ଏମକେସିଜି ସଫେଇ କର୍ମଚାରୀ ଙ୍କ ସାଙ୍ଗଠନିକ ବୈଠକ,ମାନବସମ୍ବଳ ଭିତ୍ତି ରେ ଟେଣ୍ଡର ପ୍ରକ୍ରିୟା କରିବା ପାଇଁ ଦାବୀ।
ବ୍ରହ୍ମପୁର:-ସ୍ଥାନୀୟ ଏମକେସିଜି କ୍ୟାମ୍ପସ ଚକ୍ଷୁ ହସ୍ପିଟାଲ ପରିସର ରେ ଇଫଟୁ ଦ୍ୱାରା ଅନୁବନ୍ଧିତ ଓଡିଶା ମେଡିକାଲ ଆଉଟସୋର୍ସିଙ୍ଗ ସଫେଇ କର୍ମଚାରୀ ମାନଙ୍କ ସାଙ୍ଗଠନିକ ବୈଠକ ଆଶୁତୋଷ ଘଡେଇ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି I ମେଡିକାଲ କଲେଜ, ହସ୍ପିଟାଲ ଓ ବିଭିନ୍ନ ହଷ୍ଟେଲ ମାନଙ୍କରେ ରେ କାର୍ଯ୍ୟରତ ସଫେଇ କର୍ମଚାରୀ ମାନେ ଉପସ୍ଥିତ ଥିଲେ I
ଆଉଟସୋର୍ସିଙ୍ଗ ଏଜେନ୍ସି ପ୍ରତ୍ୟୁଷ ଦ୍ୱାରା ନିଯୁକ୍ତ ଏହି କର୍ମଚାରୀ ସର୍ବନିମ୍ନ ମଜୁରୀ ପାଉଛନ୍ତି କିନ୍ତୁ ବର୍ଗଫୁଟ ନିୟମ ଆଧାର ରେ ଟେଣ୍ଡର ପ୍ରକ୍ରିୟା ହୋଇଥିବାରୁ ଅତ୍ୟଧିକ କାମ ଚାପ ରେ ଏହି କର୍ମଚାରୀ ମାନେ କାର୍ଯ୍ୟ କରି ଉତ୍ତମ ସେବା ଯୋଗାଇ ଆସୁଛନ୍ତି କିନ୍ତୁ ବିଭିନ୍ନ ୱାର୍ଡ ରେ ବେଳେ ବେଳେ କର୍ମଚାରୀ ଅଭାବ ରୁ ଉପଯୁକ୍ତ ସଫେଇ ନ ହେବା ସ୍ୱାଭାବିକ କଥା I ସ୍ୱଳ୍ପ ଅର୍ଥ ରେ କାମ କରାଇବାକୁ ମସୁଧା କରି ମେଡିକାଲ ପ୍ରଶାସନ ର ଏଭଳି ଅଜବ ନୀତି ଯୋଗୁଁ ସାଧାରଣ ଜନତା ପୁତିଗନ୍ଧମୟ ପରିବେଶ ମଧ୍ୟରେ ଚିକିତ୍ସିତ ହେବା ଓ ବିଭିନ୍ନ ସମୟ ରେ ସଫେଇ କର୍ମଚାରୀ ଙ୍କ ଉପରେ ଦୋଷ ଲଦି ଦେବା ସାର ହେଉଛି ଏହାକୁ ନେଇ ସଙ୍ଘ ଉଦବେଗ ପ୍ରକାଶ କରିବା ସହିତ ମେଡିକାଲ ରେ ଯେତେ ସଂଖ୍ୟକ କର୍ମଚାରୀ ଆବଶ୍ୟକ ସେ ଅନୁସାରେ ମାନବ ସମ୍ବଳ ଭିତ୍ତି ରେ ଟେଣ୍ଡର ପ୍ରକ୍ରିୟା କରିବାକୁ ଦାବୀ ହେଉଛି I ଏପରିକି ରାତ୍ରି