ଗଞ୍ଜାମ ଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ର ଆଲୋଚନା ସଭା।

0
Spread the love

ବ୍ରହ୍ମପୁର:-ସ୍ଥାନୀୟ ଉତ୍କଳ ଆଶ୍ରମ ପାଠାଗାର କକ୍ଷରେ ଗଞ୍ଜାମ ଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ର ମାସିକ ଆଲୋଚନା ସଭା
ସଭାପତି ରାଧା ଚରଣ ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି। ସାଧାରଣ ସମ୍ପାଦକ ଦିନବନ୍ଧୁ ଶ୍ରୀପଲ୍ଲବ ଏବଂ ମୁଖ୍ୟ ସଂଯୋଜକ ଗୌରୀଶଙ୍କର ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ୍ ହୋଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସଭା ଉଦ୍ଘାଟନ କରିଥିଲେ। ପ୍ରାରମ୍ଭରେ କୋଷାଧ୍ୟକ୍ଷ ଲଡୁକେଶ ମିଶ୍ର ବେଦ ପାଠ କରିଥିଲେ ଏବଂ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ସାଧାରଣ ସମ୍ପାଦକ ଶ୍ରୀପଲ୍ଲବ
ସ୍ବାଗତ ଭାଷଣ ସହ ୨୦୨୪ ବାର୍ଷିକ ଉତ୍ସବ ବିବରଣୀ ପାଠ କରିଥିଲେ ଏବଂ ସମସ୍ତ ଙ୍କ ସହଯୋଗ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିବା ରୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ।
ସଭାପତି ଶ୍ରୀ ନାୟକ ବକ୍ତବ୍ୟ ପ୍ରଦାନ କରି ବରିଷ୍ଠ ନାଗରିକ ଙ୍କ ଭତ୍ତା ବୃଦ୍ଧି କରିଥିବାରୁ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ କିନ୍ତୁ ଏହି ଭତ୍ତା ନୀତି କୁ କୋହଳ କରାଯାଇ ଏଥିରେ ଅନ୍ୟାନ୍ୟ ବୟସର ବରିଷ୍ଠ ନାଗରିକ ଙ୍କୁ ସାମିଲ୍ କରାଯିବା ଉଚିତ ବୋଲି ମତପ୍ରକାଶ କରି ରାଜ୍ୟ ସରକାର ବିଚାର କରିବାକୁ ଅନୁରୋଧ କରିଥିଲେ।

Leave a Reply

Your email address will not be published. Required fields are marked *