ପୁରୀ ରେ ଅଗ୍ନିପଥ ଯୋଜନା ରେ ନିଯୁକ୍ତି ରାଲି ଚଳିତ ମାସ ୧୮ ରୁ।
ପୁରୀ:- ଅଗ୍ନପଥ ଯୋଜନାରେ ସେନା ରେ ନିଯୁକ୍ତି ପାଇଁ ଚଳିତ ମାସ ୧୮ ରୁ ୨୬ ତାରିଖ ପର୍ଯ୍ୟନ୍ତ ତାଳବଣିଆ ଇଣ୍ଡୋର ଷ୍ଟାଡିୟମରେ ନିଯୁକ୍ତି ରାଲି ଅନୁଷ୍ଠିତ ହେବ।ପୁରୀ,କଟକ,ବାଲେଶ୍ଵର, ମୟୂରଭଞ୍ଜ, ଭଦ୍ରକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲା ର ନିଯୁକ୍ତି ଆଶାୟୀ ଆବେଦନକାରୀ ଙ୍କ ର ସର୍ଟ ଲିଷ୍ଟ କରାଯାଇଛି।ପୂର୍ବରୁ ଅନଲାଇନ କମନ ଏଣ୍ଟ୍ରାନ୍ସ ପରୀକ୍ଷା ବା ସିଇଇ ମାଧ୍ୟମରେ ଯୋଗ୍ଯ ପ୍ରାର୍ଥୀ ଙ୍କ ର ସର୍ଟ ଲିଷ୍ଟ ଆଧାର ରେ ଶାରୀରିକ ଫିଟନେସ ଟେଷ୍ଟ ଓ ମେଡ଼ିକାଲ ଯାଞ୍ଚ କରାଯିବ।ପରୀକ୍ଷାର୍ଥୀ ଙ୍କୁ ସେମାନଙ୍କ ପ୍ରଦତ ଇମେଲ ଆଇଡିରେ ଆଡମିଟ କାର୍ଡ ପ୍ରେରଣ କରାଯାଇଛି।ପରୀକ୍ଷାର୍ଥୀ ଆର୍ମି ଓ୍ବେବ ସାଇଟ www.joinindianarmy.nic.in ରେ ନିଜ ପ୍ରୋଫାଇଲରେ ଲଗ ଇନ କରି ଆଡମିଟ କାର୍ଡ ଡାଉନଲୋଡ କରି ପାରିବେ।କୌଣସି ସମସ୍ୟା ପାଇଁ ପ୍ରାର୍ଥୀ କଟକ ଏଆରଓ ଙ୍କୁ ୯୪୩୭୧୬୨୨୮୦ ୦୬୭୧-୨୩୦୫୨୮୦ ନମ୍ବର ରେ ଯୋଗାଯୋଗ କରି ପାରିବେ।ସେନାରେ ନିଯୁକ୍ତ ଦକ୍ଷତା, ଯୋଗ୍ୟତା ଆଧାର ରେ ସମ୍ପୂର୍ଣ୍ଣ ସ୍ୱଛତାରେ କରାଯାଏ।ଏଥିରେ କୌଣସି ଦଲାଲ ବା ଠକ ମାନଙ୍କ ପ୍ରଲୋଭନ ରେ ନ ପଡିବା ପ୍ରାର୍ଥୀ ମାନଙ୍କୁ ଆର୍ମି ପକ୍ଷରୁ ସଚେତନ କରାଯାଇଛି।ଅପରପକ୍ଷରେ ଏହି ଦଲାଲ ମାନ ଙ୍କୁ ଧରିବା ପାଇଁ ସେନା ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲା ନିୟୋଜନ ଅଧିକାରୀ ସୁବାଷ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି।