ପାଲେଷ୍ଟାଇନରେ ଗଣହତ୍ୟାର ଏକ ବର୍ଷ।
ବ୍ରହ୍ମପୁର – ପାଲେଷ୍ଟାଇନ ଉପରେ ଇସ୍ରାଇଲର ଆକ୍ରମଣ ଏକ ବର୍ଷ ପୂରଣ ହୋଇଛି। ଏକ ବର୍ଷରେ ମଧ୍ୟରେ ପାଲେଷ୍ଟାଇନର 42 ହଜାର ଶିଶୁ, ମହିଳା ଓ ଅସହାୟ ଲୋକଙ୍କୁ ଇସ୍ରାଇଲ ହତ୍ୟା କରିଛି।ଯୁଦ୍ଧ ବନ୍ଦ କରିବା ପରିବର୍ତ୍ତେ ଇସ୍ରାଇଲ ଲେବାନନ ଓ ଇରାନ ଉପରେ ଆକ୍ରମଣ ଆରଂଭ କରିଛି।ମଧ୍ୟପ୍ରାଚ୍ୟରେ ଏକ ଭୟର ବାତାବରଣ ସୃଷ୍ଟି କରୁଛ।ପାଲେ ଷ୍ଟାଇନର ଭିଟାମାଟି ଲଢ଼େଇକୁ ଦମନ କରିବା ସହିତ ପାଲେଷ୍ଟାଇନକୁ ଧ୍ବଂସ ସ୍ତୁପରେ ପରିଣତ କରିବା ପାଇଁ ଘୋଷଣା କରିଛି।ଜାତିସଂଘ ଓ ଆନ୍ତର୍ଯ୍ୟତୀୟ ନ୍ୟାୟାଳୟର ଯୁଦ୍ଧ ବନ୍ଦ କରିବା ଓ ମାନବୀୟ ସୁବିଧା ସୁଯୋଗ ଯୋଗାଇ ଦେବା ନିଷ୍ପତ୍ତିକୁ ବେଖାତିରି କରି ଚାଲିଛି।ଆମେରିକା ଓ ଅନ୍ୟାନ୍ୟ ରାଷ୍ଟ୍ରମାନେ ଇସ୍ରାଇଲକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଆସୁଛି।ସେମାନେ ମଧ୍ୟପ୍ରାଚ୍ୟର ତୈଳ ସମ୍ପଦ ଓ ଯୁଦ୍ଧ ଘାଟି ଉପରେ ସମସ୍ତଙ୍କ ଲୋଲୁପ ଦୃଷ୍ଟି ପଡିଛି।ତେଣୁ ଇସ୍ରାଇଲ ଯୁଦ୍ଧ ଚଳାଇ ରଖିଛି।
ଆମ ଦେଶର ମୋଦି ସରକାର ଭାରତର ପ୍ରଚଳିତ ବୈଦେଶିକ ନୀତିର ବ୍ୟତିକ୍ରମ କରିଚାଲିଛି।ପାଲେ ଷ୍ଟାଇନର ଭିଟାମାଟି ଲଢ଼େଇକୁ ସଂହତି ଜଣାଇବା ପରିବର୍ତ୍ତେ ନରସଂହାରକାରୀ ଇସ୍ରାଇଲକୁ ସାହାଯ୍ୟ କରି ଚାଲିଛି।ଇସ୍ରାଇଲରେ ମଜୁରୀ ଖଟିବା ପାଇଁ ଭାରତରୁ ହଜାର ହଜାର ଯୁବକମାନଙ୍କୁ ପଠାଉଛି।ଏଥିପାଇଁ ବିଶ୍ୱରେ ଭାରତ ନିନ୍ଦିତ ହେଉଛି।
ଇସ୍ରାଇଲର ଯୁଦ୍ଧଖୋରୀ ନୀତି ଯୋଗୁଁ ଆସନ୍ନ ବିଶ୍ୱ ଯୁଦ୍ଧର ଆଶଙ୍କା ସୃଷ୍ଟି ହୋଇଛି।ସେହିଭଳି ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ବିଭୀଷିକା ପାଇଁ ଭାରତ ସମେତ ତୈଳ ଆମଦାନୀ କାରୀ ଦେଶମାନେ ସାଙ୍ଘାତିକ କ୍ଷତି ସହୁଛନ୍ତି।ତେଣୁ ଅତିଶୀଘ୍ର ଯୁଦ୍ଧ ବନ୍ଦକରିବା ସହିତ ପାଲେ ଷ୍ଟାଇନ ବାସୀକୁ ସ୍ୱାଧୀନ ରାଷ୍ଟ୍ର ଭାବେ କାର୍ଯ୍ୟ କରିବା ଅଧିକାର ଦେବା ପାଇଁ ଦାବୀ କରାଯାଇଛି।
ଆଜିର ଏହି ସଂହତି କାର୍ଯ୍ୟକ୍ରମରେ ସିପିଏମର ଯୁଧିଷ୍ଠିର ବେହେରା, ବିଦ୍ୟାଧର ଜେନା, ପ୍ରତାପ ଚୌଧୁରୀ, ଶିବ ପ୍ରସାଦ ମହାପାତ୍ର, ଵିଷ୍ଣୁ ପ୍ରିୟା ସାହୁ, ବାପିନି ନାୟକ, ସିପିଆଇର ପ୍ରଦୀପ ସେଠୀ, ଫରୱାର୍ଡ଼ ବ୍ଲକର ସନ୍ତୋଷ ସାହୁ, ଆପର ଆଦିତ୍ୟ ରଥ, ବାବୁଲା ନାୟକ, ମଧୁ ବେହେରା, ଚିଟିବାବୁ, ରାଜା ରାଓ ପ୍ରମୁଖ ବକ୍ତବ୍ୟ ଦେଇଥିଲେ।