ଋଷିକୁଲ୍ୟ ବ୍ରିଜଉପରୁ ବାଇକ ମିଳିବା 24ଘଣ୍ଟା ନପୂରୁଣୁ ନଦୀରୁ ଶବ ଉଦ୍ଧାର।
ଗଞ୍ଜାମ(ବିନୋଦ ଚନ୍ଦ୍ର ପଲାଇ):-ଗଞ୍ଜାମ ସ୍ଥିତ ଋଷିକୂଲ୍ୟା ବ୍ରିଜଉପରୁ ବାଇକ ମିଳିବାର 24ଘଣ୍ଟା ନପୂରୁଣୁ ଜୈନିକ ଯୁବକ ନଦୀ କୂଳରୁ ଶବ ମିଳିବା, ଘରଲୋକ ଚିହ୍ନଟ ପରେ ବାଇକ ଆରୋହୀ ବୋଲି ଜଣାପଡ଼ିଛି l ଗଞ୍ଜାମ ସହର ଋଷିକୂଲ୍ୟା ବ୍ରିଜ ଉପରେ ଗତକାଲି ରାତିରେ ଏକ ବାଇକ ଦୀର୍ଘ ସମୟ ଧରି ଥିବା ନେଇ ଗଞ୍ଜାମ ଥାନାକୁ ଖବର ଆସିଥିଲା l ପରେ ବ୍ରିଜ ଉପରକୁ ଯାଇ ପୋଲିସ ବାଇକ ଆଣିଥିଲେ ମଧ୍ୟ, ଆଖପାଖ ଖୋଜାଖୋଜି କରିଥିଲେ ମଧ୍ୟ ବାଇକଟି କାହାର ଜଣାପଡିନଥିଲା lଆଜି ସକାଳୁ ବ୍ରହ୍ମପୁର କୋପାରେଟିଭ କୋଲନିର 2ୟ ଲାଇନ ପ୍ରମୋଦ ପଟ୍ଟନାୟକଙ୍କ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିବା ସହ ଖବର ପାଇ ଗଞ୍ଜାମ ଥାନା ଆସିଥିଲେ l ବ୍ରିଜ ଉପରୁ ମିଳିଥିବା ବାଇକଟି ତାଙ୍କର ବୋଲି ଚିହ୍ନଟ କରିଥିଲେ ମଧ୍ୟ ପ୍ରମୋଦଙ୍କର କୌଣସି ଖବର ପାଇପାଇ ପାରିନଥିଲେ l ଆଜି ସନ୍ଧ୍ୟା ପ୍ରାୟ ପାଞ୍ଚଘଣ୍ଟ ସମୟରେ ଗଞ୍ଜାମ ବ୍ରିଜ ନିକଟ ଅଗସ୍ତି ନୁଆଁଗାଁ ଶର୍ମା ଇଟାଭାଟି ନିକଟସ୍ଥ ଋଷିକୁଲ୍ୟା ନଦୀକୂଳରେ ଜୈନେକ ବ୍ୟକ୍ତିଙ୍କ ଶବ ଭାସୁଥିବା ନେଇ ଖବର ମିଳିଥିଲା l ଗଞ୍ଜାମ ଆଇଆଇସି ସୁମିତ୍ରା ପାତ୍ରଙ୍କ ନିର୍ଦେଶକ୍ରମେ ସେକେଣ୍ଡ ଅଫିସର ସୁପ୍ରଭା ସାହୁ ଘଟଣା ସ୍ଥଳରେ ପହଂଚି ଅଗ୍ନିଶମ ବିଭାଗ ସହାୟତାରେ ଭାସୁଥିବା ଶବଟିକୁ ଉଦ୍ଧାର କରିଥିଲେ lପରେ ବ୍ରିଜରୁ ଉଦ୍ଧାର ହୋଇଥିବା ବାଇକ ଵାଲାଙ୍କ ପରିବାରକୁ ଖବର ଦେବା ପରେ ସେମାନେ ପ୍ରମୋଦ କୁମାର ପଟନାୟକ (57) ଚିହ୍ନଟ କରିଥିଲେ l ପରେ ଶବ ବ୍ୟବଛେଦ ପାଇଁ ମେଡିକାଲ ପଠାଇଥିଲା ପୋଲିସ l କେଶ ନମ୍ବର 12/2024 ରେ ଏକ ଅପମୃତ୍ୟ ମାମଲା ରୁଜୁକରିଛି ବ୍ରିଜ ଉପରୁ ଡେଇଁଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଥିବା ବେଳେ, ମୃତ୍ୟୁ ପ୍ରମୋଦ ପୂର୍ବରୁ ସାମ୍ବାଦିକତା କରୁଥିବା ବେଳେ ବର୍ତମାନ ବ୍ରହ୍ମପୁର ସେଟେଲମେଣ୍ଟ କାର୍ଯ୍ୟଳୟରେ ଅମିନ ଭାବେ କାର୍ଯ୍ୟରତ ଥିଲେ l