ଗଞ୍ଜାମ ବରିଷ୍ଠ ନାଗରିକ କାର୍ଯ୍ୟାଳୟ ରେ ଗାନ୍ଧୀପ୍ରତିମୂର୍ତ୍ତି ଉନ୍ମୋଚନ କଲେ ଅଷ୍ଟମ ବାଟାଲିୟନର ଦୁର୍ଗପତି।

0
Spread the love

ଗଞ୍ଜାମ(ବିନୋଦ ଚନ୍ଦ୍ର ପଲାଇ):-ଗଞ୍ଜାମବରିଷ୍ଠନାଗରିକ ପରିଷଦ ପକ୍ଷରୁ ନିଜସ୍ୱ କାର୍ଯ୍ୟାଳୟ ରେ ଗାନ୍ଧୀଜୟନ୍ତୀ ଅବସରରେ ଜାତିରପିତା ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲା l ଏହାକୁ ଅଷ୍ଟମବାଟାଲିୟନର ଦୁର୍ଗପତି ଶାରଦା ପ୍ରସନ ଦାସ ଉନ୍ମୋଚନ କରିବା ସହ ଏହି କାର୍ଯ୍ୟକୁ ପ୍ରଶଂସା କରିଥିଲେ l ଏହି ବୟସରେ ଏହି କାର୍ଯ୍ୟ କରିବା ଏବଂସମସ୍ତେ ଏକାଠି ହେବା ବହୁତ ଭଲ ବୋଲି କହିଥିଲେ l ଏହି ଅବସରରେ ସଦସ୍ୟ ମାନଙ୍କୁ ଅନୁଷ୍ଠାନ ର ପରିଚୟପତ୍ର ଦୁର୍ଗପତି ବଣ୍ଟନ କରିଥିଲେ l ସଭାପତି ରବୀନ୍ଦ୍ର କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଉପଦେଷ୍ଟା ଇଂ ବିନୋଦ କୁମାର ପାଢ଼ୀ ଅନୁଷ୍ଠାନ ର ବିଭିର୍ଣ୍ଣ କାର୍ଯ୍ୟ ଉପରେ ମତପୋଷଣ କରିଥିଲେ l ସମ୍ପାଦକ ବିନୋଦ ଚନ୍ଦ୍ର ମହାପାତ୍ର ବିବରଣୀ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ସଦସ୍ୟ ବୃନ୍ଦାବନ ପଣ୍ଡା ଅତିଥି ଙ୍କୁ ଉପଢୌକନ ପ୍ରଦାନ କରିଥିବା ବେଳେ ପୂର୍ବତନ ସମ୍ପାଦକ ଗୋରୀ ଶଙ୍କର ପାଢ଼ୀ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ l ବରିଷ୍ଠ ସଦସ୍ୟ ପତିତପାବନମହାପାତ୍ର, ତ୍ରିନାଥ ପାଣିଗ୍ରାହୀ, ଅରୁଣ ପଣ୍ଡା, କିଶୋର ଚନ୍ଦ୍ର ମହାପାତ୍ର, ରଘୁନନ୍ଦନ ମହାପାତ୍ର, ଦେବନ୍ଦ୍ର ପଣ୍ଡା, କନ୍ଧ ଶତପଥୀ, କନ୍ଧ ବେହେରା, ବସନ୍ତ ସାବତ, ଜଗନ୍ନାଥ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *