ଆକ୍ରମଣ ଅଭିଯୁକ୍ତ ଙ୍କୁ ଜେଲ୍ ଓ ଅର୍ଥ ଦଣ୍ଡାଦେଶ।

0
Spread the love

ବ୍ରହ୍ମପୁର(କୈଳାସ ଚନ୍ଦ୍ର ଚୌଧୁରୀ):-ଜରଡା ଥାନା ଅନ୍ତର୍ଗତ ତିନି ଘରିଆ ଗ୍ରାମର ଜୁରିଆ ପାତ୍ର ନାମକ ଜଣେ ବ୍ୟକ୍ତି ଜମି ରେ ପାଣି ମଡା ଘଟଣା କୁ ନେଇ ନିଜ ଭଉଣୀ ବାସନ୍ତୀ ପାତ୍ର କୁ ମାରଣାନ୍ତକ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ସୋଇଯାଇଥିଲା। ପରବର୍ତ୍ତୀ ସମୟରେ ଜୁରିଆ ମାନ୍ୟବର ଉଚ୍ଚନ୍ୟାୟାଳୟରୁ ଆଗୁଆ ଜାମିନ ପାଇଥିଲା। କିନ୍ତୁ ମାନ୍ୟବର ଅଦାଲତ କୁ ସହଯୋଗ କରିନଥିବାରୁ ତା ବିରୁଦ୍ଧରେ ଜାମିନବିହୀନ ପରୱାନା ବଳରେ ପୋଲିସ ଗତ ଅଗଷ୍ଟ ମାସରେ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ମାନ୍ୟବର ଅଦାଲତ ୮ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଅଭିଯୁକ୍ତ ଜୁରିଆ କୁ ଏକ ବର୍ଷ ଜେଲଦଣ୍ଡ ଓ ଏକ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଆଉ ଏକ ମାସ ଅତିରିକ୍ତ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି।

Leave a Reply

Your email address will not be published. Required fields are marked *