ପିତୃପୁରୁଷଙ୍କ ଉଦ୍ଦେଶ୍ୟ ରେ ରକ୍ତଦାନ।

0
Spread the love

ପୁରୀ(ରବୀନ୍ଦ୍ର କୁମାର):-ଦେବାରେ ଆନନ୍ଦର ପର୍ବ ଦାନ ଉତ୍ସବର ପ୍ରଥମଦିନରେ ରକ୍ତଦାନ କରି ଖୁସି ମନାଇଲେ ପୁରୀ ସହରର ସ୍ବେଚ୍ଛାସେବୀ। ଆଜି ପବିତ୍ର ମହାଳୟା ଅମାବାସ୍ୟା ତିଥିରେ ପିତୃପୁରୁଷଙ୍କୁ ମନେପକାଇବାର ଦିନଟିକୁ ରକ୍ତଦାତା ମାନେ ତାଙ୍କ ପିତୃପୁରୁଷଙ୍କ ଉଦ୍ଦେଶ୍ୟ ରକ୍ତଦାନ କରିଥିବା ପ୍ରକାଶ କରିଛନ୍ତି ରକ୍ତଦାତା।ରଶ୍ମିରଞ୍ଜନ ଦାସ କହିଛନ୍ତି ଆଜିର ରକ୍ତଦାନ ପିତୃପୁରୁଷଙ୍କୁ ଅର୍ପଣ।କରିଛନ୍ତି। ଏହା ସହ ଆଜି ଗାନ୍ଧୀ ଜୟନ୍ତୀ, ଶାସ୍ତ୍ରୀ ଜୟନ୍ତୀ ସ୍ମୃତିରେ ମିଶନ ଓଡିଶା ତରଫରୁ ପୁରୀ ଗୋପବନ୍ଧୁ ଆୟୁବେର୍ଦ ମହାବିଦ୍ୟାଳୟ ପରିସରରେ ରକ୍ତଦାନ ଶିବିର ସମ୍ପନ୍ନ ହୋଇଛି। ୮୪ଜଣ ସ୍ବେଚ୍ଛାସେବୀ ରକ୍ତଦାତା ରକ୍ତଦାନ କରିଛନ୍ତି। ମିଶନ ଓଡିଶାର ସ୍ବେଚ୍ଛାସେବୀ ଙ୍କ ସହ ଟ୍ରେକିଂ କ୍ଳବ, ଏମ୍ପାୟାର୍ସ ହୋଟେଲ, ଏଚ୍ ଡି ଏଫ ସି ,ଗୋଲେଡନ ଟ୍ରି, ଟ୍ରେକିଂ କ୍ଳବ, ମାର୍ସ ଓଡିଶା, ନେହୁରୁ ଯୁବ କେନ୍ଦ୍ରର ସ୍ବେଚ୍ଛାସେବୀ, ଆଖଣ୍ଡଳମଣି ଯୋଗ ଶିକ୍ଷା କେନ୍ଦ୍ର ର ସ୍ବେଚ୍ଛାସେବୀ ମାନେ ରକ୍ତଦାନ କରିଥିଲେ । ରକ୍ତଦାନଶିବରରେ ଅତିଥି ଭାବେ ବରିଷ୍ଠ ଗ୍ୟାଷ୍ଟ୍ରୋଲୋଜିଷ୍ଟ ଡାକ୍ତର ଦିବସ୍ମିତା।ରୟ, ପ୍ରଫେସର ଅଭିମନ୍ୟୁ ଭୂୟାଁ, ଅତିରିକ୍ତ ପରିବହନ ଅଧିକାରୀ ସୁଶାନ୍ତ ପାତ୍ର, ବରିଷ୍ଠ ସିଂହାରୀ ସେବକ ମଧୁସୂଦନ ସିଂହାରୀ, ସାମ୍ବାଦିକ ମଧୁସୂଦନ ମିଶ୍ର, ରାଜ କିଶୋର ପାତ୍ର ପ୍ରମୁଖ ଯୋଗଦାନ କରି ରକ୍ତଦାତାଙ୍କୁ ଶୁଭେଚ୍ଛା ପ୍ରଦାନ କରିଥିଲେ।ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ ରେଡକ୍ରସ ସଦସ୍ୟା ଜୟନ୍ତୀ ମହାପାତ୍ର, ମଧୁସ୍ମିତା ମହାପାତ୍ର, ସୌମ୍ୟ ପାତ୍ର, କେଦାର ମହାପାତ୍ର, ଦୀପକ ପାତ୍ର, ଭାସ୍କର ପୂଜାରୀ, ଜୟୀ ନାରାୟଣ ମହାନ୍ତି, ସତ୍ୟନାରାୟଣ ପାତ୍ର, ଗୋବିନ୍ଦ ପାତ୍ର, ଶିବ ପ୍ରଧାନ, ଶ୍ରୀକାନ୍ତ ପାଠୀ ପ୍ରମୁଖ। ଗତ ରଥଯାତ୍ରା ସମୟରେ ମଧ୍ୟ ମିଶନ ଓଡିଶା ତରବୌବରୁ ରକ୍ତଦାନ କରାଯାଇଥିଲା ଏବଂ ଥାଲାସେମିଆ ତଥା ରୋଗୀଙ୍କ ରକ୍ତ ଆବଶକ୍ୟୟ ପୂରଣ କରିପାରିବ ଏଭଳି ରକ୍ତଦାନ ଶିବିର

Leave a Reply

Your email address will not be published. Required fields are marked *