ମାନ୍ୟବର ବିଧାୟକଙ୍କ ଛତ୍ରପୁର ମହାବିଦ୍ୟାଳୟ ପରିଦର୍ଶନ।
ଗଞ୍ଜାମ(ବିନୋଦ ଚନ୍ଦ୍ର ପଲାଇ):- ଛତ୍ରପୁର ବିଧାୟକ ଶ୍ରୀ ରାମକୃଷ୍ଣ ନାୟକ ଏବଂ ଖଣ୍ଡଦେଉଳି ସ୍ଥିତ ସହୀଦ ଭଗତ ସିଂ ସ୍ନାତକ ମହାବିଦ୍ୟାଳୟ ପରିଦର୍ଶନ କରିଥିଲେ | ବିଭିନ୍ନ ଉନ୍ନତି ମୂଳକ ପ୍ରସଙ୍ଗରେ ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ମିନତୀ ପଟ୍ଟନାୟକ ଏବଂ ସମସ୍ତ କର୍ମଚାରି ମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ |ପରିଦର୍ଶନ ସମୟରେ ଯୁବ ସମ୍ପାଦକ ସନ୍ତୋଷ ମହାପାତ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ ମଧ୍ୟ ଉପସ୍ଥିତ ଥିଲେ | ମହାବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ମାନ୍ୟବର ବିଧାୟକ ଆର୍ଥିକ ସହାୟତା ପ୍ରତିଶୃତି ଦେଇଥିଲେ |