ହିମାଳୟର ଲଦାଖ ଜଳବାୟୁ ସତ୍ୟାଗ୍ରହ ସମର୍ଥନରେ ବ୍ରହ୍ମପୁରରେ ମୌନ ଗଣଧାରଣା।

0
Spread the love

ବ୍ରହ୍ମପୁର:ହିମାଳୟର ଲଦାଖ ଜଳବାୟୁ ସତ୍ୟାଗ୍ରହକୁ ସମର୍ଥନରେ ବ୍ରହ୍ମପୁରରେ ମୌନ ଗଣଧାରଣା, ବ୍ରହ୍ମପୁର ଗାନ୍ଧୀନଗରସ୍ଥିତ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ନିକଟରେ ଲୋକଶକ୍ତି ଅଭିଯାନ ଓ ଆର୍ଯ୍ୟଭଟ୍ଟ ଫାଉଣ୍ଡେସନ ତରଫରୁ ମୌନ ଗଣଧାରଣା ଜରିଆରେ ଦିଲ୍ଲୀରେ ହିମାଳୟର ସୁରକ୍ଷା ପାଇଁ ଅନଶନରେ ଥିବା ପରିବେଶ ବିଜ୍ଞାନୀ ସୋନମ୍ ୱାଂଚୁକଙ୍କୁ ସମର୍ଥନ ଦିଆଯାଇଛି । ଲଦାଖ୍ବାସୀଙ୍କ ଗଣତାନ୍ତ୍ରିକ ଅଧିକାର ଓ ପ୍ରାକୃତିକ ସମ୍ପଦର ସୁରକ୍ଷାପାଇଁ ସାମ୍ବିଧାନିକ ଅଧିକାର ଦାବିରେ ଏକ ହଜାର କିଲୋମିଟର ପାହାଡ଼ ରାସ୍ତାରେ ଆସିଥିବା ପଦଯାତ୍ରୀଙ୍କୁ କେନ୍ଦ୍ର ସରକାର ଦିଲ୍ଲୀରେ ଗିରଫ କରିବା ପରେ, ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ସହ ଆଲୋଚନା ପାଇଁ ଅନୁମତି ଦିଆଯାଉ ନାହିଁ । ଏପରି ଅଗଣତାନ୍ତ୍ରିକ କାର୍ଯ୍ୟାନୁଷ୍ଠାନର ପ୍ରତିବାଦରେ ସତ୍ୟାଗ୍ରହର ନେତା ସୋନମ୍ ତାଙ୍କ ସତ୍ୟାଗ୍ରହ ଜାରି ରଖିଛନ୍ତି । କେନ୍ଦ୍ର ସରକାର ତାଙ୍କରି ସହ ଆଲୋଚନା କରି ହିମାଳୟର ସୁରକ୍ଷା କରିବାକୁ ଦାବି କରି ରବିବାର ଦେଶର ବିଭିନ୍ନ ସ୍ଥାନରେ ମୌନ ଗଣଧାରଣା ଦିଆଯାଇଛି । ଦିଲ୍ଲୀରେ ସୋନମଙ୍କ ଅନଶନ ସ୍ଥଳରେ ମଉନ ଧାରଣାରେ ଶତାଧିକ ଯୁବକ ଯୁବତୀ ବସିଥିବାବେଳେ ଦିଲ୍ଲୀ ପୋଲିସ ସମସ୍ତଙ୍କୁ ଉଠାଇନେଇ ଅଟକ ରଖିବା ସାମ୍ବିଧାନିକ ଅଧିକାର ଉପରେ ଆକ୍ରମଣ ବୋଲି ପ୍ରଫୁଲ୍ଲ ସାମନ୍ତରା କହିଛନ୍ତି । ବ୍ରହ୍ମପୁରରେ ଏହି କାର୍ଯ୍ୟକ୍ରମରେ ଗ୍ରୀନ ମେନ୍ ସୁଧୀର ରାଉତ, ଗ୍ରୀନ୍ ନୋବଲେ ବିଜେତା ପ୍ରଫୁଲ୍ଲ ସାମନ୍ତରା, ବରିଷ୍ଠ ସାମ୍ବାଦିକ ବିଘ୍ନେଶ୍ୱର ସାହୁ, ବାମପନ୍ଥୀ ନେତା ଭାଲଚନ୍ଦ୍ର ଷଡଙ୍ଗୀ, ମାନବବାଦୀ ଓ ହେତୁବାଦୀ ସଙ୍ଗଠନ ସମ୍ପାଦକ ନନେ୍ଦସୁ ସେନାପତି, ଆପ୍ ନେତା ସୁବାସ ରାଉତ, ଆଦିତ୍ୟ ରଥ, ଶିକ୍ଷକ ନେତା ରାଜେନ୍ଦ୍ର ପଣ୍ଡା, ଅଶୋକ ଦଳାଇ, ଈଶ୍ୱରୀ ରାଉତ, ଓଷ୍ଟା ସମ୍ପାଦକ ବିଜୟ ବେହେରା, ଆଉଟସୋର୍ସିଂ କର୍ମଚାରୀ ନେତା ପ୍ରତାପ ବେହେରା, ଲକ୍ଷ୍ମୀ ରଥ, ଋଷିକୂଲ୍ୟା ରୟତ ମହାସଭା ନେତା ସୀମାଚଳ ନାହାକ, ମହମ୍ମଦ ସଫିକ, ସିପିଆଇ ନେତା ଅଳକନାଥ ମିଶ୍ର, ପ୍ରଫୁଲ୍ଲ ଜେନା, କିଶୋାର ସ୍ୱାଇଁ, ଦୁର୍ଗା ପ୍ରଧାନ, ଶିବ ପ୍ରସାଦ ମିଶ୍ର, ବନମାଳୀ ପ୍ରଧାନ, ପଙ୍କଜ ନାୟକ, କିଶୋର ସ୍ୱାଇଁ, ସୀମାଂଚଳ ପତି ପ୍ରମୁଖ ୫୦ରୁ ଊଦ୍ଧ୍ୱର୍ ସାମାଜିକ କର୍ମକର୍ତ୍ତା ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *