‘ଟ୍ରେନରେ ବୋମା ସହିତ ଯାତ୍ରା କରୁଛନ୍ତି ସନ୍ଦିଗ୍ଧ’,ଧମକ ମିଳିବା ପରେ ୩ ଘଣ୍ଟା ଅଟକିଲା ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ।
ନୂଆଦିଲ୍ଲୀ: ପୁଣି ଟ୍ରେନକୁ ବୋମାରେ ଉଡାଇବାକୁ ଧମକ । ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସକୁ ବୋମାରେ ଉଡାଇବାକୁ ଧମକ ମିଳିଛି । ଧମକ ମିଳିବା ପରେ ରେଲୱେକୁ ସତର୍କ କରାଯାଇଛି । କିଛି ସନ୍ଦିଗ୍ଧ ଆତଙ୍କୀ ବିସ୍ଫୋରକ ସହିତ ପୁରୁଷୋତ୍ତମ ଏକ୍ସପ୍ରେସରେ ଯାତ୍ରା କରୁଛନ୍ତି ବୋଲି ସୂଚନା ମିଳିଛି ।ଧମକ ମିଳିବା ପରେ ଉତ୍ତରପ୍ରଦେଶର ଟୁଣ୍ଡଲା ଷ୍ଟେସନରେ ଟ୍ରେନକୁ ୩ ଘଣ୍ଟାରୁ ଅଧିକ ସମୟ ରୋକାଯାଇ ତନତନ କରି ଯାଞ୍ଚ କରାଯାଇଥିଲା । ରାତି ୨.୩୦ରୁ ସକାଳ ୬ଟା ପର୍ଯ୍ୟନ୍ତ ଯାଞ୍ଚ ପରେ ଟ୍ରେନରେ କିଛି ବି ସନ୍ଦିଗ୍ଧ ବସ୍ତୁ ମିଳିନଥିଲା ।