ଦକ୍ଷିଣାଞ୍ଚଳ ରେଞ୍ଜ ଡ଼ିଆଇଜି ଓ ବ୍ରହ୍ମପୁର ଏସପି ଙ୍କୁ ରାଜ୍ୟ ସାମ୍ବାଦିକ ସଂଘ ତରଫରୁ ସ୍ଵଗତ ସମ୍ବର୍ଦ୍ଧନା।
ବ୍ରହ୍ମପୁର(କପିଳ ପାଢ଼ୀ):-ବ୍ରହ୍ମପୁର ଦକ୍ଷିଣାଞ୍ଚଳ ରେଞ୍ଜ ଡ଼ିଆଇଜି ଭାବେ ଡା. ସାର୍ଥକ ଷଡଙ୍ଗୀ ଏବଂ ବ୍ରହ୍ମପୁର ଏସପି ଭାବେ ଡା. ସର୍ବଣା ବିବେକ ଏମ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଉଭୟ ଡାକ୍ତର ବରିଷ୍ଠ ପୁଲିସ ଅଧିକାରୀ ଙ୍କୁ ରାଜ୍ୟ ସାମ୍ବାଦିକ ସଂଘ( ଏସ ୟୁ ଜେ) ଗଂଜାମ ଜିଲ୍ଲା ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଗଲା।
ଜିଲ୍ଲା ସଭାପତି ବିଶ୍ୱନାଥ ମାରଣା, ସାଧାରଣ ସମ୍ପାଦକ ଦିଗାମ୍ବର ମୋହରଣା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁରଜିତ କୁମାର ପଣ୍ଡାଙ୍କ ନେତୃତ୍ୱରେ ବହୁ ସଦସ୍ୟ ଯୋଗଦେଇ ଉଭୟ ଡିଆଇଜି ଏବଂ ଏସପି ଙ୍କୁ ସ୍ୱାଗତ ଜଣାଇଥିଲେ। ଏହି ଅବସରରେ ଡ଼ଃ. ସି ଏଚ. ମନୋଜ କୁମାର ପାତ୍ର, ସୀମାଞ୍ଚକ ସାହୁ, ରୂପକ ମହାନ୍ତି, ଲଡୁକିଶୋର ପାତ୍ର, କପିଳ ପାଢ଼ୀ, ଆଲୋକ ବେହେରା ଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ।