ଭଞବିହାର ରାଗିଂ ଘଟଣା ରେ କର୍ତୃପକ୍ଷଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ।

0
Spread the love

ବ୍ରହ୍ମପୁର(କୈଳାସ ଚନ୍ଦ୍ର ଚୌଧୁରୀ):-ବ୍ରହ୍ମପୁର ବିଶ୍ବବିଦ୍ୟାଳୟ “ଭଞବିହାର ” ଶିକ୍ଷାନୁଷ୍ଠାନର ବିଭିନ୍ନ ଛାତ୍ରାବାସ ରେ ରହୁଥିବା କନିଷ୍ଠ ଛାତ୍ର ମାନଙ୍କ ଉପରେ ବରିଷ୍ଠ ଛାତ୍ର ମାନଙ୍କର ରାଗିଂ ଚରମ ସୀମାରେ ପହଞ୍ଚିଛି। ଯାହା ଫଳରେ ରାଗିଂ ର ଶୀକାର ଅତିଷ୍ଠ ଛାତ୍ର ମାନେ ନିଜ ନାମକୁ ଗୋପନ ରଖି ୟୁଜିସି କର୍ତ୍ତୃପକ୍ଷ ନିକଟରେ ଅଭିଯୋଗ ଦାଖଲ କରିଥିଲେ। ଛାତ୍ର ମାନଙ୍କର ଅଭିଯୋଗ କୁ ଗ୍ରହଣ କରି ୟୁଜିସି କର୍ତ୍ତୃପକ୍ଷ ତଦନ୍ତ ଜନିତ କାର୍ଯ୍ୟାନୁଷ୍ଠାନ ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଙ୍କୁ ଚିଠି ଲେଖିଥିଲେ। ପରବର୍ତ୍ତୀ ସମୟରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ୧୭ ବରିଷ୍ଠ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ନେଇଛନ୍ତି ଓ ୪ ଜଣ ଛାତ୍ରଙ୍କୁ ବହିଷ୍କାର ଆଦେଶ ଦେଇଛନ୍ତି ଓ ୧୩ ଜଣ ଛାତ୍ରଙ୍କୁ ଜରିମାନା ଆଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *