ରେଳମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ କେନ୍ଦୁଝର ସାଂସଦ ଅନନ୍ତ ନାୟକ।

0
Spread the love

କେନ୍ଦୁଝର:ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ବାଦାମ ପାହାଡ଼-କେନ୍ଦୁଝରଗଡ଼ ରେଳ ମାର୍ଗ ପ୍ରକଳ୍ପକୁ ଅନୁମୋଦନ କରାଯାଇଥିବାରୁ କେନ୍ଦୁଝର ସାଂସଦ ଅନନ୍ତ ନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନା ବୈଷ୍ଣବଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି । ଦୀର୍ଘ ଦିନରୁ କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାର ଲୋକଙ୍କ ଦ୍ୱାରା କରାଯାଇଥୁବା ଏହି ଦାଟିକୁ ପୂରଣ କରାଯାଇଛି । କ୍ୟାବିନେଟ ଅନୁମୋଦନ ପରେ ଏହି ପ୍ରକଳ୍ପର କାର୍ଯ୍ୟ ତ୍ବରାନ୍ବିତ ହେବ ଓ ଉଭୟ ଜିଲ୍ଲାକୁ ଏହାର ଲାଭ ମିଳିବ ବୋଲି ଶ୍ରୀ ନାୟକ ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି।

ଉଲ୍ଲେଖନୀୟ ଯେ, କିଛି ଦିନ ପୂର୍ବରୁ ଶ୍ରୀ ନାୟକ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟି ଏହି ପ୍ରକଳ୍ପ କାର୍ଯ୍ୟକୁ କରିବାକୁ ଅନୁରୋଧ କରିଥିଲେ। ଶ୍ରୀ ନାୟକ ଆହୁରି କହିଛନ୍ତି ଯେ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ରେଳ ମନ୍ତ୍ରଣାଳୟର ୮ଟି ନୂଆ ରେଳ ମାର୍ଗ ପ୍ରକଳ୍ପକୁ ଅନୁମୋଦନ କରା ଯାଇମ୍ବା ବେଳେ ସେଥ୍‌ର ୬ଟି ପ୍ରକଳ୍ପ ଓଡିଶାର ରହିଛି । ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡିଶାର ବିକାଶ ପାଇଁ ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି ବୋଲି ଶ୍ରୀ ନାୟକ କହିଛନ୍ତି। ଏହି ପ୍ରକଳ୍ପ ଗୁଡିକ ଦ୍ୱାରା କେନ୍ଦୁଝର, ମୟୂରଭଞ୍ଜ ସମେତ ଓଡିଶାର ବିଭିନ୍ନ ଅଞ୍ଚଳର ଆର୍ଥିକ ଅଭିବୃଦ୍ଧି ହେବା ସହ ପର୍ଯ୍ୟଟନ ଏବଂ ନିଯୁକ୍ତି ସୁଯୋଗ ବୃଦ୍ଧି ହେବ।
ଓଡ଼ିଶା ଓ ପଡୋଶୀ ରାଜ୍ୟର ଶିଞ୍ଚଳର ବିକାଶ ହୋଇପାରିବ।

Leave a Reply

Your email address will not be published. Required fields are marked *