ତ୍ରିଦିବସୀୟ ଉଚ୍ଚପ୍ରାଥମିକ ସ୍ତରୀୟ ଶିକ୍ଷକ ତାଲିମ ଶିବିର ଉଦଯାପିତ।

0
Spread the love

ବ୍ରହ୍ମପୁର:-ହିଞ୍ଜିଳିକାଟୁ ବ୍ଲକ ବୃନ୍ଦାବନ ବିଦ୍ୟାପୀଠ ଠାରେ ବ୍ଲକର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ 2ଟି ପର୍ଯ୍ୟାୟରେ 100ଜଣ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଛଅ ଦିନ ଧରି ଅନୁଷ୍ଠିତ ହୋଇଥିବା ତାଲିମ October 7ତାରିଖରେ ସମାପ୍ତି ହୋଇଛି l ତାଲିମ ଆରମ୍ଭ ଦିନ ବିଦ୍ୟାଳୟର ପ୍ରଧାନାଶିକ୍ଷୟିତ୍ରୀ ଶ୍ରୀମତୀ ଶାନ୍ତିଲତା ମୁନି ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିବା ସହ ତାଲିମ ସମ୍ପର୍କୀତ ଅଭିଭାଷଣ ରଖିଥିଲେ l ତାଲିମ ଦେବାପାଇଁ ସମ୍ବଳଶିକ୍ଷକ ଭାବରେ ଶିକ୍ଷକ ବାବୁଲା ସାହୁ, ଅମରେଶ ସାହୁ, ରବୀନ୍ଦ୍ର ଗୌଡ଼ ଓ N. ରଘୁନାଥ ଯୋଗ ଦେଇଥିଲେ l ଏହି ତାଲିମରେ ଶିକ୍ଷକମାନଙ୍କ ବିକାଶାତ୍ମକ ଲକ୍ଷ୍ୟ, ନେତୃତ୍ୱ ଗୁଣର ବିକାଶ, ହାଉସ ବ୍ୟବସ୍ଥା,ବର୍ଣାଳୀ,ଜାତୀୟ ଉପଲବ୍ଧି ସର୍ବେକ୍ଷଣ, ୟୁ ଡାଇସ ପ୍ଲସ, ସାଇବର ସୁରକ୍ଷା, ମାସିକ ପାଠ୍ୟକ୍ରମ ଭଳି 12ଟି ବିଷୟ ସହ 12ଟି ଅଧିବେଶନ ରହିଥିଲା l ତାଲିମ ଉଦଯାପନୀ ସମୟରେ ABEO ସୁଶୀଲ ପାତ୍ର ଯୋଗଦେଇ ତାଲିମର ଉପଯୋଗୀତା ଓ ସମସ୍ତ ବିଷୟ ଶ୍ରେଣୀ କକ୍ଷରେ ପ୍ରୟୋଗ କରିବା ସମ୍ପର୍କରେ ଆଲୋଚନା କରିଥିଲେ l

Leave a Reply

Your email address will not be published. Required fields are marked *