କାଳୀନ ସଫେଇ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ମାନଙ୍କୁ ଏଜେନ୍ସି ତରଫରୁ ଅଧା ଦରମା ଦିଆଯିବା ବ୍ୟବସ୍ଥା କୁ ମଧ୍ୟ ନିନ୍ଦା କରାଯାଉଛି I ସଙ୍ଘ ଦାବୀ କରୁଛି ଯେ ମେଡିକାଲ ପ୍ରଶାସନ ଅନ୍ୟ ସବୁ କର୍ମଚାରୀ ମାନଙ୍କୁ ମଧ୍ୟ ରାତ୍ରିକାଳୀନ ଡ୍ୟୁଟି ପାଇଁ ଅଧା ଦରମା ଦେଉଛନ୍ତି କି? ଏଜେନ୍ସି ଦ୍ୱାରା ଇପିଏଫ ଓ ଇଏସଆଇ ବାବଦ ଅର୍ଥ ର ସଠିକ ପୈଠ ଓ ପୂର୍ବରୁ ପୂର୍ବ ସରକାର ଙ୍କ ଦ୍ୱାରା ଅନ୍ୟ କର୍ମଚାରୀ ମାନଙ୍କ ପାଇଁ ଯେଉଁ ସୁବିଧା ଘୋଷଣା କରିଥିଲେ ସେଇ ସବୁ ସୁବିଧା ଡେଲିୱେଜେସ ସଫେଇ କର୍ମଚାରୀ ଙ୍କ ପାଇଁ ଲାଗୁ କରିବାକୁ ଦାବୀ ହୋଇଛି I ବର୍ତ୍ତମାନ ବିଜେପି ସରକାର ବିରୋଧି ଦଳ ରେ ଥିବା ସମୟ ରେ ଆଉଟସୋର୍ସିଙ୍ଗ ବ୍ୟବସ୍ଥା ଉଛେଦ କରିବାକୁ ଦାବୀ କରୁଥିଲେ କିନ୍ତୁ ବର୍ତ୍ତମାନ କ୍ଷମତା କୁ ଆସିଲା ପରେ ଓଡିଶା ରେ ତିନି ହଜାର ରୁ ଉର୍ଦ୍ଧ୍ୱ କର୍ମଚାରୀ ଙ୍କୁ ଛଟେଇ କରିବା ପ୍ରକ୍ରିୟା କୁ ସଙ୍ଘ ତରଫରୁ ନିନ୍ଦା କରାଯାଇଛି, ଏଥିସହିତ ସରକାର ଆମ ମାନଙ୍କ ର ଦାବୀ ନ ମାନିଲେ ଆସନ୍ତା ମାସ ରେ କାର୍ଯ୍ୟାବନ୍ଦ ଆନ୍ଦୋଳନ କୁ ଓଲ୍ହାଇବାକୁ ସଙ୍ଘ ବାଧ୍ୟ ହେବ ବୋଲି ସର୍ବସମ୍ମତି କ୍ରମେ ନିଷ୍ପତ୍ତି ହୋଇଛି I ଉକ୍ତ ବୈଠକ ରେ ସଙ୍ଘ ର ଉପଦେଷ୍ଠା ଭାଲଚନ୍ଦ୍ର ଷଡ଼ଙ୍ଗୀ, ସଙ୍ଘ ସଭାନେତ୍ରୀ ନମିତା ନାୟକ, ରାଜ୍ୟ ଆବାହକ ତଥା ଇଫଟୁ ର ରାଜ୍ୟ ସଭାପତି ପ୍ରତାପ ପ୍ରଧାନ, ପୌର କର୍ମଚାରୀ ରାଜ୍ୟ ସଭାପତି ପ୍ରଶାନ୍ତ ପରିଛା, ପୌର କର୍ମଚାରୀ ରାଜ୍ୟ ନେତା ଉତ୍ତମ ନାୟକ,ରାଜ ନାୟକ ପ୍ରମୁଖ ଉପସ୍ଥିତ ଥିଲେ I