ଜାମପଡା ଗାଁର ଏକ ପରିତ୍ୟକ୍ତ କୂଅରୁ ଦନ୍ତାହାତୀ ଉଦ୍ଧାର।
କଳାହାଣ୍ଡି(ପ୍ରଦୀପ କୁମାର ଗଉଡ):- କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅନ୍ତର୍ଗତ ନର୍ଲା ରେଞ୍ଜ ଜାମପଡା ଗାଁର ଏକ ପରିତ୍ୟକ୍ତ କୂଅରେ ଖସି ପଡ଼ିଥିଲା ଦନ୍ତା ହାତୀ। ସୂଚନାନୁସାରେ ଜାମପଡ଼ା ଗାଁ କମେ ଡଙ୍ଗର ପାଖ ଗାଁ ମାନଙ୍କରେ ଚାଷ କରିବା ପାଇଁ କୌଣସି ଜଳସେଚନର ସୁବିଧା ନ ଥିବାରୁ ଚାଷୀମାନେ ନିଜ ନିଜ ଜମିରେ ପଥର ବନ୍ଧେଇ କୂଅ ନିର୍ମାଣ କରିଛନ୍ତି । ଚାଷ ଜମିରେ ଜରୁରୀ ସମୟରେ ପମ୍ପ ସାହାଯ୍ୟରେ ଫସଲକୁ ପାଣି ମଡ଼େଇଥାନ୍ତି। ଏହି କୂଅଗୁଡ଼ିକ ଖୋଲା ରହୁଥିବା ଯୋଗୁଁ ଅନେକ ଗୋରୁ, ଗାଈ ଓ ବନ୍ୟଜନ୍ତୁ ଏଥିରେ ପଡ଼ିବାର ବହୁ ନଜର ରହିଛି । ଏହିପରି ଗତକାଲି ରାତିରେ ହାତୀ ପଲ ଉକ୍ତ ଅଞ୍ଚଳରେ ବୁଲୁଥିବା ବେଳେ ଏକ ଦନ୍ତା ହାତୀ କୂଅ ଭିତରକୁ ଖସିପଡ଼ିଥିଲା। ତେବେ ବନ ବିଭାଗ ରାତିରେ ସୂଚନା ପାଇଥିଲେ ମଧ୍ୟ ସକାଳକୁ ଅପେକ୍ଷା କରିଥିଲେ। ସକାଳ ୮ ଟାରେ ବନ ବିଭାଗ ତରଫରୁ ଆରମ୍ଭ ହୋଇଥିଲା ହାତୀ ଉଦ୍ଧାର କାର୍ଯ୍ୟ। ଦୀର୍ଘ ଦେଢ଼ ଘଣ୍ଟା ଧରି ଜେସିପି ସାହାଯ୍ୟରେ କୂଅକୁ ଖୋଳି ରାସ୍ତା କଲା ପରେ ଦନ୍ତାହାତୀ ବାହାରି ଜଙ୍ଗଲ ଭିତରକୁ ଚାଲିଯାଇଥିଲା। ନର୍ଲା ଅଞ୍ଚଳରେ ବାରମ୍ବାର ହାତୀ ମୃତ୍ୟୁକୁ ନେଇ ହାତୀ ସୁରକ୍ଷା ଦିଗରେ ସ୍ଥାନୀୟ ବିଭାଗ ଉଦ୍ୟମ କରୁନାହାନ୍ତି ବୋଲି ବୁଦ୍ଧିଜୀବୀମାନେ ମତ ରଖିଛନ୍ତି।