ଶତାୟୁ,ବି.ବି.ହାଇସ୍କୁଲ,ଢେଙ୍କାନାଳର ଶିକ୍ଷୟିତ୍ରୀ ସପର୍ଯ୍ୟା ଶୁଭଶ୍ରୀ ମିଶ୍ର ଓଡ଼ିଶା ସଭିଲ ସର୍ଭିସ୍ ପରୀକ୍ଷା-୨୦୨୨ ରେ ପ୍ରଥମ ଥରରେ କୃତକାର୍ଯ୍ୟ।
ଢେଙ୍କାନାଳ: ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନ ଦ୍ଵାରା ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା-୨୦୨୨ ର ଫଳାଫଳ ଗତକାଲି ରାତିରେ ପ୍ରକାଶ ପାଇଛି।ଏଥିରେ ଶତାୟୁ, ପି.ଏମ୍.ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ଶିକ୍ଷୟିତ୍ରୀ (ଆଦର୍ଶ ପିତା ସୁଭାଷ ଚନ୍ଦ୍ର ମିଶ୍ର ଓ ସୁମାତା ପୁଷ୍ପିତା ମିଶ୍ରଙ୍କ ସର୍ବଶ୍ରେଷ୍ଠ କନ୍ୟା ରତ୍ନ) ସପର୍ଯ୍ୟା ଶୁଭଶ୍ରୀ ମିଶ୍ର ଓଡ଼ିଶା ସଭିଲ ସର୍ଭିସ୍ ପରୀକ୍ଷା-୨୦୨୨ ରେ ପ୍ରଥମ ଥରକରେ କୃତକାର୍ଯ୍ୟ ହୋଇଛନ୍ତି।ତାଙ୍କୁ ବର୍ତ୍ତମାନ ୨୩ ବର୍ଷ ବୟସ। ସେ ୨୦୧୬ ମସିହାରେ କେନ୍ଦ୍ରୀୟ ବିଦ୍ୟାଳୟ,ଢେଙ୍କାନାଳରୁ ଦଶମ ସିବିଏସ୍ ଇ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ଓ ସେଠାରୁ ପୁନର୍ବାର ୨୦୧୮ ମସିହାରେ ଯୁକ୍ତ ଦୁଇ ସଫଳତାର ସହ ପାଶ୍ ,୨୦୨୨ ମସିହାରେ ରେଭେନ୍ସା କଲେଜରୁ ରାଜନୀତି ବିଜ୍ଞାନ ଅନର୍ସ ସହ ଇଣ୍ଟିଗ୍ରେଟେଡ ବି.ଏଡ ପାସ୍ କରି ୨୦୨୪ ମସିହାରେ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ପ୍ରଥମ ଥରକରେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ପରୀକ୍ଷାରେ ବିଶ୍ୱବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ତାଙ୍କର ଗ୍ରାମ ଢେଙ୍କାନାଳ ଓଡ଼ାପଡ଼ା ବ୍ଲକ୍ ଅନ୍ତର୍ଗତ ସଦାଶିବପୁର ଗ୍ରାମରେ ହୋଇଥିବା ବେଳେ ବର୍ତ୍ତମାନ ସେ ପିତା ମାତାଙ୍କ o ଏକମାତ୍ର ଭାଇଙ୍କ ସହ ଢେଙ୍କାନାଳ ହାଉସିଂ ବୋର୍ଡ କଲୋନୀରେ ଅବସ୍ଥାନ କରି ସ୍ଥାନୀୟ ଶତାୟୁ, ପି.ଏମ୍.ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳରେ ସହକାରୀ ଶିକ୍ଷୟିତ୍ରୀ ଭାବରେ ତା. ୦୯.୦୧.