ଡକ୍ଟର ଅଜିତ ବେହେରା ପ୍ରକୃତି ବନ୍ଧୁ ପୁରସ୍କାରରେ ସମ୍ମାନୀତ ।

0
Spread the love

କଳାହାଣ୍ଡି(ପ୍ରଦୀପ କୁମାର ଗଉଡ): କଳାହାଣ୍ଡି ଜିଲ୍ଲା କୁଶୁର୍ଲା ଗ୍ରାମର ଅରୁଣ କୁମାର ବେହେରା ଓ ଗୋଲାପି ବେହେରାଙ୍କ ସୁପୁତ୍ର ଡକ୍ଟର ଅଜିତ କୁମାର ବେହେରାଙ୍କୁ ପ୍ରକୃତି ଓ ପରିବେଶ ସଂରକ୍ଷଣ ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଭବାନୀପାଟଣା ଟାଉନହଲ ଠାରେ ଆୟୋଜିତ ଉତ୍ସବରେ ମୂଖ୍ୟ ଅତିଥି ଭାବରେ ସାଂସଦ ମାଳବିକା ଦେବୀ ଯୋଗଦାନ କରି ଚଳିତ ବର୍ଷର ମର୍ଯ୍ୟାଦାଜନକ ‘ପ୍ରକୃତି ବନ୍ଧୁ ପୁରସ୍କାର’ ପ୍ରଦାନ କରିଛନ୍ତି। ଡକ୍ଟର ବେହେରା ଇତି ପୂର୍ବରୁ ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟରୁ ‘କଳାହାଣ୍ଡି ଯୁବ ପୁରସ୍କାର’ ଓ ସଂସ୍କୃତି ବିଭାଗରୁ ‘ଜୁନିଅର ଫେଲୋସିପ’ ଲାଭ କରିବା ସହ ଲୁପ୍ତ ଓ ଲୁପ୍ତପ୍ରାୟ ଲୋକ ସଂସ୍କୃତି ଉପରେ ଗବେଷଣା କରି ମହାମହିମ ରାଜ୍ୟପାଳଙ୍କ ଠାରୁ ମର୍ଯ୍ୟାଦାଜନକ ପିଏଚ.ଡ଼ି ଓ ଡ଼ି.ଲିଟ୍ ଡ଼ିଗ୍ରୀ ହାସଲ କରିଛନ୍ତି। ସଂପ୍ରତି ସେ କଶୃପଡା ମହାବିଦ୍ୟାଳୟରେ ଓଡ଼ିଆ ବିଭାଗୀୟ ଅଧ୍ୟାପକ ସହ ଯୁବ ରେଡ଼କ୍ରସ୍ ପରାମର୍ଶଦାତା ଭାବରେ କାର୍ଯ୍ୟରତ ଅଛନ୍ତି।

Leave a Reply

Your email address will not be published. Required fields are marked *