ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ।

0
Spread the love

ପୁରୀ:- ଚଳିତ ବର୍ଷ ହବିଷ୍ୟାଳୀ ବ୍ରତ ବା ରାଈଦାମୋଦର ବ୍ରତ ପାଇଁ ଚଳିତ ମାସ ୬ ତାରିଖରୁ ଅନଲାଇନ edistrict.odisha.gov.in ମାଧ୍ୟମରେ ପଞ୍ଜିକରଣ ଆରମ୍ଭ ହେବ।ଏହା ଅକ୍ଟୋବର ୧୧ତାରିଖ ଅଥବା ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପର୍ଯ୍ୟନ୍ତ ଜାରି ରହିବ ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି।ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଚଳିତ ବର୍ଷ ର ହବିଷ୍ୟାଳୀ ବ୍ରତ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ଅକ୍ଟୋବର ୧୮ ରୁ ହବିଷ୍ୟାଳୀ ବ୍ରତ ଆରମ୍ଭ ହେଉଥିବାରୁ ସମସ୍ତ ପ୍ରସ୍ତୁତି କୁ ଚୁଡାନ୍ତ କରିବାକୁ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଥିଲେ।ରାଜ୍ୟ ସରକାର ଚଳିତ ବର୍ଷ ର ହବିଷ୍ୟାଳୀ ବ୍ରତ ପାଇଁ ଅନୁମତି ଦେବା ସହ ଆନୁସଙ୍ଗିକ ଅର୍ଥ ମଧ୍ୟ ମଞ୍ଜୁର କରିଛନ୍ତି।ଚଳିତ ବର୍ଷ ବୃନ୍ଦାବତୀ ନିବାସ, ବାଗେଲା,ଅକ୍ଷୟ ପାତ୍ର ଓ ମୋଚି ସାହି କଲ୍ୟାଣ ମଣ୍ଡପ ରେ ହବିଷ୍ୟାଳୀ ମା ମାନ ଙ୍କୁ ରଖାଯିବ।ସେମାନଙ୍କ ରହଣି ସହ ପ୍ରାତଃ ରୁ ବୃନ୍ଦାବତୀ ପୂଜା, ମନ୍ଦିର ଦର୍ଶନ, ମହାପ୍ରସାଦ ସେବନ ,ଭଜନ କୀର୍ତ୍ତନ ଇତ୍ୟାଦି ର ବ୍ୟବସ୍ଥା କରାଯାଇଛି।ଆବେଦନକାରୀ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ହୋଇ ଥିବେ।ବିଧବା ବ୍ରତ ଧାରିଣୀଙ୍କୁ ଓ ନୂତନ ଆବେଦନକାରୀ ଙ୍କୁ ପ୍ରାଧାନ୍ୟ ଦିଆଯିବ।ଅନଲାଇନ ରେ ପଞ୍ଜିକରଣ କରି ହିତାଧିକାରୀ ଭାବେ ଚୟନ ହୋଇଥିବା ମା ମାନଙ୍କୁ ସେମାନଙ୍କ ରହଣି ସ୍ଥାନ ଓ କେତେ ତାରିଖରେ ପହଞ୍ଚିବେ ସେମାନ ଙ୍କୁ ସୂଚନା ଦିଆଯିବ। ବିନା ପଞ୍ଜିକରଣ ରେ ଅପ୍ରତ୍ୟାଶିତ ଭାବେ ହବିଷ୍ୟାଳୀ ଶିବିରକୁ ଆସୁଥିବା ବ୍ୟକ୍ତି ଙ୍କ ଅନୁରୋଧକୁ ଗ୍ରହଣ କରାଯିବ ନାହିଁ।ଶିବିରରେ ହିତାଧିକାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଅସୁସ୍ଥ ଥିଲେ ପ୍ରବେଶ ଅନୁମତି ମିଳିବ ନାହିଁ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର ରାକେଶ ପଣ୍ଡା, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *