ବୃନ୍ଦାବତୀ ନିବାସ ପରିସରରେ ହବିଷ୍ୟାଳୀ ବ୍ରତର ଶୁଭାରମ୍ଭ।

0
Spread the love

ପୁରୀ:- ପୁରୀ ବୃନ୍ଦାବତୀ ନିବାସ ପରିସରରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ହବିଷ୍ୟାଳୀ ବ୍ରତର ଶୁଭାରମ୍ଭ କରିଛନ୍ତି। ହବିଷ୍ୟାଳୀ ମା’ମାନେ ଆମ ସଂସ୍କୃତି ଓ ପରମ୍ପରାର ବାର୍ତ୍ତାବହ। ମହାପ୍ରଭୁଙ୍କ ପ୍ରତି ସେମାନଙ୍କ ସେବା ଓ ସମର୍ପଣ ମାଧ୍ୟମରେ ପ୍ରତି ଓଡ଼ିଆଙ୍କୁ ଆଶୀର୍ବାଦ ପ୍ରାପ୍ତ ହେଉଛି। ଏହା ଆମ ଓଡିଶାକୁ ସମୃଦ୍ଧ କରିବ ବୋଲି ଶ୍ରୀମତୀ ପରିଡା କହିଛନ୍ତି।

ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ମା’ମାନେ ଯେପରି ସୁଵିଧାରେ ବ୍ରତ କରିବେ ସେଥିପ୍ରତି ସରକାର ଓ ପ୍ରଶାସନ ଯତ୍ନବାନ ଅଛନ୍ତି। ସେମାନଙ୍କୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ଶ୍ରୀମତୀ ପରିଡା ସୂଚନା ଦେଇଛନ୍ତି।

ବିଭିନ୍ନ ରହଣୀ ନିବାସରେ ୨୫୪୪ ହବିଷ୍ୟାଳୀ ରହିଥିବା ବେଳେ ସମସ୍ତ ନିବାସର ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇ ସାରିଥିବାରୁ ଆଉ କୌଣସି ନୂତନ ହବିଷ୍ୟାଳୀଙ୍କୁ ରଖାଯିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Leave a Reply

Your email address will not be published. Required fields are marked *