ଚିନ୍ମୟ ହେଲେ ଗଞ୍ଜାମ ଜିଲ୍ଲା ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ଯୁବ ଶାଖା ସଭାପତି ।
ବ୍ରହ୍ମପୁର :ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ଯୁବ ଶାଖା ପକ୍ଷରୁ ଯୁବ କଂଗ୍ରେସ ନେତା ତଥା ଯୁବ ଆଇନଜୀବୀ ଚିନ୍ମୟ କୁମାର ହୋତଙ୍କୁ ଗଞ୍ଜାମ ଜିଲ୍ଲା ଯୁବ ଶାଖା ସଭାପତି ଦାୟିତ୍ୱ ଦିଆଯାଇଛି । ରାଜ୍ୟ ଯୁବ ଶାଖା ସଭାପତି ବିଷ୍ଣୁ ମୋହନ ରଥ ଏକ ଚିଠି ଜରିଆରେ ଜଣାଇଛନ୍ତି । ପୂର୍ବରୁ ଶ୍ରୀ ହୋତା କଂଗ୍ରେସ ସଂଗଠନର ଛାତ୍ର କଂଗ୍ରେସ ସାନଖେମୁଣ୍ଡି ବ୍ଲକ ସଭାପତି ,ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି,ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସହ ଆସିକା ସଂସଦୀୟ କ୍ଷେତ୍ର ଯୁବ କଂଗ୍ରେସ ଦାୟିତ୍ଵ,ଜିଲ୍ଲା କଂଗ୍ରେସ ସାଧାରଣ ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗର ଅଧ୍ୟକ୍ଷ ଓ ବିଭାଗର ରାଜ୍ୟ ସାଧାରଣ ସମ୍ପାଦକ ଦାୟିତ୍ୱରେ ମଧ୍ୟ ରହି ମିଳିଥିବା ଦାୟିତ୍ଵ କୁ ସୁଚାର ରୂପେ ତୁଲାଇ ଆସିଛନ୍ତି । ସୁତରାଂ ଏହା ସହ ଯୁବ କଂଗ୍ରେସ ନିର୍ବାଚନ ରେ ଭାଗ ନେଇ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସଂପାଦକ ନିର୍ବାଚିତ ହୋଇ ଗଜପତି ଜିଲ୍ଲା ଯୁବ କଂଗ୍ରେସ ପ୍ରଭାରୀ ରୂପେ ବର୍ତମାନ ଦାୟିତ୍ଵ ତୁଲାଉଛନ୍ତି ।
ଛାତ୍ର ଜୀବନରୁ ହିଁ ରାଜନୀତି ରେ ରୁଚି ରଖୁଥିବା ଶ୍ରୀ ହୋତା ଯେତେବେଳେ ସରକାରୀ ଦଳର ହୱା ଚାଲିଥିଲା ସେତେବେଳେ ଦକ୍ଷିଣ ଓଡିଶା ଏକ ମାତ୍ର ଆଇନ ମହାବିଦ୍ୟାଳୟ ତଥା ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ର ଅପ୍ରତିଦ୍ଵନ୍ଦୀ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ଏହା ସହ ବର୍ତମାନ ଯୋଗୁଡ଼ି ବଳଭଦ୍ରପୁର ସେବା ସମବାୟ ସମିତିର ନିର୍ଦେଶକ ରୂପେ ନିର୍ବାଚିତ ହୋଇଛନ୍ତି ।
ନିଜକୁ ସଦାସର୍ବଦା ଯୁବ , ଛାତ୍ର କୃଷି ଓ ନିର୍ମାଣ ଶ୍ରମିକ ସଂଗଠନ ସହ ଜଡ଼ିତ ରଖି ସେମାନଙ୍କର ନାଯ୍ୟ ଦାବୀ ଓ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରୁଥିବା ଶ୍ରୀ ହୋତାଙ୍କୁ ଶ୍ରମିକ ସାମ୍ମୁଖ୍ୟ ର ଗଞ୍ଜାମ ଜିଲ୍ଲା ଯୁବ ଶାଖା ଦାୟିତ୍ଵ ମିଳିବା ପରେ ସେ ନିଜକୁ ନିର୍ମାଣ ଶ୍ରମିକ,ଖଟିଖିଆ ମେହନତି ଓ ମଜଦୂର ଙ୍କ ସମସ୍ୟା ଓ ଅଧିକାର ପାଇଁ ସବୁ ବେଳେ ଲଢେଇ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ହୋତା କହିଛନ୍ତି ।
ଏହାସହ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ରାଜ୍ୟ ନେତୃତ୍ଵ ଏହି ଦାୟୀତ୍ୱ ପ୍ରଦାନ କରିଥିବାରୁ ରାଜ୍ୟ ସଭାପତି ରାମ ଚନ୍ଦ୍ର ଖୁଣ୍ଟିଆ,ସାଧାରଣ ସମ୍ପାଦକ କିଶୋର ଜେନା ଓ ଯୁବ ଶାଖା ସଭାପତି ବିଷ୍ଣୁ ମୋହନ ରଥଙ୍କୁ ଶ୍ରୀ ହୋତା ନିଜର କୃତଜ୍ଞତା ଜଣାଇଛନ୍ତି ।