ବରିଷ୍ଠ ସହକାରୀ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା।

0
Spread the love

କଳାହାଣ୍ଡି(ପ୍ରଦୀପ କୁମାର ଗଉଡ):-ନର୍ଲା ବ୍ଳକ ଅନ୍ତର୍ଗତ ଭୀମକେଲା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାପୀଠର ବରିଷ୍ଠ ସହକାରୀ ଶିକ୍ଷକ ସୁକାନ୍ତ କୁମାର ମହାଉତିଙ୍କ ଶିକ୍ଷକ ଜୀବନର ଅବସର ଗ୍ରହଣ ପରିପ୍ରେକ୍ଷୀରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମଧୂସୁଦନ ଦାଶ ସଭାରେ ଅଧ୍ୟକ୍ଷତା କରିଥିବାବେଳେ ବରିଷ୍ଠ ଆଇନଜୀବି କୁବେର ଚନ୍ଦ୍ର ସାହୁ, ଅବସରପ୍ରାପ୍ତ ଶିକ୍ଷକ ନିତ୍ୟାନନ୍ଦ ସାହୁ, ପରିଚାଳନା କମିଟିର ସଭାପତି ଝଜ ସା, ପୂର୍ବତନ ସଭାପତି ଭୁବନେଶ୍ୱର କରୁଆଁ ସହ ବିଦ୍ୟାଳୟର ଶିକ୍ଷକ ବୃନ୍ଦ, ଛାତ୍ରଛାତ୍ରୀ ଓ ପୂରାତନ ଛାତ୍ରମାନେ ଯୋଗଦାନ କରି ଶ୍ରୀମହାଉତିଙ୍କ ଆଦର୍ଶ ଶିକ୍ଷାଦାନ ଓ ଜଣେ କର୍ମନିଷ୍ଠ,ମେଳାପୀ ଶିକ୍ଷକ ଭାବେ ଭୂୟସୀ ପ୍ରଶଂସା କରିଥିଲେ। ଶେଷରେ ଶ୍ରୀ ମହାଉତିଙ୍କ ଆଗାମୀ ଅବସରକାଳୀନ ଜୀବନ ସୁଖମୟ ଓ ଶାନ୍ତିମୟର କାମନା କରି ସମସ୍ତେ ତାଙ୍କ ବାସଭବନକୁ ନେଇ ଛାଡିଥିଲେ।

Leave a Reply

Your email address will not be published. Required fields are marked *