ମର୍ମନ୍ତୁଦ ସଡ଼କ ଦୁର୍ଘଟଣା,ଅଟୋକୁ ସରକାରୀ ବସର ଶକ୍ତ ଧକ୍କା: ୬ ଆହତ, ସେଥିରୁ ୩ ଗୁରୁତର ।

0
Spread the love


ଧରାକୋଟ/ବ୍ରହ୍ମପୁର: ଆସିକା-ସୋରଡା ମଝିରାଜରାସ୍ତାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି । ସୂଚନା ପ୍ରକାରେ, ସ୍ଥାନୀୟ ଧରାକୋଟ ବ୍ଲକ୍ ବଡ଼ଗଡ଼ ଥାନା ରୁଗୁମୁ ଗ୍ରାମର ବି.ଆଦି ପାତ୍ରଙ୍କ ଝିଅ ଏସ.ସଂଧ୍ୟା ପାତ୍ର ଗର୍ଭବତୀ ଥିବା ନିମନ୍ତେ ମିଠା ଦେବା ପାଇଁ ସମ୍ପର୍କୀୟ ମାନଙ୍କୁ ଧରି ସ୍ଥାନୀୟ ଜାନିବିଲି ନିକଟସ୍ଥ ପଦ୍ମପୁର ଗ୍ରାମର ବୁଧିରାମ ଗୌଡ଼ଙ୍କ ଅଟୋ (ପଞ୍ଜୀକୃତ ଗାଡ଼ି ସଂଖ୍ୟା:ଓଡି-୦୭ଜି-୦୩୦୮) ରେ ସୋରଡ଼ା ଅଭିମୁଖେ ଯାତ୍ରା କରୁଥିଲେ । ଦିନ ୧୦.୩୦ ଟାରୁ ୧୨.୦୦ ଟା ସମୟ ମଧ୍ୟରେ ବରଡାବିଲି ନିକଟସ୍ଥ ଖଇରାପଲ୍ଲୀ ମାଛ ଗୋଦାମ ପାଖରେ ପଛପଟୁ ଦ୍ରୁତବେଗରେ ଆସୁଥିବା ଓ ଏସ ଆର୍ ଟି ସି “ ଜୟପୁର(କୋରାପୁଟ)-ସୋରଡ଼ା ” ରୁଟ୍ ସରକାରୀ ବସ୍ (ପଞ୍ଜୀକୃତ ଗାଡ଼ି ସଂଖ୍ୟା:ଓଡି-୦୫ଏଇ-୪୩୫୭) ଓଭରଟେକ କରିବା ବେଳେ ଶକ୍ତ ଧକ୍କା ଦେଇଛି । ଯାହାଫଳରେ ଅଟୋ ଓଲଟି ଭାଙ୍ଗି ଯାଇଛି । ଏବଂ ଯାତ୍ରୀଙ୍କ ଧନ ଜୀବନ ନଷ୍ଟ ହେବା ସଙ୍ଗେ ଆହତ ଯାତ୍ରୀ ଯଥାକ୍ରମେ, ପୂର୍ଣ୍ଣଚନ୍ଦ୍ର ପାତ୍ର (ରୁଗୁମୁ, ବଡ଼ଗଡ଼ ଥାନା), ବି.ସରସ୍ଵତୀ ପାତ୍ର (ଭୁସୁଣ୍ଡା, ଶେରଗଡ଼ ଥାନା), ସାବିତ୍ରୀ ପାତ୍ର (ପଦ୍ମପୁର, ବଡ଼ଗଡ଼ ଥାନା), ଏନ୍.ଶାନ୍ତି ପାତ୍ର (ପଦ୍ମପୁର, ବଡ଼ଗଡ଼ ଥାନା), ଟିକିରି ପାତ୍ର (ଓଡାସିଙ୍ଗି, ଦିଗପହଣ୍ଡି ଥାନା), କେ.ରାଜନନ୍ଦିନୀ ପାତ୍ର (ବୁଗୁଡ଼ା ଥାନା) । ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ୧୦୮ ଆମ୍ବୁଲାନ୍ସରେ ଆସିକା ଡାକ୍ତରଖାନା ଓ ପରେ ତିନି ଗୁରୁତର ଯଥାକ୍ରମେ, ବି.ସରସ୍ଵତୀ ପାତ୍ର (ଭୁସୁଣ୍ଡା, ଶେରଗଡ଼ ଥାନା), ଏନ୍.ଶାନ୍ତି ପାତ୍ର (ପଦ୍ମପୁର, ବଡ଼ଗଡ଼ ଥାନା), କେ.ରାଜନନ୍ଦିନୀ ପାତ୍ର (ବୁଗୁଡ଼ା ଥାନା)ଙ୍କୁ ବ୍ରହ୍ମପୁର ଏମ କେ ସି ଜି ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିବା ସୂଚନା ରହିଛି । ଧରାକୋଟ ଥାନା ଏହାର ତଦନ୍ତ କରି କ୍ଷତିଗ୍ରସ୍ତଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା ସାଙ୍ଗକୁ କ୍ଷତିପୂରଣ ପାଇଁ ଦାବୀ ହୋଇଛି ।

Leave a Reply

Your email address will not be published. Required fields are marked *