୨୦୨୪ ରେ ନିଜର ସର୍ବପ୍ରଥମ ସରକାରୀ ଚାକିରୀ ଜୀବନର ଆରମ୍ଭ କରିଥିଲେ । ତାଙ୍କର ପିତା ସୁଭାଷ ଚନ୍ଦ୍ର ମିଶ୍ର ଢେଙ୍କାନାଳ ବଜାଜ୍ ଆଲିଆନ୍ସ କମ୍ପାନୀରେ ଆସୋସିଏଟ ପାର୍ଟନର ସେଲସ୍/ସେଲସ୍ ମ୍ୟାନେଜର୍ ଭାବରେ ଚାକିରୀରେ ଥିବାବେଳେ ମାତା ପୁଷ୍ପିତା ମିଶ୍ର ସୁଗୃହିଣୀ ଅଟନ୍ତି। ଆଜି ସକାଳ ୦୮ ଘଟିକା ସମୟରେ ବିଦ୍ୟାଳୟର ବର୍ତ୍ତମାନର କାର୍ଯ୍ୟରତା ଶିକ୍ଷୟିତ୍ରୀ ସପର୍ଯ୍ୟା ଶୁଭଶ୍ରୀ ମିଶ୍ରଙ୍କ ଏହି ଗୌରବ ପୂର୍ଣ୍ଣ ସଫଳତା ପାଇଁ ତାଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ବାଳ, ସ୍ଵୀୟ ବକ୍ତବ୍ୟରେ ତାଙ୍କର ଶିକ୍ଷାଦାନ,ପରୀକ୍ଷା ପାଇଁ ନିରବଚ୍ଛିନ୍ନ ପ୍ରଚେଷ୍ଟା ତାଙ୍କୁ ଏହି ସଫଳତା ହାସଲ କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି ଦୃଢ଼ ମତପ୍ରକାଶ କରିଥିଲେ।
ବରିଷ୍ଠ ଶିକ୍ଷକ ତଥା ଆକାଶ ବାହିନୀ ଚିଫ ଅଫିସର୍ ଡା.ଦେବୀ ପ୍ରସାଦ ମିଶ୍ର ସ୍ଵୀୟ ବକ୍ତବ୍ୟରେ ନିରନ୍ତର ଚେଷ୍ଟା ହିଁ ସମସ୍ତ ସଫଳତାର ଚାବିକାଠି ବୋଲି ଦୃଢୋକ୍ତି ପ୍ରକାଶ କରିବା ସଙ୍ଗେ ସଙ୍ଗେ ସେ ପାଠପଢା କ୍ଷେତ୍ରରେ କୌଣସି କୋଚିଂ ନନେଇ ନିଜସ୍ଵ ଚେଷ୍ଟାରେ ଏ ସମସ୍ତ ସଫଳତା ହାସଲ କରିପାରିଛନ୍ତି ଯାହା ଅନ୍ୟ ମାନଙ୍କ ପାଇଁ ଏକ ବିରଳ ଉଦାହରଣ କହିଲେ ଅତ୍ୟୁକ୍ତି ହେବନାହିଁ ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ଆଲୁମିିନି ଆସୋସିଏସନର ସଭ୍ୟ ସଭ୍ୟା ବୃନ୍ଦ,ଅଭିଭାବକ, ଅଭିଭାବିକା ଓ ଶତାଧିକ ଛାତ୍ରଛାତ୍ରୀ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସାରଙ୍ଗଧର ସାହୁ,ଉପସଭାପତି ସୁପ୍ରଭା ସ୍ୱାଇଁ,ସଦସ୍ୟା ଝରଣା ପାତ୍ର,ମୀନା ନାଏକ,ସୀମା ରାଣୀ ସାହୁ, ପ୍ରଭାସିନୀ ସାହୁ,ବିଜୟଲକ୍ଷ୍ମୀ ଜେନା,ଲକ୍ଷ୍ମୀକାନ୍ତ ଜେନା, ଦିଲାବର ହୁସେନ,ବିରଞ୍ଚି ନାଏକଙ୍କ ସମେତ ବିଦ୍ୟାଳୟର ୧୯୮୦ ମସିହା ବ୍ୟାଚ୍ ର ପ୍ରାକ୍ତନ ଛାତ୍ର,ମୋ ସ୍କୁଲ କାର୍ଯ୍ୟକ୍ରମର ସଂଯୋଜକ,ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ ତଥା ସମର ଶିକ୍ଷାର୍ଥୀ ଆକାଶ ବାହିନୀ ଚିଫ ଅଫିସର ଡ଼ା.ଦେବୀ ପ୍ରସାଦ ମିଶ୍ର,ବିଦ୍ୟାଳୟର ସଂସ୍କୃତି ବିଭାଗର ଦାୟିତ୍ୱରେ ଥିବା ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର ଓ ପ୍ରାକ୍ତନ ଛାତ୍ର,ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ତଥା ସମର ଶିକ୍ଷାର୍ଥୀ ସ୍ଥଳ ବାହିନୀ,ବାଳକ ବିଭାଗର ଦାୟିତ୍ୱରେ ଥିବା ଅଫିସର ଦିପ୍ତିଶ କୁମାର ଶତପଥୀ,ସମର ଶିକ୍ଷାର୍ଥୀ ନୌବାହିନୀ ପ୍ରାକ୍ତନ ଚିଫ ଅଫିସର ଧ୍ୟାନଚାନ୍ଦ ମିଶ୍ର,ସମର ଶିକ୍ଷାର୍ଥୀ ସ୍ଥଳ ବାଳକ ବାହିନୀର ପ୍ରାକ୍ତନ ଏନ୍.ସି.ସି. ଅଫିସର୍ ,ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ତଥା ବରିଷ୍ଠ ହିନ୍ଦୀ ଶିକ୍ଷକ କିଶୋର ଚନ୍ଦ୍ର ସାମଲ,ସୁନିତାବାଳା ଷଡ଼ଙ୍ଗୀ,ସ୍ୱାଗତିକା ରଥ,ସୁଜାତା ପଣ୍ଡା,ଗାଇଡ଼ ଶିକ୍ଷୟିତ୍ରୀ କ୍ଷୀରାବଧିତନୟା ମହାପାତ୍ର,ସୁଚିତ୍ରା ସାହୁ,ସମର ଶିକ୍ଷାର୍ଥୀ ସ୍ଥଳ ବାଳିକା ବାହିନୀର ଥାର୍ଡ ଅଫିସର ଅନୁପମା ପଣ୍ଡା,ଏହି ବିଦ୍ୟାଳୟର ପ୍ରାକ୍ତନ ଛାତ୍ରୀ ତଥା ସମର ଶିକ୍ଷାର୍ଥୀ ନୌବାହିନୀ ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀ କିରଣମୟୀ ମହାଳିକ ଓ କ୍ରୀଡ଼ା ଶିକ୍ଷୟିତ୍ରୀ ସ୍ମିତିସୁଧା ଜେନା,କଲ୍ୟାଣୀ ବଡ଼ଜେନା,କିରଣ କଣ୍ଟା,ଭୂପେନ୍ଦ୍ର ସିଂ ମାଝୀ,ସପର୍ଯ୍ୟା ଶୁଭଶ୍ରୀ ମିଶ୍ର,ଏଲିମେଣ୍ଟାରି ଶିକ୍ଷୟିତ୍ରୀ ଅନିତା ସାହୁ,ସ୍ମିତା ପଟ୍ଟନାୟକ, କାର୍ଯ୍ୟାଳୟ ସହକାରୀ ସୁଦର୍ଶନ ସାହୁ,ଭୋକେଶନାଲ ଦାୟିତ୍ୱରେ ଥିବା ଶୁଭଶ୍ରୀ ଦେବସ୍ମିତା ରାଉତ,ସୁଜିତ କୁମାର ବାରା,ବାସୁଦେବ ରଣା,ମମତା ବେହେରା, ରୁଦ୍ରାକ୍ଷ ଗଡନାୟକ,ସନ୍ତୋଷ ଜେନା,ନରହରି ଗୋଛାୟତ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ ଯୋଗଦାନ କରି ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।
ଡା. ଦେବୀ ପ୍ରସାଦ ମିଶ୍ର, ବିଦ୍ୟାଳୟର ୧୯୮୦ ମସିହା ବ୍ୟାଚ୍ ର ପ୍ରାକ୍ତନ ଛାତ୍ର(ଆଲୁମିନି),ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ, ସମର ଶିକ୍ଷାର୍ଥୀ ଆକାଶ ବାହିନୀ ଚିଫ ଅଫିସର ତଥା ମୋ ସ୍କୁଲ୍ କାର୍ଯ୍ୟକ୍ରମ ସଂଯୋଜକ,
ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ।
ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ରାଜ୍ୟ ପୁରସ୍କାର ପ୍ରାପ୍ତ ଢେଙ୍କାନାଳ ଜିଲ୍ଲା ସଂଯୋଜକ, କୋଷାଧ୍ୟକ୍ଷ ଓଡ଼ିଶା ମାଧ୍ୟମିକ ସରକାରୀ ଶିକ୍ଷକ ସଂଘ,ଢେଙ୍କାନାଳ ଶାଖା