟ ପ୍ରେସ ଦିବସ ପାଳନ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ବିଭିନ୍ନ ଦିଗ ଉପରେ ଆଲୋଚନା କରାଯିବା ସହିତ ସଂଘ ବିରୋଧୀ ଓ ଦୀର୍ଘ ଦିନର କ୍ରମାଗତ ଅନୁପସ୍ଥିତ ଯୋଗୁଁ ଉପସଭାପତି ପ୍ରଶାନ୍ତ କର ଙ୍କୁ ସର୍ବ ସମ୍ମତି କ୍ରମେ ସଂଘ ରୁ ବହିଷ୍କାର କରାଯାଇଥିଲା।
ଏହି ସଂଘରେ ଭୁବନେଶ୍ୱରର ତିନିଜଣ ଖବରକାଗଜ ସଂପାଦକ ଚନ୍ଦ୍ର ପ୍ରକାଶ ସାହୂ,Dr ସାରଦା କର, ବିଜୟ ପ୍ରଧାନଙ୍କୁ ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଆସନ୍ତା ୧୬ ତାରିଖରେ ଓଡ଼ିଶା କର୍ମଜୀବି ସାମ୍ବାଦିକ ସଂଘ ପ୍ରେସ ଦିବସ ହୋଟେଲ କେଶରୀ, ମ୍ୟାଷ୍ଟର କ୍ୟାଣ୍ଟିନ ଠାରେ ଆୟୋଜନ କରାଯିବାକୁ ସ୍ଥିର ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଓଡ଼ିଶାର ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ରହିବାକୁ ସହମତି ପ୍ରକାଶ କରିଛନ୍ତି ବୋଲି ପ୍ରେସ ଇସ୍ତାହାରରେ ଓୟୁଡବ୍ଲୁଯେ ସଂଘ ପକ୍ଷରୁ ସୂଚନା ଦିଆଯାଇଛି।