ହଜାର ହଜାର ହବିଷ୍ୟାଳିଙ୍କୁ ଅଣଦେଖା ରାଜ୍ୟ ବିଜେପି ସରକାରଙ୍କ ଅପାରଗତାର ପରିଚୟ: ବିଜେଡି
ଭୁବନେଶ୍ବର: ପବିତ୍ର କାର୍ତ୍ତିକ ମାସରେ ହଜାର ହଜାର ହବିଷ୍ୟାଳି ପୁରୀରେ ରହି ଜଗନ୍ନାଥଙ୍କୁ ଦର୍ଶନ କରିବାର ଏକ ଅନନ୍ୟ ପରମ୍ପରା ରହିଥିବା ବେଳେ ଏବର୍ଷ ପୁରୀକୁ ଆସିଥିବା ହବିଷ୍ୟାଳି ମାନଙ୍କ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇ ନଥିବା ଅଭିଯୋଗ କରି ଆଜି ବିଜୁ ଜନତା ଦଳ ରାଜ୍ୟ ବିଜେପି ସରକାର ଉପରେ ବର୍ଷିଛି। ବିଜୁ ଜନତା ଦଳର ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳ ଦଳର ମୁଖପାତ୍ର ଡ. ଲେଖାଶ୍ରୀ ସାମନ୍ତସିଂହାର କହିଲେ, ହବିଷ୍ୟାଳି ମାନଙ୍କୁ ଅଣଦେଖା କରିବା ଓ ସେମାନଙ୍କ ସୁବି ସୁବିଧା ଅସୁବିଧା ନବୁଝିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ। ଅପରପକ୍ଷରେ, ବିଭାଗୀୟ ମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି, କେବଳ ଅନଲାଇନରେ ପଞ୍ଜିକୃତ କରିଥିବା ମହିଳା ମାନଙ୍କ ପାଇଁ ସରକାରଙ୍କ ତରଫରୁ ବ୍ୟବସ୍ଥା କରାଯାଉଛି। ହବିଷ୍ୟାଳିମାନେ ପ୍ରାପ୍ତ ବୟସ୍କ ହୋଇଥିବା ବେଳେ ସେମାନଙ୍କୁ ଏପରି ହଇରାଣ ହେବା ପାଇଁ ଛାଡ଼ିଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ।
ସାମନ୍ତସିଂହାର କହିଥିଲେ, ହବିଷ୍ୟାଳି ମାନଙ୍କ ସୁବିଧା ନିମନ୍ତେ, ତତ୍କାଳୀନ ଳୀନ ମୁଖ୍ୟମନ୍ତ୍ରୀ ମୁ ଶ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵା ଦ୍ଵାରା ପୁରୀରେ ୩୯ କୋଟି ଟଙ୍କା ବ୍ୟୟରେ ବୃନ୍ଦାବତୀ ଭବନ ନିର୍ମାଣ ହୋଇଛି। ଗତବର୍ଷ, ୩୫୦୦ରୁ ଉର୍ଦ୍ଧ୍ବ ହବିଷ୍ୟାଳିଙ୍କୁ ରଖିବା ପାଇଁ ସରକାର ବ୍ୟବସ୍ଥା କରିଥିଲେ । ଏବର୍ଷ ମାତ୍ର ୨୫୦୦ ହବିଷ୍ୟାଳିଙ୍କ ପାଇଁ ବ୍ଯବ ବସ୍ଥା କରାଯାଇଛି । ଫଳରେ ହଜାର ହଜାର ହବିଷ୍ୟାଳି ବାର ଦୁଆର ଶୁଣ୍ଡି ପିଣ୍ଡା ହେଉଛନ୍ତି । ଏମାନଙ୍କ ଭିତରୁ ଅଧୂକାଂଶ ପ୍ରାପ୍ତ ବା ବୟସ୍କ ହୋଇଥିବାରୁ, ସେ ସେମାନଙ୍କ ପାଇଁ ରହିବା, ଖାଇବା, ମନ୍ଦିର ଯିବା ଆସିବା କରିବା ପାଇଁ ବ୍ୟବସ୍ଥା କରିବା ଓ ଜଗନ୍ନାଥ ଦର୍ଶନ ର୍ଶନ କରିବା ଇତ୍ୟାଦି ରାଜ୍ୟ ସରକାରଙ୍କ ଦାୟିତ୍ଵ । କିନ୍ତୁ, ସେମାନଙ୍କୁ ଅସୁବିଧାରେ ପଡ଼ିବାକୁ ସାଜିଛନ୍ତି । ବାକୁ ଛାଡ଼ିଦେଇ ସରକାର ନିଦାବି ପୂର୍ବ ସରକାରଙ୍କ ସମୟରେ ସମସ୍ତ ହବିଷ୍ୟାଳିକ ଳିଙ୍କ ପାଇଁ ଏଇ ସମସ୍ତ ସୁବିଧା ଯୋଗାଇ ଦିଆଯାଉଥିଲା। ଏହି ଘଟଣାରେ ବର୍ତ୍ତମାନର ନର ସରକାରଙ୍କ ଅପାରଗ ପଣିଆ ଏବେ ପଦାରେ ପଡିଛି। ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ଯୋଗୁ ହବିଷ୍ୟାଳିମାନେ ଆଜି ନାହିଁ ନଥିବା ଅସୁବିଧାର ସମ୍ମୁ ସମ୍ମୁଖୀନ୍ନ ହେଉଛନ୍ତି ବୋଲି ଡ. ସାମନ୍ତ ସିଂହାର କହିଥିଲେ।
ଓଡ଼ିଆ ଆସ୍ମିତାର ଦ୍ବାହି ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାର ଓଡ଼ିଆ ପରମ୍ପରାକୁ ସମ୍ମାନ ଜଣାଇ ହଜାର ହଜାର ହବିଷ୍ୟା ଷ୍ୟାଳି ମା ମାନଙ୍କୁ ଆବଶ୍ୟକ ସୁବିଧା ପ୍ରଦାନ ନକରିବା ବିଜେପିର ଓଡ଼ିଆ ଅସ୍ମିତା ତା ଏକ ଧୋକା ବା ପ୍ରବଞ୍ଚନାରେ ପରିଣତ ହୋଇଛି। ପବିତ୍ର କାର୍ତ୍ତିକ ମାସରେ ଓଡ଼ିଶାର ନୌବାଣିଜ୍ୟ ପରମ୍ପରା ସାଙ୍ଗକୁ ହବିଷ୍ୟାଳିଙ୍କ ଶ୍ରୀ ଶ୍ରୀକ୍ଷେତ୍ରରେ ରହି ଜଗନ୍ନାଥ ଦର୍ଶନ କରି ପୁଣ୍ୟ ଅର୍ଜନ କରିବାର ଏକ ଅନନ୍ୟ ପରମ୍ପ ରମ୍ପରା ରହିଛି ଯାହା ସେମାନଙ୍କୁ ଙ୍କୁ ମୋକ୍ଷପ୍ରାପ୍ତି କରାଏ ବୋଲି ବିଶ୍ଵାସ ରହିଛି। ଏପରି ପବିତ୍ର ପରମ୍ପରା ମ୍ପରାକୁ ସମ୍ମାନ ନଜଣାଇବା, ଓଡ଼ିଆ ଅସ୍ମିତା ପ୍ରତି କୁଠାରଘାତ ସଦୃଶ୍ୟ ବୋଲି ଡ. ସାମନ୍ତସିଂହାର କହିଥିଲେ।