ଭାରତ ବିକାଶ ପରିଷଦ, ବ୍ରହ୍ମପୁର ଶାଖା ଦ୍ଵାରା କନ୍ୟା ପୂଜନ ଉତ୍ସବ ଅନୁଷ୍ଠିତ।
ବ୍ରହ୍ମପୁର:- ନବରାତ୍ର ସପ୍ତମୀ ଅବସରରେ ଭାରତ ବିକାଶ ପରିଷଦ, ବ୍ରହ୍ମପୁର ଶାଖା ପକ୍ଷରୁ କନ୍ୟା ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ମାଆଙ୍କର ନଅ ଅବତାର କୁ ଅନୁସରଣ କରି ପରିଷଦ ର ମହିଳା ସଦସ୍ୟମାନେ ନଅଜଣ କୁମାରୀ କନ୍ୟାମାନଙ୍କୁ ବସାଇ ବିଧି ମୁତାବକ ସମସ୍ତ କନ୍ୟାମାନଙ୍କୁ ଅଳତା, ସିନ୍ଦୂର, କୁଙ୍କୁମ ଇତ୍ୟାଦି ଲଗାଇ ସେମାନଙ୍କ ପାଦ ଧୋଇ ନୂତନ ବସ୍ତ୍ର ପରିଧାନ କରାଇଥିଲେ l ପରେ ସେମାନଙ୍କୁ ଫୁଲ ଚନ୍ଦନ ଦେଇ ହୁଳହୁଳି ଶବ୍ଦରେ ମନ୍ତ୍ରୋଚାରଣ ସହିତ ପୂଜା କରିଥିଲେ ।ମହିଳା ସଦସ୍ୟ ମାନେ କନ୍ୟାମାନଙ୍କୁ ବିଭିନ୍ନ ପ୍ରକାର ଉପହାର ଦେଇଥିଲେ । ଏବଂ ନାନା ପ୍ରକାର ଫଳ, ମିଠା, ହାଲୁଆ ଇତ୍ୟାଦି ଭୋଜନ କରାଇଥିଲେ ।ମହିଳା ବାଲ୍ ସଂସ୍କାର ସଂଯୋଜିକା ଶ୍ରୀମତୀ କେ.ଏନ୍ ରାଣୀ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ରଶ୍ମି ପ୍ରଭା ଦାଶ, ଶ୍ରୀମତୀ ଆରତୀ ପଣ୍ଡା, ଶ୍ରୀମତୀ ନମିତା ପାଢି, ଶ୍ରୀମତୀ କେ.ସରସ୍ଵତୀ, ଶ୍ରୀମତୀ ସୁଷମା ମହାରଣା, ଶ୍ରୀମତୀ ସୁନିତା ସାହୁ, ଶ୍ରୀମତୀ ରଞ୍ଜିତା ପଣ୍ଡା, ଶ୍ରୀମତୀ ଅକାଂକ୍ଷା ପଣ୍ଡା , ସାଗରିକା ଦେବୀ, ଶୁଭଶ୍ରୀ ମହାନ୍ତି ଅନ୍ୟ ବହୁ ମହିଳାମାନେ ଯୋଗ ଦେଇଥିଲେ ଏବଂ କାର୍ଯ୍ୟକ୍ରମ କୁ ସଫଳ କରିବାକୁ ସକ୍ରିୟ ସହଯୋଗ କରିଥିଲେ l ଶେଷରେ ସମସ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା l