ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଆର୍ଶୀବାଦ ନେଲେ ଚରଣ ସିଂ ମୀନା।

0
Spread the love

ପୁରୀ : କେନ୍ଦ୍ରାଞ୍ଚଳ ଡିଆଇଜି ଭାବେ ଦାୟିତ୍ୱ ନେବାପରେ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଆର୍ଶୀବାଦ ନେଇଛନ୍ତି ଚରଣ ସିଂ ମୀନା। ମହାପ୍ରଭୁଙ୍କ ଦର୍ଶନ କରି ସେ ନିଜକୁ ବେଶ୍ ଭାଗ୍ୟଶାଳୀ ମନେ କରିଛନ୍ତି। ନିଜ ଦାୟିତ୍ୱକୁ ସଠିକ୍ ଭାବେ ପାଳନ କରିବା ସହ ଲୋକଙ୍କୁ ସଠିକ୍ ସେଵା ଯୋଗାଇବା ନେଇ ସେ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଛନ୍ତି। ଥାନାକୁ ଆସୁଥିବା ଲୋକଙ୍କୁ ପୋଲିସ କିଭଳି ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ସହ ଖୁବଶୀଘ୍ର ନ୍ୟାୟ କିଭଳି ପ୍ରଦାନ କରାଯିବ ସେନେଇ ଉଦ୍ୟମ କରାଯିବ ବୋଲି କେନ୍ଦ୍ରାଞ୍ଚଳ ଡିଆଇଜି ଶ୍ରୀ ମିନା ପ୍ରକାଶ କରିଥିଲେ। ଏଥିସହ ମହିଳା ଓ ଶିଶୁ ନିର୍ଯ୍ୟାତନ ଉପରେ ରୋକ୍ ଲଗାଇବା ସହ ଶ୍ରୀମନ୍ଦିର ସୁରକ୍ଷା ଓ ଭକ୍ତଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିଵ ବୋଲି ଶ୍ରୀ ମୀନା କହିଥିଲେ। ତେବେ ଖୁବଶୀଘ୍ର ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବାଟାଲିୟନ ନିଯୁକ୍ତି କରାଯିବା ସହ ଆସନ୍ତା ରଥଯାତ୍ରା ଦାୟିତ୍ୱ ମଧ୍ୟ କେନ୍ଦ୍ରାଞ୍ଚଳ ଡିଆଇଜିଙ୍କ ଉପରେ ନ୍ୟସ୍ତ ଥିବାରୁ ମହାପ୍ରଭୁଙ୍କ ଆର୍ଶୀବାଦରୁ ସେ ଏହାକୁ ସୂଚାରୁ ରୂପେ ସମ୍ପାଦନ କରିବେ ବୋଲି ଆଶା ରଖିଛନ୍ତି।

Leave a Reply

Your email address will not be published. Required fields are marked *