ସ୍ଵାଧୀନତା ଦିବସ ଉପଲକ୍ଷେ ପ୍ରବନ୍ଧ ପ୍ରତିଯୋଗିତା
ବ୍ରହ୍ମପୁର:-ସ୍ଥାନୀୟ ନୂଆ ବସଷ୍ଟାଣ୍ଡ ସ୍ଥିତ ଶ୍ରୀ ଅରବିନ୍ଦ ଉଚ୍ଚ ଶିକ୍ଷାନୁଷ୍ଠାନ ପକ୍ଷରୁ ଆସନ୍ତା ୭୭ ତମ ସ୍ଵାଧୀନତା ଦିବସ ପାଳନ ଅବସରରେ ଛାତ୍ର ଛାତ୍ରୀଙ୍କୁ ନେଇ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି । ଅଧ୍ୟକ୍ଷ ଡ଼. କେ ଦେବେନ୍ଦ୍ର ସେନାପତିଙ୍କ ତତ୍ତ୍ଵାବଧାନରେ ଏହି ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ପ୍ରବନ୍ଧର ବିଷୟ ବସ୍ତୁ ଥିଲା :- ସମୃଦ୍ଧ ଭାରତ ନିର୍ମାଣ କ୍ଷେତ୍ରରେ ଛାତ୍ର ସମାଜର ଭୂମିକା ।ଏହି ବିଷୟ ବସ୍ତୁକୁ ନେଇ ଅନୁଷ୍ଠାନର ଡ଼. ନାରାୟଣ ପ୍ରଧାନ,ରଶ୍ମିତା ପରିଡ଼ା,ପ୍ରଭାତ କୁମାର ସାହୁ ଉପସ୍ଥିତ ରହି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ ।ଏହି ପ୍ରବନ୍ଧ ପ୍ରତିଯୋଗିତାରେ ଯୁକ୍ତ ୩ କଳା,ବାଣିଜ୍ୟ,ବିଜ୍ଞାନ ଓ ବି ବି ଏ, ବି ସି ଏ ବିଭାଗରୁ ପ୍ରାୟ ୧୫ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ।ଏହି ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ,ଦ୍ୱିତୀୟ ଓ ତୃତୀୟ ସ୍ଥାନ ଗ୍ରହଣ କରିଥିବା କୃତି ପ୍ରତି ଯୋଗୀଙ୍କୁ ଆସନ୍ତା ୭୭ ତମ ସ୍ଵାଧୀନତା ଦିବସରେ ପୁରସ୍କୃତ କରାଯିବ ।ଏହି ପ୍ରତିଯୋଗିତାକୁ ସଫଳ କରିବାରେ ଅନୁଷ୍ଠାନର ସୋନାଲି ପଣ୍ଡା ଓ ଚନ୍ଦନ ସେଠୀ ସହଯୋଗ କରିଥିଲେ ।