ନବରାତ୍ର ପୂଜା ଅବସରରେ ବ୍ରହ୍ମପୁର କ୍ଷୁଦ୍ର କାଷ୍ଠଶିଳ୍ପୀ ଦିଲୀପ ମହାରଣା ନିର୍ମାଣ କରିଛନ୍ତି କଳାକୃତି।

0
Spread the love

ବ୍ରହ୍ମପୁର: ମା ଜଗତ ଜନନୀ ଙ୍କ ନବରାତ୍ର ପୂଜା ଅବସରରେ ବ୍ରହ୍ମପୁର କ୍ଷୁଦ୍ର କାଷ୍ଠଶିଳ୍ପୀ ଦିଲୀପ ମହାରଣା ନିର୍ମାଣ କରିଛନ୍ତି ଏକ ଅଦ୍ଵିତୀୟ କଳାକୃତି। ୧୫ ଇଞ୍ଚ ଲମ୍ବା ଏବଂ ୧୨ ଇଞ୍ଚ ଓସାର ବିଶିଷ୍ଠ ଏହି କଳାକୃତି ରେ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତି କ୍ଷେତ୍ର ଗୁଡ଼ିକୁ ସ୍ଥାନ ଦେଇଛନ୍ତି। ଏହି ଶକ୍ତି କ୍ଷେତ୍ରର ନାମ ଗୁଡିକ ହେଲା ଭଞ୍ଜନଗର – ମା ବାଘଦେବୀ, ବୁଗୁଡ଼ା – ଶାଙ୍କୁଲାଇ,
ସୁରଡା – ମା କନ୍ଧୁଣୀ ଦେବୀ,
ଆସ୍କା – ମା ଖମ୍ବେଶ୍ଵରୀ,
ପୋଲସରା – ମା ସିଂହସିନି,
କବିସୂର୍ଯ୍ୟନଗର – ମା ମହାମାୟୀ,
ଶେରଗଡ଼ – ମା ଘୋଡ଼ାଦେବୀ,
ପୁରୁଷୋତ୍ତମପୁର – ମା ତାରାତାରିଣୀ ଓ ମା ଦକ୍ଷିଣ କାଳୀ,
ଖଲ୍ଲିକୋଟ – ମା ନାରାୟଣୀ,
ସାନଖେମୁଣ୍ଡି – ମା ସିଦ୍ଧନାରାୟଣୀ,
ହିଞ୍ଜିିକାଟୁ – ମା ଶ୍ୟାମଲାଇ,
ଗଞ୍ଜାମ – ମା ରାମଚଣ୍ଡୀ,
ଦିଗପହଣ୍ଡି – ମା ବଙ୍କେଶ୍ୱରୀ,
କୁକୁଡ଼ାଖଣ୍ଡି – ମା ମହୁରୀ କଳୁଆ,
ବ୍ରହ୍ମପୁର – ମା ବୁଢୀଠାକୁରାଣୀ,
ଚିକିଟି – ମା ବାଳକୁମାରି ଓ ମା ଭୈରବୀ,ସୁନ୍ଦର ଭାବରେ କାଠରେ ଏ ବିସ୍ମୟ କଲାଭଳି କଳାକୃତି ନିର୍ମାଣ କରିଛନ୍ତି। ଏହି ମୂର୍ତ୍ତୀ ଗୁଡ଼ିକର ଉଚ୍ଚତା ୦.୫ ଇଞ୍ଚ ରହିଛି।ଏହି କଳାକୃତିକୁ ତିଆରି କରିବା ପାଇଁ ଦିଲୀପଙ୍କୁ ପାଖା ପାଖି ୧୦ ଦିନରୁ ମଧ୍ଯ ଅଧିକା ସମୟ ଲାଗିଥିଲା। ଦିଲୀପ ବର୍ତ୍ତମାନ ବିନାୟକ ଆଚାର୍ଯ୍ୟ କଲେଜ ରେ ପିଜି ବାଣିଜ୍ୟ ବିଭାଗ ର ପ୍ରଥମ ବର୍ଷର ଛାତ୍ର ଏହା ସହ ଗାନ୍ଧୀନଗର ସ୍ଥିତ MAHARANA CONSULTANCY ରେ ଜୁନିଅର ଏକାଉଣ୍ଟଟାଣ୍ଟ ଭାବେ କାର୍ଯ୍ୟରତ ରେ ଅଛନ୍ତି। ଏହି କଳାକୃତି ନିର୍ମାଣରେ ଦିଲୀପଙ୍କୁ ତାଙ୍କ ମାମୁଁ ବସ୍ତୁବିତ୍ ଡ଼ ସନ୍ୟାସୀ ମହାରଣା ବାପା ଭଗବାନ ମହାରଣା ଭାଇ ମନୋଜ ମହାରଣା ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *