ଶ୍ରୁତି ଡାନ୍ସ ଏକାଡେମୀ ପକ୍ଷରୁ ଦାଣ୍ଡିଆ।
ବ୍ରହ୍ମପୁର:- ମା ଙ୍କ ଦଶହରା ପର୍ବ ଅବସରରେ ବ୍ରହ୍ମପୁର ସହର ର ବିଭିନ୍ନ ସ୍ଥାନରେ ଚାଲିଛି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛିl ଏହି କ୍ରମରେ ଶ୍ରୁତି ଡ୍ୟାନ୍ସ ଏକାଡେମୀ ପକ୍ଷରୁ ପାଣିଗ୍ରାହୀ ପେଣ୍ଠ ରଘୁନାଥ ମନ୍ଦିର ମଣ୍ଡପ ରେ ଦାଣ୍ଡିଆ ନୃତ୍ୟ ଅନୁଷ୍ଠିତ ହୋଇଯାଇଛି l ଏକାଡେମୀ ର ମୁଖ୍ୟ ପରିଚାଳିକା ସନ୍ତୋଷିନୀ ବେହେରା ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଦାଣ୍ଡିଆ ନୃତ୍ୟ ଉତ୍ସବ ରେ ମେୟର ସଂଘମିତ୍ରା ଦଳେଇ ମୂଖ୍ୟ ଅତିଥି ରୁପେ ଯୋଗ ଦେଇଥିଲେ l ଡ଼ା ଚନ୍ଦନ ଗନ୍ତାୟତ, ସତ୍ୟ ପାତ୍ର,ଅଜିତ ପାତ୍ର ,ସୁଦୀପ କୁମାର୍ ସାହୁ, ପୁଷ୍ପଲତା ପାଣିଗ୍ରାହି , ସାବନା ଦାସ, ଉଷା ପଟ୍ଟନାୟକ, ଅଜିତ ପାତ୍ର, ପିଣ୍ଟୁ ସାହୁ, ମନୋଜ ଦାଶ, ପ୍ରେମାନନ୍ଦ ପଣ୍ଡା, ଆଦିତ୍ୟ ବେହେରା, ଶ୍ରୀନୁ ଆଚାର୍ଯ୍ୟ, ଅନ୍ନପୂର୍ଣ୍ଣା, ସିଧୁ, ଶ୍ରୁତି, ଆଦିତ୍ୟ ବେହେରା, ରୂପା, ସନ୍ତୋଷ ମହାନ୍ତି,ପ୍ରମୁଖ ଅତିଥି ରୁପେ ମଧ୍ୟ ଯୋଗ ଦେଇଥିଲେ l ବିଶେଷ କରି ବିଭିନ୍ନ ବର୍ଗ ର ମହିଳା ଯୁବତୀ ଶିଶୁ ମାନେ ଉତ୍ସାହ ର ସହ ଦାଣ୍ଡିଆ ନୃତ୍ୟ କରି ପୂଜା ର ମଜା ଉଠାଇଥିଲେ l