ମତ୍ସଜିବି ଝିଅ CH. ଗାୟତ୍ରୀ ପାଇଲେ ଓଏଏସ,ଗଞ୍ଜାମ ବ୍ଳକ ପାଇଁ ଆଣିଲେ ଗୌରବ।
ଗଞ୍ଜାମ(ବିନୋଦ ଚନ୍ଦ୍ର ପଲାଇ):-ଆର୍ଥିକ ଅନାଟନ, ବିବାହ ପଢାପାଇଁ ବାଧକ ନୁହେଁ, ଓଏଏସ ପାଇ ତାହା ପ୍ରମାଣିତ କରିଛନ୍ତି, ମତ୍ସଜିବି ଝିଅ ଓ ବୋହୁ CH. ଗାୟତ୍ରୀ l ଯାହା ଗଞ୍ଜାମ ବ୍ଳକ ପାଇଁ ଆଣିଛନ୍ତି ଗୌରବ lଗଞ୍ଜାମ ବ୍ଳକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପୋଡ଼ମପେଟା ଗ୍ରାମର ନିପଟପଲ୍ଲୀ, ସମୁଦ୍ରକୂଳରେ ବସବାସ କରୁଥିବା ମତ୍ସଜିବି ପରିବାରର ଝିଅ ଓ ବୋହୁ ଓଏଏସ ପାଇଥିବା CH. ଗାୟତ୍ରୀ ହେଉଛନ୍ତି, CH. ସିମାଞ୍ଚଳଙ୍କ ସ୍ତ୍ରୀ l,ପିତା CH. ତାରିଣୀ ମାତା CH. ଲକ୍ଷ୍ମୀଙ୍କ ଝିଅ ଗାୟତ୍ରୀ।ଚଳିତ ଓଡିଶା ପ୍ରଶାସନିକ ସେବା (ଓପିଏସ ) ପରୀକ୍ଷାରେ 428ରେଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି l ପିଲାଟି ବେଳୁ ମେଧାବୀ ଛାତ୍ରୀ ଥିବା ଗାୟତ୍ରୀ ଗଞ୍ଜାମ ବ୍ଲକର ନୀଳାଦ୍ରିପୁର ଗ୍ରାମ ସ୍ଥିତ ଲବଣ ଶ୍ରମିକ ହାଇସ୍କୁଲରେ ମ୍ୟାଟ୍ରିକ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଥିଲେ lଗୋବିନ୍ଦପୁର ମହାବିଦ୍ୟାଳୟରେ ,ଯୁକ୍ତଦୁଇ ଓ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟରେ ଯୁକ୍ତ ତିନି ପାଠ ପଢି ପ୍ରଥମଶ୍ରେଣୀରେ ଉତୀର୍ଣ୍ଣ ହୋଇଥିଲେ l ପିଲାବେଳୁ ଆଇଏଏସ ପାଇଁ ଲକ୍ଷ ରଖିଥିବା ଗାୟତ୍ରୀ ବିବାହ କରିଥିଲେ ମଧ୍ୟ ତାଙ୍କର ଲକ୍ଷରୁ ହଟିନଥିଲେ l ପରିବାର ଜଞ୍ଜାଳ, ଆର୍ଥିକ ଅନାଟନ ସ୍ୱତେ ନିଜ ଲକ୍ଷ ହାସଲ ପାଇଁ ପ୍ରସ୍ତୁତି ଚଲାଇଥିଲେ ଏଥିରେ ସ୍ୱାମୀ ନୀଳାଞ୍ଚଳଙ୍କ ପ୍ରୋତ୍ସହନଥିଲା lବର୍ତମାନ ଓଏଏସ ରେ ସଫଳତା ପାଇଛନ୍ତି l
ଏହି ସଫଳତା ପାଇଁ ଭଗବାନ ପରେ ପରିବାର,, ଶିକ୍ଷକ ଓ ଶୁଭେଛୁଙ୍କୁ ସମର୍ପିତ କରିଛନ୍ତି l ସଫଳତା ପାଇଁ ପରିଶ୍ରମ,,ନିଷ୍ଠା, ଏକାଗ୍ରତା ଓ ସମୟାନୁବର୍ତ୍ତିତା,ନିତ୍ୟାନ୍ତ ଆବଶ୍ୟକତାବୋଲି କହିଛନ୍ତି l
ଭବିଷ୍ୟତରେ ଆଇଏଏସ ଲକ୍ଷ ରଖିଥିବା ଗାୟତ୍ରୀ କହିଛନ୍ତି, ମୁଁ ଯେପରି ଓଏଏସ ପାଇଲି, ସେପରି ଆମ ଅଞ୍ଚଳର ବିଶେଷ କରି ମତ୍ସଜିବି ସମ୍ପ୍ରଦାୟର ବିଦ୍ୟାର୍ଥୀ ମାନେ ଶିକ୍ଷା କ୍ଷେତ୍ରରେ ପ୍ରଶାସନିକ ହେଉ ବା ଅନ୍ୟ କ୍ଷେତ୍ରରେ ନିଜକୁ ଗଢି ତୋଳିବା ପାଇଁ , ଯାହା ସହଯୋଗ ଦରକାର ସେମାଙ୍କୁ ଯୋଗାଇଦେବୀ କହିଛନ୍ତି l
ଏଥିପାଇଁ ନିଜ ଅଞ୍ଚଳର ଝିଅ ମାନଙ୍କୁ ଏଥିପ୍ରତି ଆଗହ କରିବା ପାଇଁ ତାଙ୍କର ଲକ୍ଷ l ଭବିଷ୍ୟତରେ ଶିକ୍ଷା, ଆର୍ଥିକ ବିକାଶ ଏବଂ ଦୁର୍ନୀତିମୁକ୍ତ ସ୍ଵଛ ପ୍ରଶାସନ ତାଙ୍କର ପ୍ରଥମିକତା ରହିବା ସହ ସେବାକୁ ଗୁରୁତ୍ୱ ଦେବେ ବୋଲି କହିଛନ୍ତି l ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ଶୁଅ ଛୁଟିଛି l