ବ୍ରହ୍ମପୁର ସହରର ବହୁ ପୂଜା ମଣ୍ଡପରେ ଆରମ୍ଭ ହୋଇଛି ଶାରଦୀୟ ମାଁ ଦୁର୍ଗା ଙ୍କ ପୂଜା।
ବ୍ରହ୍ମପୁର(କପିଳ ପାଢ଼ୀ):-ଧରାବତରଣ କରିଛନ୍ତି ଦୁର୍ଗତି ନାଶିନୀ ମା’ ଦୁର୍ଗା । ଯାହାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ବ୍ରହ୍ମପୁର ସହର । ସବୁ ପୂଜା ମଣ୍ଡପର ପ୍ରସ୍ତୁତି ଚୂଡାନ୍ତରେ ପହଞ୍ଚିଛି । କାରିଗରମାନେ ମା’ଙ୍କ ମୂର୍ତ୍ତିକୁ ଶେଷ ସ୍ପର୍ଶ ଦେଉଛନ୍ତି । ଚଳଚଞ୍ଚଳ ସହରର ସମସ୍ତ ପୂଜା ମଣ୍ଡପ ।ଆଲୋକ ସାଜସଜ୍ଜା ଠାରୁ ନେଇ ତୋରଣ ଓ ମଣ୍ଡପକୁ ଭଳିକି ଭଳି ଆଖି ଝଲସିଲା ଭଳି ସୁନ୍ଦର ରୂପରେ ଗଢିଛନ୍ତି । ଉଭୟ ପୂଜା କମିଟି ଓ ଭକ୍ତ ମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି। ସେହିପରି ସବୁ ପୂଜା ମଣ୍ଡପ ରୀତିନୀତି ଅନୁସାରେ ମା’ଙ୍କ ପୂଜା ପାଇଁ ପ୍ରସ୍ତୁତି କରିଥିବା ବେଳେ ଭକ୍ତଙ୍କ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଚଳିତ ବର୍ଷ ୪୨ଟି ପୂଜା ମଣ୍ଡପରେ ମା’ ଦୁର୍ଗା ପୂଜା ପାଇବେ । ସହରର କୋର୍ଟପେଟା, କଂମପଲ୍ଲୀ, ବିଜିପୁର, ଗିରି ମାର୍କେଟ ଆଦି ପୂଜା ମଣ୍ଡପରେ ମାଁ ଙ୍କ ପୂଜା ଧୁମଧାମରେ ଆରମ୍ଭ ହୋଇଯାଇଛି।