ନବୀନ ସରକାରଙ୍କ ଦ୍ୱାରା ସମ୍ପୂର୍ଣ ହୋଇଥୁବା କନିଷ୍ଠ ଶିକ୍ଷକ ନିଯୁକ୍ତିକୁ କେବଳ ବିତରଣ କଲେ ମୋହନ ସରକାର : ବିଜେଡି
ଭୁବନେଶ୍ୱର: ରାଜ୍ୟ ବିଜେପି ସରକାରଙ୍କ ଦ୍ଵାରା ୧୬,୦୦୯ ଜଣଙ୍କୁ କନିଷ୍ଠ ଶିକ୍ଷକ (ସ୍କ୍ରିମାଟିକ) ଭାବେ ଆଜି ପ୍ରଦାନ କରାଯାଉଥିବା ନିଯୁକ୍ତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବଧୀନ ବିଜେଡି ସରକାରଙ୍କ ସମୟରେ ସମସ୍ତ କାର୍ଯ୍ୟ ଚୂଡାନ୍ତ ହୋଇଥିଲା ବୋଲି ବିଜୁ ଜନତା ଦଳ ଦୃଢ଼ ଦାବି କରିବା ସହ ମଲା ହରିଣ ଉପରେ ପାହାର ପକାଇ ତାକୁ ଶିକାର କରିଛି ବୋଲି କହିବା ସଦୃଶ୍ୟ ହୋଇଛି ବୋଲି କୁହାଯାଇଛି।
ବିଜେଡି ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ ଓ ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡଃ ଲେନିନ୍ ମହାନ୍ତି ବିଜେପି ସରକାର ଏକ କପି ପେଷ୍ଟ ସରକାର ବୋଲି ବର୍ଣ୍ଣନା କରିଛନ୍ତି । ଶ୍ରୀ ଖୁଣ୍ଟିଆ କହିଥିଲେ, ଏହି ସ୍କିମାଟିକ ନିଯୁକ୍ତି ପାଇଁ ନବୀନ ସରକାର ୨୨ ଅଗଷ୍ଟ ୨୦୨୩ ଦିନ ଏକ ରିଜଲ୍ୟୁସନ କରିଥିଲେ । ୧୦ ସେପ୍ଟେମ୍ବର ୨୦୨୩ରେ ଏହି କନିଷ୍ଠ ଶିକ୍ଷକ ନିଯୁକ୍ତି ପ ପାଇଁ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାକରଣ ଦ୍ଵାରା ବିଜ୍ଞାପନ ପ୍ରକାଶ ପାଇଥିଲା ଥିଲା । । ଏହି ବିଜ୍ଞାପନ ଅନୁଯାୟୀ ସିବିଟି (Computer Based Examination)ରେ ରଖୁଥିବା ମାର୍କ ଅନୁଯାୟୀ ଆବେଦନକାରୀ ପ୍ରାର୍ଥୀ ମାନଙ୍କ ମଧ୍ୟରୁ ଚୟନ କରାଯିବ । ସେହି ଅନୁସାରେ, ୧୫ ଜାନୁଆରୀ ୨୦୨୪ରେ ଡ୍ରାଫ୍ଟ ମେରିଟ ଲିଷ୍ଟ ପ୍ରକାଶ ପାଇଥିଲା। ୫୮ ଜଣ ଆବେଦନକାରୀ ସରକାରଙ୍କ ୨୨ ଅଗଷ୍ଟ ଗଷ୍ଟରେ ହୋଇଥିବା ରିଜଲ୍ୟୁସନ ଉପରେ ପ୍ରଶ୍ନ ଉଠାଇ ଉଚ୍ଚ ନ୍ୟାୟାଳୟର ର ଦ୍ବାରସ୍ଥ ହୋଇଥିଲେ । ୧୮ ଜୁନ ୨୦୨୪ ୪ରେ ଉଚ୍ଚ ନ୍ୟାୟାଳ ୟାଳୟଙ୍କ ପ୍ରକାଶିତ ହୋଇଥିବା ରାୟରେ, ସରକାରଙ୍କ ରିଜଲ୍ୟୁସନକୁ ବୈଧ କହିଥିଲେ ଓ ନିଯୁକ୍ତି ପ୍ରଣାଳୀଙ୍କୁ ମଧ୍ୟ ବୈଧ କହିଥିଲେ । ବିଜେପି ଏହି ନିଯୁକ୍ତି ପ୍ର ପ୍ରକ୍ରିୟାକୁ ସେତେବେଳେ ବିରୋଧ କରୁଥିଲା। ସରକାରକୁ ଆସିବା ପରେ ନବୀନଙ୍କ ସମୟରେ ସମ୍ପୂର୍ଣ ହେଇଥିବ ନିଯୁକ୍ତିକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରଦାନ କରୁଛନ୍ତି ଓ ଏଥିପାଇଁ ଖବର କାଗଜରେ ବିଜ୍ଞାପନ ନେଇ ନିଜର ଡିଣ୍ଡିମ ପିଟୁଛନ୍ତି । ନବୀନ ପଟ୍ଟନାୟକଙ୍କ ସମୟରେ ଶିକ୍ଷା କ୍ଷେତ୍ରରେ ଅନେକ ଉଲ୍ଲେଖନୀୟ କାର୍ଯ୍ୟ ହୋଇଛି। ରାଜ୍ୟର ସମସ୍ତ ୩୧ ପ୍ରାୟ ୮୫୦୦ ଉଚ୍ଚ ବି ଆରମ୍ଭ କରିଥିଲେ ୩୧୩ ବ୍ଲକରେ ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହୋଇଛି, ୫-ଟି ମାଧ୍ୟମରେ ରାଜ୍ୟର ଚ୍ଚ ବିଦ୍ୟାଳୟର ରୂପାତ୍ତିକରଣ ହେବା ସହ ରାଜ୍ୟରେ ୨୦ ହଜାର ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ବୋଲି ଶ୍ରୀ ଖୁଣ୍ଟିଆ କହିଥିଲେ ।
ବିଜେଡି ମୁଖପାତ୍ର ଡଃ ରକାରଙ୍କ ଛାପ ଡଃ ଲେନିନ୍ ମହାନ୍ତି କହିଥିଲେ, ଶ୍ରମିକ ମାନଙ୍କ ପାରିଶ୍ରମିକ ବୃଦ୍ଧି କଥା ହେଉ ବା ଓଡିଶାକୁ ଶିଳ୍ପାନୁଷ୍ଠାନମାନଙ୍କ ଦ୍ବାରା ପୁଞ୍ଜି ନିବେଶ କଥା ହେଉ ବା ଶିକ୍ଷକ ନିଯୁକ୍ତି କଥା ହେଉ ନବୀନ ସରକାଟ ସବୁଠାରେ ରହିଛି। ନବୀନଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ, ଓଡିଶା ଆଜି ଅନେକ କ୍ଷେତ୍ରରେ ସଫଳତା ପାଉଛି। ନବୀନଙ୍କ ସମୟରେ କନିଷ୍ଠ ଶିକ୍ଷକଙ୍କ କଙ୍କ ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ ହୋଇଥିଲା କେବଳ କିଛି ଆବେଦନକାରୀ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ତ ହେବା ଯୋଗୁଁ ନିଯୁକ୍ତି ପତ୍ର ଦିଆଯାଇ ପାରି ନଥିଲା। ମାନନୀୟ ଉଚ୍ଚ ନ୍ୟାୟାଳୟ ନବୀନ ସରକାରଙ୍କ ଦ୍ଵାରା ସ୍ଥିର କରାଯାଇଥିବା ନିଯୁକ୍ତି ପ୍ରଣ ପ୍ରଣାଳୀଙ୍କୁ ସ୍ୱୀକୃତି ଦେବା ଦେବା ପରେ ବିଜେପି ସରକାର ନିମ୍ନ ନିଯୁକ୍ତି ପ୍ରଦାନ କରୁଛନ୍ତି। ବିଜେପି ସରକାରଙ୍କ ଏଥିପାଇଁ ଉଦ୍ଯମ ଶୂନ ହେ ହୋଇଥିଲେ ହେଁ ଖବରକାଗଜରେ ବଡ଼ ବଡ଼ ବିଜ୍ଞାପନ ଦେଇ ଓ କେନ୍ଦ୍ରମନ୍ତ୍ରୀଙ୍କୁ ଡା ଡାକି ନିଜର ବାହାଦୁରି ଦୁରି ଦେଖାଇବାକୁ ପ୍ରୟାସ ପ୍ରୟାସ କରୁଛନ୍ତି ବୋଲି ଡଃ ମହାନ୍ତି ହାନ୍ତି କହିଥିଲେ । ବିଜେପି ସବୁବେଳେ ଚବିଶ ବର୍ଷର ଶାସନ ବିରୋଧରେ ମନ୍ତବ୍ୟ ଦେଇ ଆସୁଥିବା ବେଳେ ବାସ୍ତବରେ ନବୀନଙ୍କ ସବୁ କାମର ରଙ୍ଗ ଓ ନାମ ପରିବର୍ତନ କରି ନିଜର କାର୍ଯ୍ୟକ୍ରମ ବୋଲି କହୁଛନ୍ତି । ଏହି ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବା ସମୟରେ, ବିଜେପି ଏହାକୁ ଚୁକ୍ତିଭିତ୍ତିକ ନିଯୁକ୍ତି କହି କହି ବି ବିରୋଧ କରୁଥିଲା, କିନ୍ତୁ ସେହି ନିଯୁକ୍ତି ଦେଇ ଏବେ ବାହାଦୁରି ନେବାକୁ ଚେଷ୍ଟା କରୁଛି ବୋଲି ଡଃ ମହାନ୍ତି କହିଥିଲେ।