ଜନ୍ମ କଲା ଝିଅକୁ ହତ୍ୟା କଲା ସୈତାନ୍ ବାପା।

0
Spread the love

ମାଲକାନଗିରି:-ମାଲକାନଗିରି ବାପା ସାଜିଲା ସୌତାନ।ନିଜର ଜନ୍ମଦେଲା ଶିଶୁ କନ୍ୟା କୁ ଚୁରା ଭୁସି କରିଛି ହତ୍ୟା। ଏପରି ଦୁଃଖଦ ଘଟଣା ଘଟିଛି ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଦୋରାଗୁଡ଼ା ପଂଚାୟତ ର RSC -14 ଗ୍ରାମରେ ।ଆଜି ସକାଳୁ ବ୍ଲେଶି ରାଣୀ ଭତ୍ରା ବୟସ 5 ବର୍ଷ ପଡୋଶୀ ଘରେ ଖେଲୁଥିବା ସମୟରେ ବାପା ସଞ୍ଜୀବ ଭତ୍ରା ଚୁରା ରେ ଭୂଷି ଥିଲା।କୁନି ଝିଅ ର ଚିତ୍କାର ଶୁଣି ଗ୍ରାମବାସୀ ଘଟଣା ସ୍ତଳରେ ପହଞ୍ଚି ଥିଲେ ଏବଂ ରକ୍ତାକ୍ତ ବ୍ଲେଶୀ କୁ ନେଇ ଚିତ୍ରକୋଣ୍ଡା ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ କିନ୍ତୁ ମେଡ଼ିକାଲ ପରିସରରେ ଝିଅଟିର ପ୍ରାଣବାୟୁ ଉଡ଼ିଯାଇଥିଲ ଏବଂ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଘଟଣା ସ୍ଥଳ ରୁ ହତ୍ୟା କାରୀ ପିଚାଶ ବାପା ଫେରାର।ମୃତ୍ ବ୍ଲେସି ଜେଜେ ବାପା ବିନୋଦ ଭତ୍ରା ଅଭିଯୋଗ କରଛନ୍ତି ପୁଅ ସଞ୍ଜୀବ ଭତ୍ରା, ସେ ଦ୍ୱିତୀୟ ସ୍ତ୍ରୀ ପ୍ରରୋଚନାରେ ପଡ଼ି ଆଗ ସ୍ତ୍ରୀର ନିଜ ଝିଅ ବ୍ଲେସୀ କୁ ହତ୍ୟା କରିଛି। ସାବତ ମାଆ କଥା ପଡ଼ି ଏପରି। ଜଘନ୍ୟ ହତ୍ୟାକାଣ୍ଡ ଘଟେ ଇଛି,ହତ୍ୟା କାରୀ ସଞ୍ଜୀବ କୁ ପାଶି ଦଣ୍ଡ ଦିଆ ଯାଉ ବୋଲି ପ୍ରତିକ୍ରିୟା ଦେଇଛନ୍ତି।ବର୍ତ୍ତମାନ ଚିତ୍ରକୋଣ୍ଡା ପୋଲିସ୍ ତଦନ୍ତ ଆରଂଭ କରିବା ସହ ଆସାମୀ ଗିରଫ କରିବା ପ୍ରୟାସ ଆରଂଭ କରିଥିବା ଚିତ୍ରକୋଣ୍ଡା ପୋଲିସ୍ ସୁଚନା ଦେଇଛି।

Leave a Reply

Your email address will not be published. Required fields are marked *