ବିଛିନ୍ନାଞ୍ଚଳବାସୀ ଓଡ଼ିଆ ସଂସ୍କୃତିର ନିଷ୍ଠାପର ସେବକ : ମହାସଚିବ ରୋଶନ

0
Spread the love


ଜିଲୁଣ୍ଡା (ଆ.ପ୍ର.): ଆମ ପଡୋଶୀ ଆନ୍ଧ୍ର ପ୍ରଦେଶ ଅନ୍ତର୍ଗତ ଓଡ଼ିଶାର ବିଛିନ୍ନାଞ୍ଚଳରେ ଆଜି ବି ଓଡ଼ିଆ ସଂସ୍କୃତି ବଞ୍ଚି ରହିଛି l ଶ୍ରୀକାକୁଲମ ଜିଲ୍ଲା କାଞ୍ଚିଲି ମଣ୍ଡଳ ଅନ୍ତର୍ଗତ ଜଳନ୍ତର ଜିଲୁଣ୍ଡା ଠାରେ ପବିତ୍ର ପାର୍ବଣ ଅବସରରେ ଏକ ସାଂସ୍କୃତିକ ମାହୋଲ ସୃଷ୍ଟି ହୋଇଥିବା ନଜରକୁ ଆସିଛି l ଆଜି ଏହି କ୍ରମରେ ଗ୍ରାମସ୍ଥ ହରିହର ନାଟ୍ୟ କଳା ପରିଷଦ ପ୍ରଯୋଜିତ ତଥା ଜି. ରାଜେନ୍ଦ୍ର ରେଡ୍ଡୀ ନିର୍ଦ୍ଦେଶିତ ପୌରାଣିକ ନାଟକ ‘ବିଜୟୀ ରାଘବ’ ନାଟକ ଉଦଘାଟିତ ହୋଇଯାଇଛି l ଆନ୍ଧ୍ରପ୍ରଦେଶ ଓଡ଼ିଆ କଳାକାର ମହାସଂଘର ସଭାପତି ସୀମାନ୍ତ ନାଟରାଜ ଡାକ୍ତର ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଉଦ୍ଘାଟନୀ ସମାରୋହରେ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଛିନ୍ନାଞ୍ଚଳ ଓଡ଼ିଆ ସମାଜ ଓଡ଼ିଆ ସଂସ୍କୃତିକୁ ଅତ୍ୟନ୍ତ ନିଷ୍ଠା ସହକାରେ ବଂଚେଇ ରଖିଥିବା ହେତୁ ସଭିଏଁ ସାଧୁବାଦାର୍ହ ବୋଲି ଉଦ୍ଘାଟନୀ ଭାଷଣ କ୍ରମରେ ଉପସ୍ଥାପନ କରିଥିଲେ l ଏହି ଅବସରରେ ବରିଷ୍ଠ ଶିକ୍ଷାବିତ୍ ନୀଳକଣ୍ଠ ନାଲ୍ଲା, ମଞ୍ଚ ନିର୍ଦ୍ଦେଶକ ନାଟ୍ୟସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା, ବରିଷ୍ଠ ଅଭିନେତା ନାଟ୍ୟକାର ଯୁଦ୍ଧିଷ୍ଠିର ଭଞ୍ଜ ସାମନ୍ତ, ସମାଜସେବୀ କୁରା ଗୌଡ଼, ସ୍ୱର ବିବୁଧ ରମେଶ ଚନ୍ଦ୍ର ସ୍ୱାଇଁ, ପାଲା ନିର୍ଦ୍ଦେଶକ ଖଗେଶ୍ୱର ଗୌଡ଼, ନାଟ୍ୟ ନିର୍ଦ୍ଦେଶକ ଜଳନ୍ଧର ସାହୁ, ଶିକ୍ଷାବିତ୍ ଚକ୍ରପାଣି ପ୍ରଧାନ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କାଳରୁ ବିଛିନ୍ନ ହୋଇ ପଡ଼ିଥିବା ଆମ ବିଛିନ୍ନାଞ୍ଚଳରେ ଓଡ଼ିଆ ସଂସ୍କୃତି ଅବିକଳ ବଞ୍ଚି ରହିଥିଲେ ହେଁ ଏଥି ପ୍ରତି ଆନ୍ଧ୍ର କିମ୍ବା ଓଡ଼ିଶା ସରକାରଙ୍କ ସାମାନ୍ୟତମ ଦୃକପାତ ହେଉ ନଥିବା ଅତ୍ୟନ୍ତ ପରିତାପର ବିଷୟ ବୋଲି ନିଜ ନିଜ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ l ଏହି ଅବସରରେ ଆନ୍ଧ୍ରପ୍ରଦେଶ ଓଡ଼ିଆ କଳାକାର ମହାସଙ୍ଘ ସମ୍ପାଦକ ସୁରେଶ ପାଣିଗ୍ରାହୀଙ୍କ ସଂଯୋଜନା କ୍ରମେ ନାଟ୍ୟ ନିର୍ଦ୍ଦେଶକ ଗୁରୁ ଜି. ରାଜେନ୍ଦ୍ର ରେଡ୍ଡୀ ଏବଂ ଗ୍ରାମସ୍ଥ କିଛି ବୟବୃଦ୍ଧ କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯିବ ସହ ନାଟକର ସମସ୍ତ କଳାକାରଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା l କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ଦେବରାଜ ପ୍ରଧାନ, ବିଘ୍ନେଶ୍ୱର ପଣ୍ଡା, ରଞ୍ଜନ ପ୍ରଧାନ ଓ ପୂଜା କମିଟି ସଦସ୍ୟମାନେ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *