ମା ଦୂର୍ଗାଙ୍କ ନବମୀ ଉପଲକ୍ଷେ ଦାଣ୍ଡିଆ ନୃତ୍ୟ, ଝୁମିଲେ ମହିଳା ଓ ଯୁବତୀ।

0
Spread the love

ବ୍ରହ୍ମପୁର:- ମା ଦୂର୍ଗା ଙ୍କ ନବମୀ ପୂଜା ଅବସରରେ ନେହେରୁ ନଗର୍ ମଙ୍ଗଳା ମନ୍ଦିର ପାଶ୍ୱର୍ରେ ଦାଣ୍ଡିଆ ନୃତ୍ୟକାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।ବୋହୁ ନମ୍ୱର୍ ୱାନ ହୋଇଥିବା ସୁନ୍ଦରୀ ବନ୍ଦନା ମହାପାତ୍ର ଙ୍କ ତତ୍ତ୍ଵାବଧାନରେ ଏପରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, । ମନ୍ଦିର ମୁଖ୍ୟ ପରିଚାଳକ ଟୁନା ପାଣିଗ୍ରାହି , ଗୀତାଞ୍ଜଳି ପାଣିଗ୍ରାହି ଓ ଓକିଲ ନୀଳାଞ୍ଚଳ ମହାପାତ୍ର ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ, ।ଗାୟକ ତଥା ବରିଷ୍ଠ ସାମ୍ବାଦିକ ସୁଦୀପ କୁମାର୍ ସାହୁ ସଙ୍ଗୀତ ପରିବେଷଣ କରି ସଭିଙ୍କୁ ଉତ୍ସାହିତ କରି ଥିଲେ। ସୂଚନା ଯୋଗ୍ୟ ଦୀର୍ଘ ଚାରି ବର୍ଷ ଧରି ଏଠାରେ ଏପରି ଦାଣ୍ଡିଆ ନୃତ୍ୟ ଆୟୋଜିତ ହୋଇ ଆସୁଛି। ଏହି ନୃତ୍ୟ ରେ ବହୁ ମହିଳା ଆଉ ଯୁବତୀ ଖୁସିରେ ନାଚିଥିଲେ। ଶେଷରେ ପ୍ରସାଦ ସେବନ କାଯ୍ୟକ୍ରମ୍ ଅନୁଷ୍ଠିତ ହୋଇଥିଲା । ଦାଣ୍ଡିଆ ନାଚ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ମାଗଣା ରେ କରା ଯାଇଥିଲା ।

Leave a Reply

Your email address will not be published. Required fields are marked *