ସାନ୍ଦୁଲ ନଦୀରେ ବୁଡ଼ି ଦୁଇ ବାଳିକାଙ୍କ ମୃତ୍ୟୁ।

0
Spread the love

କଳାହାଣ୍ଡି (ପ୍ରଦୀପ କୁମାର ଗଉଡ):- ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅନ୍ତର୍ଗତ ବିଲାଟ୍ ଗାଁରେ।
ଆଜି ଦିନ ୧୦ଟା ସମୟରେ ବିଲାଟ ଗାଁର ଚାରି ଜଣ ବାଳିକା ନିକଟସ୍ଥ ସାନ୍ଦୂଲ୍ ନଦୀକୁ ଗାଧୋଇ ବାକୁ ଯାଇ ଥିଲେ।ସେମାନଙ୍କ ମଧ୍ୟରୁ ଦୁଇ ଜଣ ଗାଧୋଉ ଥିବା ବେଳେ ଗଭୀର ପାଣିକୁ ଚାଲି ଯାଇଥିଲେ ଓ ସେଠାରୁ ଆଉ ବାହାରକୁ ଆସି ନ ପାରି ପାଣିରେ ବୁଡି ଯାଇ ଥିଲେ।
ଅନ୍ୟ ଦୁଇ ଜଣ ସାଙ୍ଗ କିଛି ସମୟ ଅପେକ୍ଷା କଲା ପରେ ଗ୍ରାମବାସୀଙ୍କୁ ଚିତ୍କାର କରି ଡାକି ଥିଲେ।ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ଦୀର୍ଘ ଅଧ ଘଣ୍ଟା ଧରି ପାଣିରେ ଖୋଜା ଖୋଜି କଲା ପରେ ଦୁଇ ଜଣଙ୍କୁ ବାହାର କରିଥିଲେ।
ସୂଚନା ପାଇ ନର୍ଲା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଦୁଇ ଜଣଙ୍କୁ ପୋଲିସ୍ ଗାଡ଼ିରେ ହିଁ ନର୍ଲା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣି ଥିଲେ। ଡାକ୍ଟର ପରୀକ୍ଷା ନିରୀକ୍ଷା କଲା ପରେ ଦୁଇ ଜଣ ଙ୍କୁ ମୃତ ଘୋଷଣା କରିଥିଲେ। ସୂଚନା ଅନୁସାରେ ମୃତ ଦୁଇ ଜଣଙ୍କ ମଧ୍ୟରୁ ଜଣକ ନାମ ନୈନା ଦୁର୍ଗା ବୟସ ୧୯ ବର୍ଷ ଓ ଅନ୍ୟ ଜଣେ ରିଙ୍କି ହରିଜନ ବୟସ ୧୬ ବର୍ଷ ହେବ। ପରିବାରର ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ନ ଥିବାରୁ ତାଙ୍କ ମାଁ ବାପା ଦାଦନ ଖଟିବାକୁ ଯାଇଥିବା ଜଣାପଡ଼ିଛି। ସେମାନେ ନିଜ ଜେଜେ ବାପା ଓ ଜେଜେ ମାଙ୍କ ସହିତ ରହୁ ଥିଲେ।ନର୍ଲା ପୋଲିସ୍ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ମ. ରାମପୁରକୁ ପଠାଇ ଅଧିକ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *