ବିଷପିଇ ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ।
ବ୍ରହ୍ମପୁର(କୈଳାସ ଚନ୍ଦ୍ର ଚୌଧୁରୀ):-ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ କୃପାସିନ୍ଧୁ ପୁର ଗ୍ରାମର ମିତା ଦାସ ନାମକ ଜଣେ ମହିଳା ଶ୍ବଶୁର ଘରେ ବିଷପାନ କରି ମୁର୍ମୁଷୁ ଅବସ୍ଥାରେ ପଡ଼ି ରହିଥିବା ବେଳେ ପରିବାର ଲୋକେ ତାକୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ମିତା ର ମୃତ୍ୟୁ ଘଟିଛି। ଖବର ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ କୁ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛନ୍ତି।