ପୂଜ୍ୟ ପୂଜା ସମିତି ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳନ।

0
Spread the love

ବ୍ରହ୍ମପୁର:- ସହରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ମହାନ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ, ସମାଜ ସଂସ୍କାରକ, ରାଜନୈତିକ କର୍ମୀ, ସାମ୍ବାଦିକ, କବି, ସାହିତ୍ୟିକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଆଜି ୧୪୭ତମ ଜୟନ୍ତୀ ପାଳନ ହୋଇଯାଇଛି l ବ୍ରହ୍ମପୁର ଗିରିରୋଡ଼ ସ୍ଥିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଆଜି ସକାଳୁ ସମିତି ପକ୍ଷରୁ ଯଥା ମର୍ଯ୍ୟାଦାର ସହ ମାଲ୍ୟାର୍ପଣ କରାଯାଇ ତାଙ୍କ ଉଧେଶ୍ୟରେ ସ୍ମୃତି ଚାରଣ କରାଯାଇଥିଲା l ସମ୍ପାଦକ ଏସ. ଶାମ୍ବାଶିବା ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭା ପ୍ରାରମ୍ଭରେ ସାଥି ସୁରେନ୍ଦ୍ର ନାଥ ପଣ୍ଡା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ l ୧୮୭୭ମସିହା ଆଜିର ଦିନରେ ସୁଆଣ୍ଡୋ ଗ୍ରାମରେ ଗୋପବନ୍ଧୁ ଜନ୍ମ ଗ୍ରହଣ କରିଥିଲେ l ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ସ୍ୱାଧୀନତା ସଂଗ୍ରାମରେ ସେ ଯୋଗ ଦେବାସହ ଓଡିଶାରେ ସାମନ୍ତବାଦ, ଅନ୍ଧ ବିଶ୍ୱାସ, ଧର୍ମୀୟ କୁସଂସ୍କାର, ଜାତିବାଦ ବିରୁଦ୍ଧରେ ଲଢେଇ କରିଥିଲେ l ସେ ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ l ବନ୍ଦୀର ଆତ୍ମକଥା, ଧର୍ମପଦ ଭଳି ବହୁ କାଳଜୟୀ ରଚନା ସେ କରିଯାଇଛନ୍ତି l ରାଜନୀତିରେ ତ୍ୟାଗ,ସେବା ଓ ନିସ୍ଵାର୍ଥପରତାକୁ ସେ ସବୁବେଳେ ଗୁରୁତ୍ୱ ଦେଉଥିଲେ l ତାଙ୍କ ଭଳି ବ୍ୟକ୍ତିତ୍ୱ ସବୁବେଳେ ଚିର ସ୍ମରଣୀୟ ହୋଇ ରହିବେ l ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ କୁନି କୁମାରୀ ଦେବୀ, ଅମୁଲ୍ୟ ଚନ୍ଦ୍ର ପଣ୍ଡା, ରାଘବ ସୁନ୍ଦର ଗୌଡ଼, ଜୟକୃଷ୍ଣ ନାୟକ, ମହମ୍ମଦ ସଫିକ ଅହମ୍ମଦ ମଲ୍ଲିକ, ଆର. ସତ୍ୟ ନାରାୟଣ ରାଓ, ଅଳକ ନାଥ ମିଶ୍ର, ବିରେନ କୁମାର ବେହେରା, ଅବନୀ ଗୟା ପ୍ରମୁଖ ସ୍ମୃତି ସଭାରେ ମତବ୍ୟକ୍ତ କରିଥିଲେ l ହେଲେ ଆଜି ବିଏମସି ପକ୍ଷରୁ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଠାରେ ସଫା ସୁତରା କରାଯାଇନଥିବାରୁ ଉପସ୍ଥିତ ବହୁ ବ୍ୟକ୍ତି କ୍ଷୋଭ ପ୍ରକାଶ କରିଥିଲେ l ପୂଜ୍ୟ ପୂଜା ସମିତିର ସଦସ୍ୟ ମାନେ ପ୍ରତିମୂର୍ତ୍ତିକୁ ଧୋଇ ସଫାସୁତୁରା କରୁଥିବାର ଦୃଷ୍ଟିକୁ ଆସିଥିଲା l

Leave a Reply

Your email address will not be published. Required fields are marked *