ନର୍ଲା ଡ଼ିଗ୍ରୀ କଲେଜରେ ଅନୁଷ୍ଠିତ ହେଲା ନୂତନ ଛାତ୍ର ଛାତ୍ରୀଙ୍କୁ ସ୍ୱାଗତ କାର୍ଯ୍ୟକ୍ରମ l
କଳାହାଣ୍ଡି(ପ୍ରଦୀପ କୁମାର ଗଉଡ):-ଚଳିତ ବର୍ଷ ଯୁକ୍ତ ତିନି ପ୍ରଥମ ବର୍ଷରେ ପ୍ରବେଶ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ କରିବା ପାଇଁ ନର୍ଲା ସହର ସ୍ଥିତ ପଞ୍ଚାୟତ ସମିତି ଡ଼ିଗ୍ରୀ କଲେଜ ରେ ସ୍ୱାଗତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜାତୀୟ ଶିକ୍ଷକ ପୁରସ୍କାର ପ୍ରାପ୍ତ ଶିକ୍ଷକ ସନ୍ତୋଷ କୁମାର କର ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ ଦିଗ୍ ଦର୍ଶନ ଦେଇ ଥିଲେ।ସମ୍ମାନିତ ଅତିଥି ରୂପେ କଳାହାଣ୍ଡିର ପ୍ରସିଦ୍ଧ ଗାୟକ ସର୍ବେଶ୍ଵର ଭୋଇ ଯୋଗ ଦେଇ ଥିବା ବେଳେ କଲେଜର ଅଧ୍ୟକ୍ଷ ନାରାୟଣ ନାଏକ ପ୍ରାରମ୍ଭିକ ଅଭିଭାଷଣ ରଖି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।ଏହି କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ଙ୍କ ସହ ଇଂରାଜୀ ଅଧ୍ୟାପିକା ବାସନ୍ତୀ ସାହୁ, ଅଧ୍ୟାପକ ରମେଶ ଚନ୍ଦ୍ର ଘଡେ଼ଇ ଅନ୍ୟ ଅଧ୍ୟାପକ, ଅଧ୍ୟାପିକା ସହିତ କଲେଜର ପୁରୁଣା ଓ ନୂତନ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
ଯୁକ୍ତ ତିନି ତୃତୀୟ ବର୍ଷର ଛାତ୍ର ଦେବାଶିଷ ପାଢ଼ୀ ଓ ଅରୁଣ କୁମାର ମାଝୀ ମଞ୍ଚ ପରିଚାଳନା କରିଥିବା ବେଳେ ସ୍ମୃତିଶୁଦ୍ଧା ମହାନ୍ତି,ସଂଧ୍ୟା ନାଏକ, ପୁଷ୍ପାଞ୍ଜଳି ମହାନନ୍ଦ,ଭୂପିନ୍ଦ୍ର ବାଗ, ରଙ୍ଗିଲ ନାଏକ, ସୁଶାନ୍ତ ହରିଜନ, ଦୀପକ ହରପାଳ,ଅଭିନାଶ ଅଗ୍ରୱାଲ ପ୍ରମୁଖ ସହଯୋଗ କରିଥିଲେ।